ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କ ଏକ୍ସ ହଜବେଣ୍ଡ୍ ସଞ୍ଜୟ କପୁରଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳେ ତାଙ୍କୁ ୫୩ ବର୍ଷ ହୋଇଥିଲା । ଏହି ଘଟଣା ଘଟିବା ପରେ ଭଉଣୀ କରୀନା କପୁର ଓ କରିନାଙ୍କ ସ୍ୱାମୀ ସୈଫ ଅଲ୍ଲୀ ଖାନ ଏବଂ କରିସ୍ମାଙ୍କର ଘନିଷ୍ଠ ବନ୍ଧୁ ମଲାଇକା ଆରୋରା ବିଳମ୍ବିତ ରାତିରେ କରିସ୍ମାଙ୍କ ଘରେ ପହଞ୍ଚି ତାଙ୍କୁ ସାନ୍ତ୍ୱନା ଦେଇଥିଲେ । ସଞ୍ଜୟଙ୍କ ମୃତ୍ୟୁ ପରେ ବଲିଉଡ ଏବଂ ବ୍ୟବସାୟ ଜଗତରେ ଶୋକର ଛାୟା ଖେଳିଯାଇଛି । ସଞ୍ଜୟ କପୁର ଏବେ ତାଙ୍କ ତୃତୀୟ ପତ୍ନୀ ପ୍ରିୟା ସଚଦେବଙ୍କୁ ଛାଡି ଚାଲିଯାଇଛନ୍ତି ।
ଏକ ରିପୋର୍ଟ ରୁ ଜଣା ପଡିଛି ସଞ୍ଜୟ ଇଂଲଣ୍ଡରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସଞ୍ଜୟଙ୍କ ମୃତ୍ୟୁ ପରେ ସୁହେଲ ସେଠ ଟୁଇଟରରେ ଶୋକ ପ୍ରକାଶ କରି ଲେଖିଛନ୍ତି, ‘‘ସଞ୍ଜୟ କପୁରଙ୍କ ମୃତ୍ୟୁରେ ମୁଁ ଗଭୀର ମର୍ମାହତ । ସଞ୍ଜୟଙ୍କ ପରିବାର ପ୍ରତି ତାଙ୍କର ସମବେଦନା ଅଛି । ଓମ୍ ଶାନ୍ତି।’’
ତେବେ ସଞ୍ଜୟ କପୁରଙ୍କ ମୃତ୍ୟୁ କାହିଁକି ଓ କିପରି ହୋଇଥିଲା ? କଣ କାରଣ ଥିଲା ୟା ପଛରେ ? ଚାଲନ୍ତୁ ଜାଣିବା ।ଯଦି ମିଡ଼ିଆ ରିପୋର୍ଟ କଥା କହିବା ତେବେ, ସଞ୍ଜୟ କପୁର ପୋଲୋ ଖେଳୁଥିବା ସମୟରେ ମୃତ୍ୟୁବରଣ କରିଥିଲେ । ଖେଳୁଥିବା ସମୟରେ ତାଙ୍କର ହୃଦଘାତ ହୋଇଥିଲା ଏବଂ ତାଙ୍କର ମୃତ୍ୟୁ ହୋଇଥିଲା । ସଞ୍ଜୟ କପୁର ସୋସିଆଲ ମିଡ଼ିଆରେ ଖୁବ ଆକ୍ଟିଭ ରହୁଥିଲେ । ମୃତ୍ୟୁ ପୂର୍ବରୁ ସେ ଶେଷ ପୋଷ୍ଟ ମଧ୍ୟ କରିଥିଲେ । ସଞ୍ଜୟ ଅହମ୍ମଦାବାଦରେ ଏୟାର ଇଣ୍ଡିଆ ଦୁର୍ଘଟଣା ଉପରେ ଦୁଃଖ ପ୍ରକାଶ କରି ପୋଷ୍ଟ କରିଥିଲେ । ସେ ଲେଖିଥିଲେ, ‘‘ଅହମ୍ମଦାବାଦରେ ଏୟାର ଇଣ୍ଡିଆ ଦୁର୍ଘଟଣାର ଦୁଃଖଦ ଖବର । ଦୁର୍ଘଟଣାରେ ଜୀବନ ହରାଇଥିବା ଓ କ୍ଷତି ସହିଥିବା ସମସ୍ତ ପରିବାର ପ୍ରତି ମୋର ସମବେଦନା । ଏହି କଷ୍ଟକର ସମୟରେ ସେମାନଙ୍କୁ ଶକ୍ତି ମିଳୁ।’
ସଞ୍ଜୟ କପୁର ଜଣେ ସଫଳ ବ୍ୟବସାୟୀ ଥିଲେ CII (ଭାରତୀୟ ଶିଳ୍ପ ମହାସଂଘ)ର ଉତ୍ତର କ୍ଷେତ୍ରର ଅଧ୍ୟକ୍ଷ ଭାବରେ ସଞ୍ଜୟ ଦାୟିତ୍ୱ ଗ୍ରହଣ କରିଥିଲେ । ଉତ୍ତର ପ୍ରଦେଶ, ଦିଲ୍ଲୀ, ହରିୟାଣା, ପଞ୍ଜାବ, ହିମାଚଳ ପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ ଏବଂ ଚଣ୍ଡିଗଡ଼, ଜମ୍ମୁ-କାଶ୍ମୀର ଏବଂ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ଯୋଜନା କରିଥିଲେ। ସଞ୍ଜୟ ଏବଂ କରିସ୍ମା ୨୦୦୩ରେ ବିବାହ କରିଥିଲେ ଏବଂ ଜୁନ ୨୦୧୬ରେ ପରସ୍ପରଠୁ ଛାଡପତ୍ର ନେଇଥିଲେ। କରିସ୍ମା ୨୦୧୦ରେ ଦିଲ୍ଲୀସ୍ଥିତ ତାଙ୍କ ଘରୁ ମୁମ୍ବାଇ ଚାଲିଯାଇଥିଲେ, ୨୦୧୪ରେ, ଉଭୟ ସେମାନଙ୍କ ବିବାହ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଛାଡପତ୍ର ପାଇଁ ଆବେଦନ କରିଥିଲେ। ସଞ୍ଜୟ ପରେ ପ୍ରିୟା ସଚଦେବଙ୍କୁ ବିବାହ କରିଥିଲେ, ସଞ୍ଜୟ ଓ ପ୍ରିୟଙ୍କର ଏକ ପୁଅ ମଧ୍ୟ ଅଛି ।
ALSO READ https://purvapaksa.com/bjps-first-year-of-rule-in-odisha-the-best-the-bad-the-ugly/