ଦେବଗଡ଼ ଜିଲ୍ଲାର ଏକ ଢାବାରୁ ବନବିଭାଗ ଏକ ଚିତାବାଘ ଛାଲ ଜବତ କରିବା ସହ ରାଜସ୍ଥାନର ୨ ଜଣଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ଼ ଜିଲ୍ଲାର ବରକୋଟ ଥାନା ଅନ୍ତର୍ଗତ ରାଜମୁଣ୍ଡା ଗ୍ରାମ ନିକଟରେ ଥିବା ‘ଢାବା’ରେ ଚିତାବାଘ ଚମଡ଼ା ବିକ୍ରି ପାଇଁ ଚୁକ୍ତି ଚାଲିଥିବା ନେଇ ବନ ବିଭାଗକୁ ବିଶ୍ୱସ୍ତ ସୂଚନା ମିଳିଥିଲା। ଏହି ଅଞ୍ଚଳ ଥିଆନାଳ ବନଖଣ୍ଡ ଅଧୀନରେ ରହିଛି।
ଏହି ସୂଚନା ଆଧାରରେ ବନ ବିଭାଗର ଏକ ଟିମ୍ ରାସ୍ତାକଡ଼ରେ ଥିବା ରେଷ୍ଟୁରାଣ୍ଟରେ ଚଢ଼ଉ କରିଥିଲା। ଯାଞ୍ଚ ବେଳେ ସେମାନେ ଚିତାବାଘର ଏକ ଚମଡ଼ା ପାଇଥିଲେ। ଏହାକୁ ବିକ୍ରି କରିବା ପାଇଁ ଡିଲ୍ କରିବାରେ ସମ୍ପୃକ୍ତ ଥିବା ୭ ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଯୋଧପୁରର ଅଶୋକ ବିଷ୍ଣୋଇ ଓ ରାଜସ୍ଥାନର କାପରଡାର ଅଜୟପାଲ ବିଷ୍ଣୋଇ। ଅନ୍ୟମାନେ ବାରକୋଟ ଥାନା ଅଧୀନ ଗ୍ରାମର ବୋଲି ଜଣାପଡ଼ିଛି।
ବନ ବିଭାଗ ପକ୍ଷରୁ ଅଭିଯୁକ୍ତଙ୍କ ଠାରୁ ୨ଟି ମୋଟର ସାଇକେଲ ଓ ମୋବାଇଲ ଫୋନ୍ ଜବତ କରାଯାଇଛି। ଗିରଫ ବ୍ୟକ୍ତିମାନଙ୍କୁ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।ବନ୍ୟଜନ୍ତୁ ଙ୍କ ଅଙ୍ଗ ଚୋରା ଚାଲାଣରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଠାବ କରିବା ସହ ଚଢ଼ାଉ ସମୟରେ ଢାବାରୁ ଖସି ପଳାଇଥିବା କିଛି ଲୋକଙ୍କୁ ଠାବ କରିବା ପାଇଁ ବନ ବିଭାଗ ତଦନ୍ତ ଆରମ୍ଭ କରିଛି।
Also read https://purvapaksa.com/launch-of-shaheed-madho-singh-yojana/