Sanam Teri Kasam: ‘ସନମ ତେରି କସମ’ ପୁଣି ଥରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି।
ଭାଲେଣ୍ଟାଇନ୍ସ ସପ୍ତାହକୁ ଆଖି ଆଗରେ ରଖି ନିର୍ମାତା ଏହି ପ୍ରେମ କାହାଣୀକୁ ଗତକାଲି ଫେବୃଆରି ୭ ତାରିଖରେ ବଡ଼ ପରଦାରେ ରିଲିଜ୍ କରିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ପୂର୍ବରୁ ଫ୍ଲପ୍ ହୋଇଥିବା ଏହି ଫିଲ୍ମକୁ ଏବେ ଦର୍ଶକଙ୍କ ଠାରୁ ବହୁତ ଭଲ ରେସପନ୍ସ ମିଳୁଛି । ‘ସନମ ତେରି କସମ’ ୯ ବର୍ଷ ତଳେ ୨୦୧୬ରେ ବଡ଼ ପରଦାରେ ମୁକ୍ତିଲାଭ କରିଥିଲା।
ହର୍ଷବର୍ଦ୍ଧନ ରାଣେ ଏବଂ ମାଓରା ହୋକେନ୍ ଙ୍କ ଅଭିନୀତ ଏହି ଫିଲ୍ମ ସେହି ସମୟରେ ଫ୍ଲପ୍ ହୋଇଥାଇପାରେ, କିନ୍ତୁ ଯିଏ ଏହାକୁ ଦେଖିଛି, ସେମାନେ ଏହାକୁ ପ୍ରଶଂସା କରିବା ବନ୍ଦ କରିପାରିନଥିଲେ। ଏହା ଏକ ପ୍ରେମ କାହାଣୀ ଯାହା ସମ୍ପୂର୍ଣ୍ଣ ହେବା କଥା, କିନ୍ତୁ ସମୟ ଏହି ଦମ୍ପତିଙ୍କୁ ଅଲଗା କରିଦେଇଥିଲା । ସୂଚନାଯୋଗ୍ୟ, ଫିଲ୍ମକୁ ଆଗୁଆ ବୁକିଂରେ ଭଲ କଲେକ୍ସନ ମିଳିଥିଲା । ଏବେ ଦେଖିବା ପ୍ରଥମ ଦିନରେ କ’ଣ ହାସଲ କରିଛି ଫିଲ୍ମ ।
ମିଡିଆ ରିପୋର୍ଟ ଅନୁଯାୟୀ, ଆଡଭାନ୍ସ ବୁକିଂରୁ ଭଲ ରୋଜଗାର ପରେ ଫିଲ୍ମ ‘ସନମ ତେରି କସମ’ ରିଲିଜ୍ ହେବାର ପ୍ରଥମ ଦିନରେ ବକ୍ସ ଅଫିସରେ ପାଖାପାଖି ୨ କୋଟି ଟଙ୍କା ଆୟ କରିଥିଲା। ତେବେ ଏହି ସଂଖ୍ୟା ସଠିକ୍ ନୁହେଁ ଏବଂ ଭିନ୍ନ ଭିନ୍ନ ହୋଇପାରେ ।
ସନମ ତେରି କସମର କାହାଣୀ କ’ଣ?
ଇନ୍ଦର ଏବଂ ସରୁଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ‘ସନମ ତେରି କସମ’ । ବାପାଙ୍କୁ ଖୁସି କରିବା ପାଇଁ ଆଇଆଇଟି-ଆଇଆଇଏମ୍ ରୁ ଜଣେ ଶିକ୍ଷିତ ସ୍ୱାମୀ ଖୋଜୁଥିବା ସରୁ ଜଣେ କୁଖ୍ୟାତ ପୁଅ ଇନ୍ଦ୍ରଙ୍କୁ ଭଲ ପାଆନ୍ତି। ଏହି ଚଳଚ୍ଚିତ୍ରରେ ମାଓରା ହୋକେନ୍ ଏବଂ ହର୍ଷବର୍ଦ୍ଧନ ରାଣେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସେମାନଙ୍କ ପ୍ରେମ କାହାଣୀ କିପରି ଆଗକୁ ବଢିଥାଏ ଏବଂ ସାମ୍ନାକୁ ଆସୁଥିବା ନୂଆ ଟ୍ୱିଷ୍ଟ ଫିଲ୍ମର କାହାଣୀକୁ ଆହୁରି ମଜବୁତ କରିବା ସହ ଦର୍ଶକଙ୍କୁ ବାନ୍ଧି ରଖିବାକୁ ଚେଷ୍ଟା ମଧ୍ୟ କରିଥାନ୍ତି ।
ALSO READ: https://purvapaksa.com/sanam-teri-kasam-re-release/