Sanam Teri Kasam Re-Release: ୨୦୧୬ମସିହାର କ୍ଲାସିକ୍ କଲ୍ଟ ସିନେମା ‘ସନମ ତେରି କସମ’ ପୁଣି ଥରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି।
ଆଶ୍ଚର୍ଯ୍ୟର କଥା ବହୁତ ବର୍ଷ ତଳେ ବକ୍ସ ଅଫିସରେ ଫ୍ଲପ୍ ହୋଇଥିବା ଏକ ସିନେମା ଏବେ ପୁଣି ଥରେ ରିଲିଜ ହେବାରେ ଲାଗିଛି । କେବଳ ଆଗୁଆ ବକ୍ସ ଅଫିସ କଲେକ୍ସନରେ ସନମ ତେରି କସମ କୋଟି କୋଟି ଟଙ୍କା ରୋଜଗାର କରିଛି । ଗତ କିଛି ମାସ ମଧ୍ୟରେ ବଲିଉଡର ଅନେକ ସିନେମା ପୁଣି ଥରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏମାନଙ୍କ ମଧ୍ୟରୁ କିଛି ସିନେମା ଅରିଜିନାଲ ରିଲିଜ୍ ସମୟରେ ଫ୍ଲପ୍ ସାବ୍ୟସ୍ତ ହୋଇଥିଲେ ହେଁ ପୁନଃ ରିଲିଜ୍ ରେ ବହୁତ ଟଙ୍କା ରୋଜଗାର କରିଥିଲା। ଏବେ ସନମ ତେରି କସମର ପାଳି ଆସିଛି, ଯାହା ରିଲିଜ୍ ହେବା ପରେ ହଇଚଇ ସୃଷ୍ଟି କରିବାକୁ ଯାଉଛି।

ପ୍ରଥମ ଦିନରେ ଏହା ଏଭଳି ବ୍ୟବସାୟ କରିବ
ଫେବୃଆରି ୭ତାରିଖ ଅର୍ଥାତ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଏହି ଫିଲ୍ମ । ସନମ ତେରି କସମର ପ୍ରଥମ ଦିନ ପାଇଁ ପାଖାପାଖି ୨୦ ହଜାର ଟିକେଟ ବିକ୍ରି ହୋଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ କୋଇମୋଇଙ୍କ କହିବା ଅନୁଯାୟୀ, ଏପର୍ଯ୍ୟନ୍ତ ୩୯ ହଜାର ଟିକେଟ୍ ବିକ୍ରି ହୋଇଛି। ଏହି ପରିପ୍ରେକ୍ଷୀରେ ଫିଲ୍ମ ପ୍ରଥମ ଦିନରେ ପାଖାପାଖି ୨ କୋଟି ଟଙ୍କାର ବ୍ୟବସାୟ କରିପାରେ।
ଏହି ସିନେମା ଗୁଡ଼ିକ ସହ ସଂଘର୍ଷ କରିବ ସନମ ତେରି କସମ
ଏହି ଫିଲ୍ମବଲିଉଡର ନୂଆ ଫିଲ୍ମ ‘ଲଭ୍ୟାପା'(Loveyapa) ଏବଂ ହିମେଶ ରେଶମିଆଙ୍କ ବ୍ୟାଡ଼ଆଶ୍ ରବି କୁମାର(Badass Ravi Kumar)ଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛି । କ୍ରିଷ୍ଟୋଫର ନୋଲାନଙ୍କ ସାଇ-ଫାଇ ହଲିଉଡ ଫିଲ୍ମ ଇଣ୍ଟରଷ୍ଟେଲର ପୁଣି ରିଲିଜ ହୋଇଛି । ରାଧିକା ରାଓ ଏବଂ ବିନୟ ସପ୍ରୁଙ୍କ ନିର୍ଦ୍ଦେଶିତ ସନମ ତେରି କସମର ମୂଳ ସଂକଳନ ୨୦୧୬ରେ ମୁକ୍ତିଲାଭ କରିବା ପରେ ମିଶ୍ର ପ୍ରତିକ୍ରିୟା ପାଇଥିଲା । ଫିଲ୍ମର କଲେକ୍ସନ ମଧ୍ୟ ବହୁତ ଖରାପ ଥିଲା । ବଲିଉଡ ହଙ୍ଗାମା ଅନୁଯାୟୀ, ଏହାର ଲାଇଫ୍ ଟାଇମ୍ କଲେକ୍ସନ ମାତ୍ର ୧୬ କୋଟି ଥିଲା। ଏବେ ଦେଖିବାକୁ ବାକି ରହିଲା ସନମ ତେରି କସମର ପୁନଃ ରିଲିଜ ଏହାର ପ୍ରଥମ ରେକର୍ଡ ଭାଙ୍ଗିପାରିବ କି ନାହିଁ ।

ସନମ ତେରି କସମର କାହାଣୀ କ’ଣ?
ଇନ୍ଦର ଏବଂ ସରୁଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ସନମ ତେରୀ କସମ । ବାପାଙ୍କୁ ଖୁସି କରିବା ପାଇଁ ଆଇଆଇଟି-ଆଇଆଇଏମ୍ ରୁ ଜଣେ ଶିକ୍ଷିତ ସ୍ୱାମୀ ଖୋଜୁଥିବା ସରୁ ସମାଜ ଦୃଷ୍ଟିରେ କୁଖ୍ୟାତ ଇନ୍ଦ୍ରଙ୍କୁ ଭଲ ପାଆନ୍ତି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ମାୱରା ହୋକେନ୍ ଏବଂ ହର୍ଷବର୍ଦ୍ଧନ ରାଣେ ।
ALSO READ: https://purvapaksa.com/amid-dating-rumours-samantha-ruth-prabhu-reacts-to-her-ex-moving-on/
ଡେଟିଂ ଗୁଜବ ଭିତରେ ସାମନ୍ତା ରୁଥ୍ ପ୍ରଭୁ ତାଙ୍କ ଏକ୍ସକୁ ନେଇ ପ୍ରତିକ୍ରିୟା ରଖିଛନ୍ତି

