Sambhal Neza Mela and Syed Salar Masud Ghazi: ସୟଦ ସଲାର ମାସୁଦ ଗାଜିଙ୍କ ସ୍ମୃତିରେ ଆୟୋଜିତ ନେଗା ମେଳା ଉତ୍ତରପ୍ରଦେଶର ସମ୍ଭଲରେ ଅନୁଷ୍ଠିତ ହେବ ନାହିଁ। ଡକାୟତଙ୍କ ନାମରେ ଆୟୋଜିତ ମେଳା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ପୁଲିସ ସ୍ପଷ୍ଟ ଭାବେ କହିଛି। ଜାଣନ୍ତୁ ସୟଦ ସଲାର ମାସୁଦ ଗାଜି କିଏ, ସେ କିପରି ଭାରତରେ ବିପର୍ଯ୍ୟୟ ଘଟାଇଥିଲେ ଏବଂ ତାଙ୍କ ସହ କ’ଣ ଘଟିଥିଲା।
ଉତ୍ତରପ୍ରଦେଶର ସମ୍ଭଲରେ ସୟଦ ସଲାର ମାସୁଦ ଗାଜିର ସ୍ମୃତିରେ ଆୟୋଜିତ ହେଉଥିବା ନେଜା ମେଳା ଚଳିତ ବର୍ଷ ଅନୁଷ୍ଠିତ ହେବ ନାହିଁ। ଲୁଟେରାଙ୍କ ନାଁ’ରେ ହେବାକୁ ଥିବା ମେଳା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ପୁଲିସ ଆୟୋଜକଙ୍କୁ ସ୍ପଷ୍ଟଭାବେ କହିଛି। ମାସୁଦ ଗାଜି ଜଣେ ଆକ୍ରମଣକାରୀ ଧର୍ମାନ୍ଧ ଥିଲା ବୋଲି ହିନ୍ଦୁ ପକ୍ଷ କହିବା ପରେ ପୁଲିସ ଏହି ପଦକ୍ଷେପ ନେଇଛି। ମେଳା ଆୟୋଜନ ପାଇଁ ଅନୁମତି ନ ଦେବାକୁ ସେମାନେ ନିବେଦନ କରିଥିଲେ।
ମେଳା ଆୟୋଜନ କରୁଥିବା ନେଜା କମିଟି ସହ ଆଲୋଚନାବେଳେ ଏଏସପି ଶ୍ରୀଶ ଚନ୍ଦ୍ର କହିଛନ୍ତି, ସାଲାର ମାସୁଦ ଗାଜି ଜଣେ ନିଷ୍ଠୁର ଆକ୍ରମଣକାରୀ ଥିଲା। ବର୍ଷ ବର୍ଷ ଧରି ଚାଲି ଆସୁଥିବା ଏହି କୁରୁତିର ଅନ୍ତ ହେବାର ସମୟ ଆସିଛି। ସୋମନାଥ ମନ୍ଦିର ଲୁଟ୍ କରିଥିବା ଲୋକଙ୍କ ନାମରେ ମେଳା ହେବ ନାହିଁ। ପୁଲିସର ବୟାନ ପରେ ପ୍ରଶ୍ନ ଉଠୁଛି ସୟଦ ସଲାର ମାସୁଦ ଗାଜି କିଏ ଓ ନେଜା ମେଳାରେ କ’ଣ ହୋଇଥାଏ?
ସୟଦ ସଲାର ମାସୁଦ ଗାଜି କିଏ?
ମହମ୍ମଦ ଗଜନବୀଙ୍କୁ ଦୁନିଆର ସବୁଠାରୁ ନିଷ୍ଠୁର ଶାସକମାନଙ୍କ ମଧ୍ୟରେ ଗଣନା କରାଯାଏ। ଗୁଜୁରାଟର ସୋମନାଥ ମନ୍ଦିର ଉପରେ ଆକ୍ରମଣ କରିଥିଲା ଗଜନବୀ। ସେ ୨୦ ନିୟୁତ ଦିନାର ଲୁଟ୍ କରିଥିଲା। ୧୦୨୬ମସିହାରେ ପ୍ରଥମ ଭୀମଙ୍କ ଶାସନ କାଳରେ ତୁର୍କୀ ମୁସଲମାନ ଶାସକ ମହମ୍ମଦ ଗଜନବୀ ସୋମନାଥ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ସୟଦ ସଲାର ମାସୁଦ ଗାଜି ସେହି ମହମ୍ମଦ ଗଜନବୀଙ୍କ ପୁତୁରା ଏବଂ ସେନାପତି ଥିଲା।
ଗଜନଭି ସେନା ଭାରତରେ ମନ୍ଦିର ଧ୍ୱଂସ କରିବା ସହିତ ଲୁଟ୍ କରୁଥିଲେ। ହିନ୍ଦୁମାନଙ୍କୁ ଧର୍ମାନ୍ତରିତ କରିଥିଲେ। ଏହି ସେନା ରାସ୍ତାରେ ଯେଉଁ ରାଜ୍ୟ ଆସୁଥିଲା ତାକୁ ଧ୍ୱଂସ କରାଯାଉଥିଲା। ସୟଦ ସଲାର ସୋମନାଥ ମନ୍ଦିର କାଠିଆୱାର ଉପରେ ସବୁଠାରୁ ବଡ଼ ଆକ୍ରମଣ କରିଥିଲା। ୧୦୨୬ ଖ୍ରୀଷ୍ଟାବ୍ଦରେ ହୋଇଥିବା ଏହି ଆକ୍ରମଣକୁ ହିନ୍ଦୁମାନଙ୍କ ଆସ୍ଥା ପାଇଁ ସବୁଠାରୁ ବଡ଼ ଝଟକା ବୋଲି କୁହାଯାଇଥିଲା।
ଯୁଦ୍ଧରେ କିଏ ପରାଜିତ ହୋଇଥିଲା?
୧୦୩୩ ଖ୍ରୀଷ୍ଟାବ୍ଦରେ ସୟଦ ସଲାର ହିନ୍ଦୁସ୍ତାନ ଉପରେ ଆକ୍ରମଣ କରି ଉତ୍ତର ପ୍ରଦେଶର ବହରାଇଚରେ ପହଞ୍ଚିଥିଲା। ଉତ୍ତରପ୍ରଦେଶର ଅନେକ ସ୍ଥାନରେ ସେ ରାଜାମାନଙ୍କୁ ଚ୍ୟାଲେଞ୍ଜ କରି ଲୁଟ୍ ଉଦ୍ୟମ କରିଥିଲା। ସେହି ସମୟରେ ମହାରାଜା ସୁହେଲ ଦେବ ୨୧ ଜଣ ରାଜାଙ୍କ ସହ ମିଶି ଏକ ମିଳିତ ସେନା ଗଠନ କରିଥିଲେ।
ସୟଦ ସାଲାର ଏବଂ ରାଜାମାନଙ୍କର ମିଳିତ ସେନା ମଧ୍ୟରେ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଥିଲା। ମହାରାଜା ସୁହେଲ ଦେବ ସାଲାରଙ୍କୁ ପରାସ୍ତ କରିଥିଲେ। ଯୁଦ୍ଧରେ ପରାଜୟ ସହ ସୟଦ ପ୍ରାଣ ହରାଇଥିଲା।
ବହରାଇଚରେ ସମାଧି
ଯୁଦ୍ଧରେ ସୟଦର ମୃତ୍ୟୁ ପରେ ତା’ ସେନା ତାକୁ ବହରାଇଚରେ କବର ଦେଇଥିଲା। ସୟଦ ସଲାର ମାସୁଦ ଗାଜିର ସମାଧି ବାହାରାଇଚରେ ରହିଛି। ଦିଲ୍ଲୀର ମୁସଲମାନ ସୁଲତାନମାନଙ୍କ ଶାସନ ସମୟରେ ତା’ ସମାଧିକୁ ଦରଗାରେ ପରିଣତ କରାଯାଇଥିଲା। ପରବର୍ତ୍ତୀ ସମୟରେ ମେଳା ଆୟୋଜନ ଆରମ୍ଭ ହୋଇଥିଲା। ଏହାକୁ ନେଇ ଅନେକ ଥର ବିବାଦ ଦେଖାଦେଇଛି।
ଲୋକସଭା ନିର୍ବାଚନରେ ସୟଦ ସଲାର ମାସୁଦ ଗାଜିର କବର ପ୍ରସଙ୍ଗ ଉଠିଥିଲା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୟଦ ସଲାରଙ୍କୁ ସୋମନାଥ ମନ୍ଦିରର ସବୁଠାରୁ ବଡ଼ ଦୋଷୀ ବୋଲି ବର୍ଣ୍ଣନା କରି କହିଥିଲେ ଯେ ବାହାରାଇଚରେ ସୟଦର ଅବସ୍ଥା ଯାହା ହୋଇଥିଲା ଆତଙ୍କବାଦ, ଦୁର୍ନୀତି ଓ ମାଫିଆବାଦ ପ୍ରସାର କରୁଥିବା ଲୋକଙ୍କ ଭାଗ୍ୟ ମଧ୍ୟ ଦେଶରେ ସମାନ ହେବ।
କ‘ଣ ହେଉଛି ନେଜା ମେଳା?
ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାରେ ସୟଦ ସଲାର ମାସୁଦ ଗାଜିର ସ୍ମୃତିରେ ନେଜା ମେଳା ଆୟୋଜନ କରାଯାଏ। ହୋଲି ପରେ ଏହି ମେଳା ଅନୁଷ୍ଠିତ ହୋଇଥାଏ। ମେଳା ପାଇଁ ମାର୍ଚ୍ଚ ୧୮ ତାରିଖରେ ପତାକା ଉତ୍ତୋଳନ କରାଯିବାର ଯୋଜନା ଥିଲା। ମାର୍ଚ୍ଚ ୨୫, ୨୬ ଓ ୨୭ ତାରିଖରେ ମେଳା ଆୟୋଜନ କରିବାକୁ ମେଳା କମିଟି ଘୋଷଣା କରିଥିଲା। ବର୍ତ୍ତମାନ ଏହା ଉପରେ ବ୍ରେକ୍ ଲଗାଯାଇଛି।
Also readhttps://purvapaksa.com/how-many-soldiers-did-india-receive-and-how-many-went-to-pakistan/
ସ୍ୱାଧୀନତା ସମୟରେ ସେନା କିପରି ବିଭାଜିତ ହୋଇଥିଲା? ଭାରତକୁ କେତେ ସୈନିକ ମିଳିଲା, ଆଉ କେତେ ପାକିସ୍ତାନକୁ ମିଳିଲା ?
