Salman Khan: ନିକଟରେ ବଲିଉଡ଼ର ଭାଇଜାନ ସଲମାନ ଖାନ ତାଙ୍କର ୫୯ ତମ ଜନ୍ମଦିନ ପାଳନ କରିଥିଲେ।
ସଲମାନ ଖାନଙ୍କ ପ୍ରଶଂସକମାନେ ତାଙ୍କ ଜନ୍ମଦିନକୁ ପ୍ରତିବର୍ଷ ଏକ ପର୍ବ ପରି ପାଳନ କରନ୍ତି । ପ୍ରଥମେ ସଲମାନ ମୁମ୍ବାଇରେ ତାଙ୍କ ଜନ୍ମଦିନ ପାଳନ କରିଥିଲେ ଏବଂ ପରେ ଜାମନଗର ଯାଇଥିଲେ। ସଲମାନ ଜାମନଗରରେ ମଧ୍ୟ ତାଙ୍କ ଜନ୍ମଦିନ ପାଳନ କରିଥିଲେ ଯେଉଁଥିରେ ପରିବାର ସଦସ୍ୟ ଏବଂ କିଛି ବିଶେଷ ବନ୍ଧୁ ଉପସ୍ଥିତ ଥିଲେ। ଏହି ଉତ୍ସବର ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ସଲମାନ ନାଚୁଥିବାର ନଜର ଆସିଛନ୍ତି ।
ସଲମାନ ଖାନଙ୍କ ନୃତ୍ୟର ଭିଡ଼ିଓକୁ ତାଙ୍କ ଫ୍ୟାନ୍ସମାନେ ସେୟାର କରୁଛନ୍ତି । ଯେଉଁଥିରେ ସେ ନିଜ ଗୀତ ‘ଓ ଓ ଜାନେ ଜାନା’ରେ ନାଚୁଥିବାର ନଜର ଆସିଛନ୍ତି । ତାଙ୍କର ଏହି ଭିଡ଼ିଓକୁ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି । ଭିଡ଼ିଓରେ ସଲମାନ ଖାନ ବହୁତ ସୁନ୍ଦର ଦେଖାଯାଉଛନ୍ତି। ସେ ଡେନିମ୍ ଜିନ୍ସ ଏବଂ ଟି-ସାର୍ଟ ସହିତ ଏକ ଜ୍ୟାକେଟ୍ ପିନ୍ଧିଥିଲେ ।
ସଲମାନ ଖାନ ତାଙ୍କ ଭଉଣୀ ଅର୍ପିତାଙ୍କ ଝିଅ ଆୟତଙ୍କ ସହ ଜନ୍ମଦିନ ପାଳନ କରିଛନ୍ତି। ଆୟତ ଏବଂ ମାମୁ ଏକାଠି କେକ୍ କାଟିଲେ। ତାଙ୍କ କେକ୍ କାଟିବାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି।
ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସଲମାନ ଖାନ ଶୀଘ୍ର ସିକନ୍ଦରରେ ନଜର ଆସିବେ। ଇଦ୍ ୨୦୨୫ ଅବସରରେ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ରରେ ସଲମାନଙ୍କ ସହ ମୁଖ୍ୟ ଭୂମିକାରେ ରଶ୍ମିକା ମନ୍ଦନା ନଜର ଆସିବେ। ଫିଲ୍ମରୁ ସଲମାନଙ୍କ ଲୁକ ମଧ୍ୟ ପ୍ରକାଶ ପାଇଛି। ଯାହାକୁ ବହୁତ ପସନ୍ଦ କରାଯାଇଛି । ସଲମାନଙ୍କ ଫିଲ୍ମ ରିଲିଜକୁ ଏବେ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି।
ALSO READ: https://purvapaksa.com/2025-movie-release/