Russia Ukraine War Trump: ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ପାଖାପାଖି ୩ ବର୍ଷ ଧରି ଯୁଦ୍ଧ ଚାଲିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଟିନଙ୍କ ବିରୋଧରେ ସବୁଠାରୁ କଠୋର ମନ୍ତବ୍ୟ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ପୁଟିନ୍ ଚୁକ୍ତି ପାଇଁ ପ୍ରସ୍ତୁତ ନ ହୋଇ ରୁଷିଆକୁ ଧ୍ୱଂସ କରୁଛନ୍ତି। ଏଥିସହିତ ଏହି ଯୁଦ୍ଧକୁ ରୋକିବାରେ ଭାରତ ସହଯୋଗ କରନ୍ତୁ ବୋଲି ଦାବି ହେଉଛି।
- ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ପୂର୍ବରୁ ଇସ୍ରାଏଲ ଓ ହାମାସ ମଧ୍ୟରେ ଅସ୍ତ୍ରବିରତି ଜାରି କରିଛନ୍ତି।
- କ୍ଷମତାକୁ ଆସିବା ମାତ୍ରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ।
- ୟୁକ୍ରେନ ଯୁଦ୍ଧରେ ମୁକାବିଲା କରିବାକୁ ମନା କରି ପୁଟିନ୍ ରୁଷିଆକୁ ଧ୍ୱଂସ କରୁଛନ୍ତି ବୋଲି ସେ କହିଛନ୍ତି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ପୂର୍ବରୁ ଇସ୍ରାଏଲ ଓ ହାମାସ ମଧ୍ୟରେ ଅସ୍ତ୍ରବିରତି ଜାରି କରିଥିଲେ। ଏବେ ଟ୍ରମ୍ପ ରାଷ୍ଟ୍ରପତିଭାବେ ଶପଥ ନେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବାମାତ୍ରେ ରୁଷରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧରେ ମୁକାବିଲା କରିବାକୁ ମନା କରି ରୁଷିଆକୁ ଧ୍ୱଂସ କରୁଛି। ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ସେ ଖୁବ୍ଶୀଘ୍ର ପୁଟିନଙ୍କୁ ଭେଟିପାରନ୍ତି। ତେବେ ଟ୍ରମ୍ପ କେବେ ରୁଷ ରାଷ୍ଟ୍ରପତିଙ୍କୁ ଭେଟିବେ ସେ ନେଇ କିଛି କହିନାହାନ୍ତି। ଅନ୍ୟପକ୍ଷରେ ପୁଟିନ୍ ମଧ୍ୟ ରାଷ୍ଟ୍ରପତି ହେବା ପରେ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇବା ସହ ସାକ୍ଷାତ୍ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଉଭୟ ୟୁକ୍ରେନ୍ ଏବଂ ପୁଟିନ୍ଙ୍କ ପରାମର୍ଶଦାତା ପରାମର୍ଶ ଦେଇଛନ୍ତି ଯେ ଆମେରିକା ଏବଂ ରୁଷରାଷ୍ଟ୍ରପତିଙ୍କ ମଧ୍ୟରେ ବୈଠକ ପାଇଁ ଭାରତ ସର୍ବୋତ୍ତମ ସ୍ଥାନ ହୋଇପାରେ।
ଟ୍ରମ୍ପ ତାଙ୍କ ବିବୃତ୍ତିରେ କହିଛନ୍ତି, ପୁଟିନ୍ ଏକ ଚୁକ୍ତି କରିବା ଉଚିତ। ମୁଁ ଭାବୁଛି ପୁଟିନ୍ ଚୁକ୍ତି ନ କରି ରୁଷିଆକୁ ଧ୍ୱଂସ କରୁଛନ୍ତି। ମୁଁ ବୁଝିପାରୁଛି ଯେ ରୁଷ୍ ଏକ ବଡ଼ ସଙ୍କଟ ଦେଇ ଗତି କରୁଛି। ଅଧିକାଂଶ ଲୋକ ଭାବୁଥିଲେ ଯେ ୟୁକ୍ରେନରେ ଯୁଦ୍ଧ ସପ୍ତାହକ ମଧ୍ୟରେ ଶେଷ ହୋଇଯିବ। ହେଲେ ତାହା ହୋଇନାହିଁ। ପୁଟିନଙ୍କ ୟୁକ୍ରେନ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କ ଏହା ସବୁଠାରୁ ତୀବ୍ର ସମାଲୋଚନା। ୟୁକ୍ରେନ ଯୁଦ୍ଧରେ ରୁଷ୍ ଶହ ଶହ ବିଲିୟନ ଡଲାର ହରାଇଛି। ଏହି ସଂଘର୍ଷରେ ୭,୦୦,୦୦୦ ରୁଷୀୟ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି। ଖାଲି ସେତିକି ନୁହେଁ, ଏହି ଯୁଦ୍ଧ ଯୋଗୁଁ ରୁଷିଆ ୟୁରୋପର ବିଶାଳ ଗ୍ୟାସ ବଜାରକୁ ହରାଇଛି।
ୟୁକ୍ରେନ ଯୁଦ୍ଧରେ ରୁଷିଆର ବ୍ୟାପକ କ୍ଷତି
ଏହାବ୍ୟତୀତ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ଏହା ବିରୋଧରେ କଠୋର ପ୍ରତିବନ୍ଧକ ଲଗାଇଛନ୍ତି, ଯାହାର ପ୍ରଭାବ ଅର୍ଥନୀତି ଉପରେ ପଡୁଛି। ରୁଷ୍ ଏବେ ନିଜର ପ୍ରତିରକ୍ଷା ବଜେଟର ୪୦ ପ୍ରତିଶତ ସେନା ଉପରେ ଖର୍ଚ୍ଚ କରୁଛି। ରୁଷିଆରେ ମୁଦ୍ରାସ୍ଫୀତି ଶୀର୍ଷରେ ରହିଛି ଏବଂ ଏହା ୨୦ ପ୍ରତିଶତରେ ପହଞ୍ଚିଛି। ଟ୍ରମ୍ପ କହିଛନ୍ତି ଯେ ଚୁକ୍ତି ହେବ ବୋଲି ସେ ଆଶା ରଖିଛନ୍ତି। ଟ୍ରମ୍ପ୍ କହିଛନ୍ତି ଯେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ଥରେ ତାଙ୍କୁ କହିଥିଲେ ଯେ ସେ ରୁଷ୍ ସହ ଶାନ୍ତି ଚୁକ୍ତି ଚାହୁଁଛନ୍ତି ଯାହାଦ୍ୱାରା ଯୁଦ୍ଧ ଶେଷ ହୋଇପାରିବ। ଟ୍ରମ୍ପ ତାଙ୍କ ନିର୍ବାଚନ ପ୍ରଚାର ସମୟରେ ଶପଥ ଗ୍ରହଣ କରିବାର ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନ ଯୁଦ୍ଧ ଶେଷ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
ଯଦିଓ ଟ୍ରମ୍ପ୍ ଗତ କିଛିଦିନ ହେବ ଏଥିରୁ ନିଜକୁ ଦୂରେଇ ରଖିଛନ୍ତି, ତଥାପି ସେ ଶାନ୍ତି ପାଇଁ କାମ କରିବେ ବୋଲି କହିଛନ୍ତି। ବିଶ୍ଳେଷକଙ୍କ ମତରେ ୟୁକ୍ରେନ ଯୁଦ୍ଧ ଏତେଶୀଘ୍ର ଶେଷ ହେବାକୁ ଯାଉନାହିଁ। ଏହାର କାରଣ ହେଉଛି ପୁଟିନ୍ ବିଶ୍ୱାସ କରନ୍ତି ଯେ ସେ ଯୁଦ୍ଧ ଜିତିଛନ୍ତି। ପୁଟିନ୍ ଏହି ଲଢ଼େଇକୁ ରୋକିବା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି। ଏହି ସମୟରେ ରୁଷିଆ ବିପୁଳ କ୍ଷତି ସହିଛି। ଯଦି ଟ୍ରମ୍ପ ଚାହୁଁଛନ୍ତି ଯେ ଏହି ଯୁଦ୍ଧ ଶେଷ ହେଉ, ତେବେ ସେ ୟୁକ୍ରେନକୁ ଗୁରୁତର ସହାୟତା ପ୍ରଦାନ ଜାରି ରଖିବା ଉଚିତ। ଏହା ପୁଟିନଙ୍କୁ ଶାନ୍ତି ପ୍ରତିଷ୍ଠା କରିବାକୁ ବାଧ୍ୟ କରିବ।
ପୁଟିନଙ୍କ ଭାରତ ପକ୍ଷରୁ ପରାମର୍ଶଦାତାଙ୍କ ଦାବି
ସେପଟେ ପୁଟିନଙ୍କ ଗୁରୁଭାବେ ପରିଚିତ ରୁଷୀୟ ପ୍ରଫେସର ତଥା ଦାର୍ଶନିକ ଆଲେକଜାଣ୍ଡର ଡୁଗିନ କହିଛନ୍ତି ଯେ ଭାରତ ରୁଷ୍ ଓ ଆମେରିକା ମଧ୍ୟରେ ଆଲୋଚନା ପାଇଁ ଏକ ଆଦର୍ଶ ପ୍ଲାଟଫର୍ମ ହୋଇପାରିବ। ଦୁଇ ଦେଶ ମଧ୍ୟରେ ସନ୍ତୁଳନ ଭାବରେ କାମ କରିବାର ଶକ୍ତି ଭାରତ ପାଖରେ ଅଛି ବୋଲି ଡୁଗିନ କହିଛନ୍ତି। ଉଭୟ ଆମେରିକା ଓ ରୁଷିଆର ପ୍ରତିନିଧି ଦଳକୁ ଭାରତରେ ସ୍ୱାଗତ କରାଯିବ। ସେ କହିଛନ୍ତି ଯେ ଭାରତ ପୁଟିନ୍ ଏବଂ ଟ୍ରମ୍ପଙ୍କ ମଧ୍ୟରେ ବୈଠକଆୟୋଜନ କରିବା ଉଚିତ। ଅନ୍ୟପକ୍ଷରେ ଜେଲେନ୍ସିକିଙ୍କ ସହଯୋଗୀ ଆଣ୍ଡ୍ରୁଜ୍ ୟେର୍ମାକ୍ କହିଛନ୍ତି ଯେ ଜେଲେନ୍ସିକି ଯୁଦ୍ଧ ଶେଷ କରିବା ପାଇଁ ଟ୍ରମ୍ପଙ୍କୁ ଚାହୁଁଛନ୍ତି। ଭାରତ କେବଳ ଏକ ଆଞ୍ଚଳିକ ନୁହେଁ ବରଂ ଏକ ବିଶ୍ୱସ୍ତରୀୟ ନେତା ଏବଂ କେବଳ ଅସ୍ତ୍ରବିରତି ନୁହେଁ ବରଂ ଶାନ୍ତି କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ସେ କହିଛନ୍ତି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ କଥା ହୋଇଛନ୍ତି ୟେର୍ମାକ।
ରାଜନୈତିକ ଫାଇଦା ପାଇଁ କଂଗ୍ରେସ ୭୫ଥର ସମ୍ବିଧାନ ସଂଶୋଧନ କରିଛି: ବିଜେପି
