- ଚେନ୍ନାଇ ସୁପରକିଙ୍ଗ୍ସ ସବୁଠୁ ଦାମୀ ବ୍ରାଣ୍ଡ
- ରୟାଲ ଚ୍ୟାଲେଞ୍ଜର୍ସ ଦ୍ୱିତୀୟ, ମୁମ୍ବାଇ ଇଣ୍ଡିଆନ୍ସ ତୃତୀୟ
ବର୍ଷକୁ ବର୍ଷ ଆଇପିଏଲର ଲୋକପ୍ରିୟତା ବଢ଼ି ବଢ଼ି ଚାଲିବା ସହ ଏହାର ବ୍ରାଣ୍ଡ ଭାଲ୍ୟୁ ମଧ୍ୟ ବଢ଼ିଚାଲିଛି । ୨୦୨୪ରେ ଏହାର ଭାଲ୍ୟୁ ୧୩ ପ୍ରତିଶତକୁ ବୃଦ୍ଧି ପାଇ ୧୨ ବିଲିୟନ ଡଲାରରେ (୧ ଲକ୍ଷ କୋଟିରୁ ଉର୍ଦ୍ଧ୍ୱ) ପହଞ୍ଚିଛି । ୧୭ତମ ବ୍ରାଣ୍ଡ୍ ଫାଇନାନ୍ସ ରିପୋର୍ଟରୁ ଏହା ଜଣାପଡ଼ିଛି । ରିପୋର୍ଟ ଅନୁଯାୟୀ, ଏକ ବ୍ୟବସାୟ ଭାବରେ ଆଇପିଏଲର ମୂଲ୍ୟ ୬.୫% ବୃଦ୍ଧି ପାଇ ୧୬.୪ ବିଲିୟନ (୧୩୫,୦ କୋଟି ଟଙ୍କା) ଆମେରିକୀୟ ଡଲାରରେ ପହଞ୍ଚିଛି, ଯାହା ଲିଗର ନିରନ୍ତର ସଫଳତା ଏବଂ ବିଶ୍ୱସ୍ତରୀୟ ଆକର୍ଷଣକୁ ପ୍ରତିଫଳିତ କରୁଛି। ଗତ ଏକ ବର୍ଷ ମଧ୍ୟରେ ଆଇପିଏଲର ଏକକ ବ୍ରାଣ୍ଡ ମୂଲ୍ୟ ୬.୩% ବୃଦ୍ଧି ପାଇ ୩.୪ ବିଲିୟନ ଆମେରିକୀୟ ଡଲାର (୨୮,୦୦୦ କୋଟି ଟଙ୍କା) ହୋଇଛି।
୨୦୨୪ରୁ ୨୦୨୮ ପର୍ଯ୍ୟନ୍ତ ଆଗାମୀ ପାଞ୍ଚ ବର୍ଷ ପାଇଁ ଟାଟା ଗ୍ରୁପ୍ ଆଇପିଏଲର ଟାଇଟଲ୍ ପ୍ରାୟୋଜନ ଅଧିକାର ପାଖାପାଖି ୩୦୦ ନିୟୁତ ଆମେରିକୀୟ ଡଲାର (୨୫୦୦ କୋଟି ଟଙ୍କା)ରେ ହାସଲ କରିଛି, ଯାହା କି ପୂର୍ବ ସିଜନ (୩୩୫ କୋଟି ଟଙ୍କା) ତୁଳନାରେ ପ୍ରାୟ ୫୦% ଅଧିକ ହୋଇଛି। ଗତବର୍ଷର ମିଡିଆ ରାଇଟ୍ସ ନିଲାମ ସହିତ ଏହା ଆଇପିଏଲର ମୂଲ୍ୟ ବୃଦ୍ଧି ହୋଇଥିଲା।
ଆଇପିଏଲ୍ ୨୦୨୪ କୋଲକାତା ନାଇଟ୍ ରାଇଡର୍ସ ପାଇଁ ବଡ଼ ସଫଳତା ଥିଲା ଏବଂ ଶାହାରୁଖ ଖାନଙ୍କ ମାଲିକାନାରେ ଥିବା ଫ୍ରାଞ୍ଚାଇଜ୍ ତୃତୀୟ ଟାଇଟଲ୍ ଜିତିଥିଲା। ଗତ ବର୍ଷକ ମଧ୍ୟରେ ଆଇପିଏଲ୍ ଆର୍ଥିକ ଦୃଷ୍ଟିରୁ ମଧ୍ୟ ବହୁଗୁଣା ବୃଦ୍ଧି ପାଇଛି।
୧୦ଟି ଫ୍ରାଞ୍ଚାଇଜଙ୍କ ମଧ୍ୟରେ ଚେନ୍ନାଇ ସୁପରକିଙ୍ଗ୍ସର ବ୍ରାଣ୍ଡ ଭାଲ୍ୟୁ ସର୍ବାଧିକ ୧୨୨ ମିଲିୟନ ଡଲାର ହୋଇଛି । ଗତ ବର୍ଷ ପ୍ଲେ-ଅଫ୍ ରେ ପ୍ରବେଶ କରିବାରେ ବିଫଳ ହୋଇଥିଲେ ମଧ୍ୟ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ସବୁଠାରୁ ମୂଲ୍ୟବାନ ଫ୍ରାଞ୍ଚାଇଜ୍ ଭାବେ ପରିଗଣିତ ହୋଇଛି। ପୂର୍ବ ବର୍ଷ ତୁଳନାରେ ଏହାର ବ୍ରାଣ୍ଡ ମୂଲ୍ୟ ୯% ଅଭିବୃଦ୍ଧି ହାସଲ କରିଛି। ୨୦୨୪ରେ ଫ୍ରାଞ୍ଚାଇଜ୍ର ବ୍ରାଣ୍ଡ ମୂଲ୍ୟ ୨୩୧.୦ ନିୟୁତ ଆମେରିକୀୟ ଡଲାରରେ ପହଞ୍ଚିଛି। ଆଇପିଏଲ୍ ୨୦୨୪ ବିଜେତା କୋଲକାତା ନାଇଟ୍ ରାଇଡର୍ସ ୨୦୨୩ ତୁଳନାରେ ଏଥର ସର୍ବାଧିକ ୧୯.୩୦% ଅଭିବୃଦ୍ଧି ହାସଲ କରିଛି।
ସେମିତି ମୁମ୍ବାଇ ଇଣ୍ଡିଆନ୍ସର ୧୧୯ ମିଲିୟନ , ରୟାଲ ଚ୍ୟାଲଞ୍ଜର୍ସ ବେଙ୍ଗାଲୁରୁର ୧୧୭ ମିଲିୟନ, କୋଲକାତା ନାଇଟ୍ ରାଇଡର୍ସର ୧୦୯ ମିଲିୟନ, ସନରାଇଜର୍ସ ହାଇଦ୍ରାବାଦର ୮୫ ମିଲିୟନ, ରାଜସ୍ଥାନ ରୟାଲ୍ସର ୮୧ ମିଲିୟନ, ଦିଲ୍ଲୀ କ୍ୟାପିଟାଲ୍ସର ୮୦ ମିଲିୟନ, ଗୁଜରାଟ ଟାଇଟନ୍ସର ୬୯ ମିଲିୟନ, ପଞ୍ଜାବ କିଙ୍ଗ୍ସର ୬୮ ମିଲିୟନ ଏବଂ ଲକ୍ଷ୍ନୌ ସୁପରଜାଏଣ୍ଟସର ୬୦ ମିଲିୟନ ଡଲାର ।
୨୦୦୮ରେ ଆଇପିଏଲର ଭାଲ୍ୟୁ ୧.୬ ବିଲିୟନ ଡଲାର ଥିଲା । ୨୦୨୨ରେ ୮.୪ ବିଲିୟନ, ୨୦୨୩ରେ ୧୦.୮ ବିଲିୟନ ଏବଂ ୨୦୨୪ରେ ୧୨ ବିଲିୟନ ଡଲାରହୋଇଛି ।
previous article: https://purvapaksa.com/all-these-things-will-be-expensive-gst-increase-from-28-to-35/