ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର କହିଛନ୍ତି ଯେ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟଗୁଡ଼ିକୁ ୫୦ ବର୍ଷର ସୁଧମୁକ୍ତ ଋଣ ବାବଦରେ ୧.୫ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯିବ। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରି ଶିକ୍ଷା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ୫୦୦ କୋଟି ଟଙ୍କାର ବ୍ୟୟବରାଦ ଘୋଷଣା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭିତ୍ତିଭୂମି ମନ୍ତ୍ରଣାଳୟ ପିପିପି ମୋଡରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପଗୁଡ଼ିକର ତିନି ବର୍ଷର ପାଇପ୍ ଲାଇନ୍ ପ୍ରସ୍ତୁତ କରିବ।
ସୀତାରମଣ କହିଛନ୍ତି ଯେ ରାଜ୍ୟଗୁଡ଼ିକୁ ପୁଞ୍ଜି ବ୍ୟୟ ପାଇଁ ୫୦ ବର୍ଷର ସୁଧମୁକ୍ତ ଋଣ ଯୋଜନା ଚଳିତ ବର୍ଷ ଜାରି ରହିବ ଏବଂ ମୋଟ ୧.୫ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରାଯିବ। ଗତ ଜୁଲାଇ ୨୩ ତାରିଖରେ ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍ ଅଭିଭାଷଣରେ ସରକାରଙ୍କ ଗତି ଶକ୍ତି ମାଷ୍ଟର ପ୍ଲାନ୍ ଅଧୀନରେ ମୋଟ ପ୍ରସ୍ତାବିତ ବ୍ୟୟବରାଦ ବିଷୟରେ ଉଲ୍ଲେଖ କରିନଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରିୟ ପ୍ରକଳ୍ପ ଗତି ଶକ୍ତି ମାଷ୍ଟର ପ୍ଲାନରେ ସାତଟି ଭିତ୍ତିଭୂମି ଉପ-କ୍ଷେତ୍ର ପାଇଁ ସାମଗ୍ରିକ ନୀତି ନିର୍ଦ୍ଧାରଣ ଅନ୍ତର୍ଭୁକ୍ତ, ଗୋଟିଏ ଡିଜିଟାଲ ପୋର୍ଟାଲ ଯାହାସମସ୍ତ ଅଂଶୀଦାରଙ୍କ ଦ୍ୱାରା ରିୟଲ ଟାଇମ ସୂଚନା ପାଇଁ ଉପଲବ୍ଧ ହୋଇପାରିବ । ଏହି ମାଷ୍ଟର ପ୍ଲାନ ଅତୀତରେ ରାଜ୍ୟମାନଙ୍କୁ ପୁଞ୍ଜିନିବେଶ ଆକୃଷ୍ଟ କରିବାରେ ସାହାଯ୍ୟ କରିଛି ଏବଂ ଭାରତକୁ ୨୦୩୦ ସୁଦ୍ଧା ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ଦିଗରେ ଆଗେଇ ନେଇଛି ।
previous article: https://purvapaksa.com/fdi-limit-in-insurance-sector-raised-from-74-to-100/