ଦେଶରେ ମଧ୍ୟବିତ୍ତ ପରିବାରଙ୍କ ଅସରନ୍ତି ସମସ୍ୟା। ଦିନକୁ ଦିନ ଦରବୃଦ୍ଧି ଯୋଗୁଁ ମଧ୍ୟବିତ୍ତ ପରିବାରର ଲୋକ ହଇରାଣ ହରକତ ହେଉଥିବା ସମୟରେ ଧନୀ ଲୋକମାନେ ଲଗାତର ବିଳାସପୂର୍ଣ୍ଣ ଘର କିଣିବାରେ ଲାଗିପଡ଼ିଛନ୍ତି। ଗତ ୫ ବର୍ଷ ଭିତରେ ବିଶେଷ କରି କରୋନା ମହାମାରୀ ପରଠୁ ମଧ୍ୟବିତ୍ତ ପରିବାର ଉପରେ ଅନେକ ଚାପ ପଡ଼ିଛି। ଘରୋଇ ବଜେଟ୍ ପ୍ରଭାବିତ ହୋଇଛି। ଏହା ସତ୍ତ୍ୱେ ବିଳାସପୂର୍ଣ୍ଣ ଘର ଅର୍ଥାତ୍ ୩ କୋଟି ଟଙ୍କାରୁ ଅଧିକ ଦାମର ଘର ବିକ୍ରିରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି। କୋଭିଡ୍ ୧୯ ପରଠୁ ଲକ୍ସରୀ ଓ ଅଲ୍ଟ୍ରା-ଲକ୍ସରୀ ସମ୍ପତ୍ତିର ଚାହିଦାରେ ବୃଦ୍ଧି ଦେଖିବାକୁ ମିଳିଛି। ୨୦୨୩ରେ ବିଳାସପୂର୍ଣ୍ଣ ଘରର ବିକ୍ରିରେ ରେକର୍ଡ ପରେ ନିକଟରେ ଶେଷ ହୋଇଥିବା ବର୍ଷରେ ନୂଆ ରେକର୍ଡ ଦେଖିବାକୁ ମିଳିଛି।
ରିୟଲ ଏଷ୍ଟେଟ୍ ସର୍ଭିସ୍ ଓ ଇନଭେଷ୍ଟମେଣ୍ଟ ଫର୍ମ CBREର ରିପୋର୍ଟ ଅନୁସାରେ ୨୦୨୪ରେ ବିଳାସପୂର୍ଣ୍ଣ ହାଉସିଂ କ୍ଷେତ୍ରରେ(୪ କୋଟି ଟଙ୍କା ବା ତଦୁର୍ଦ୍ଧ ମୂଲ୍ୟ ବିଶିଷ୍ଟ ଘର) ବିକ୍ରିରେ ୫୩ ପ୍ରତିଶତ ବାର୍ଷିକ ବୃଦ୍ଧି ଦେଖିବାକୁ ମିଳିଛି। ୨୦୨୩ରେ ସାରା ଦେଶରେ ୧୨,୯୦୦ ଘର ବିକ୍ରି ହୋଇଥିବାବେଳେ ୨୦୨୪ରେ ଏହା ବୃଦ୍ଧି ପାଇ ୧୯,୭୦୦ ରେ ପହଞ୍ଚିଛି।
ଦେଶର ରାଜଧାନୀ ଦିଲ୍ଲୀରେ ବିଳାସପୂର୍ଣ୍ଣ ଘର କ୍ରୟ କରିବାର ଅଧିକ କ୍ରେଜ୍ ରହିଛି। ୨୦୨୪ରେ ଦିଲ୍ଲୀରେ ସମୁଦାୟ ୧୦,୫୦୦ ଲକ୍ସରୀ ୟୁନିଟ୍ ବିକ୍ରି ହୋଇଛି ଯାହା ୨୦୨୩ର ୫,୫୨୫ ୟୁନିଟ୍ ତୁଳନାରେ ୯୦ ପ୍ରତିଶତ ଅଧିକ। ତେବେ କେବଳ ବିଳାସପୂର୍ଣ୍ଣ ଘର ନୁହେଁ ବରଂ, ଅଲ୍ଟ୍ରା ଲକ୍ସରୀ ଘର(୪୦ କୋଟିରୁ ଅଧିକ ଦାମ୍ ବିଶିଷ୍ଟ ଘର)ର ବିକ୍ରି ମଧ୍ୟ ବଢ଼ିଛି। ୨୦୨୪ରେ ୫୯ ଅଲ୍ଟ୍ରା-ଲକ୍ସରୀ ଘର ବିକ୍ରି ହୋଇଛି ଯାହାର ସମୁଦାୟ ଦାମ୍ ୪୭୫୪ କୋଟି ଟଙ୍କା । ୨୦୨୩ରେ ଘର ସଂଖ୍ୟା ୫୮ ଥିଲା ଏବଂ ସମୁଦାୟ ୪୦୬୩ କୋଟି ଟଙ୍କାର କିଣାବିକା ହୋଇଥିଲା।
ଭୁବନେଶ୍ୱର ସମେତ ଅନ୍ୟାନ୍ୟ ସହରରେ ବି ଦାମୀ ଘର କିଣିବା ପାଇଁ ଲୋକମାନଙ୍କ ଭିତରେ ପ୍ରତିଯୋଗୀତା ଲାଗି ରହିଛି।
ଓଡ଼ିଶାର ସମସ୍ତ ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ; ୫-ଟି ମଡେଲ ଠିକ୍ ନୁହେଁ: ମୁଖ୍ୟମନ୍ତ୍ରୀ

1 Comment
I don’t think the title of your article matches the content lol. Just kidding, mainly because I had some doubts after reading the article.