କୋଲକାତା ଆରଜି କର ହସ୍ପିଟାଲ ମାମଲାରେ ଆଜି ଦଣ୍ଡ ଶୁଣାଣି । ଦୋଷୀ ସାବ୍ୟସ୍ତ ହୋଇଥିବା ସଂଜୟ ରାୟକୁ ଦଣ୍ଡ ଶୁଣାଇବେ ସିଆଲଦା କୋର୍ଟ । କୋର୍ଟ ଫାଶୀ ଦେବେ ନା ଆଜୀବନ କାରାଦଣ୍ଡ ଏହାକୁ ସମସ୍ତଙ୍କ ଅପେକ୍ଷା । ସଂଜୟ ରାୟକୁ ଶନିବାର ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ସଞ୍ଜୟ ରାୟକୁ ବିଏନଏସ ସେକ୍ସନ ୬୪, ୬୬ ଏବଂ ୧୦୩(୧) ଅଧିନରେ ଦୋଷୀ ସାବ୍ୟସ୍ତ କରାଯାଇଛି ।
କୋର୍ଟ କହିଛନ୍ତି ଯେ, ଅଭିଯୁକ୍ତଙ୍କ ବିରୋଧରେ ବିଏନ୍ଏସ୍ ଧାରା ୬୪,୬୬, ୧୦୩/୧ ଲାଗୁ କରାଯାଇଛି । ଅଭିଯୁକ୍ତଙ୍କ ଆରଜି କର ମେଡିକାଲ କଲେଜର ବାହାନା କରି ହସ୍ପିଟାଲର ସେମିନାର ରୁମକୁ ଯାଇ ସେଠାରେ ବିଶ୍ରାମ ନେଉଥିବା ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ଆକ୍ରମଣ କରିଥିଲେ ଏବଂ ପରେ ତାଙ୍କୁ ହତ୍ୟା କରିଥିଲେ । ଡାକ୍ତରଙ୍କ ହତ୍ୟା ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ବିରୋଧରେ ମାମଲାର ଶୁଣାଣି ଜାନୁଆରି ୯ ରେ ଶେଷ ହୋଇଥିଲା, ଯେଉଁଥିରେ ୫୦ ସାକ୍ଷୀଙ୍କୁ ପଚରାଉଚରା କରାଯାଇଥିଲା ।
ଶନିବାର ଦିନ କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ଘଟଣାର ୧୬୧ ଦିନ ପରେ ଆସିଥିଲା ରାୟ । କୋଲାକାତା ଆରଜି କର ମେଡିକାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସଂଜୟ ରାୟ ଏକାକୀ ଦୋଷୀ ସାବ୍ୟସ୍ତ ହୋଇଛି ।୨୦୨୪ ନଭେମ୍ବର ୧୨ରେ ଇନକ୍ୟାମେରା ଟ୍ରାଏଲ ଆରମ୍ଭ ହୋଇଥିଲା । ୨୦୨୫ ଜାନୁଆରୀ ୯ରେ ଶୁଣାଣି ଶେଷ ହୋଇଥିଲା ।
ସୂଚନାଯୋଗ୍ୟ, ଅଗଷ୍ଟ ୮ ତାରିଖ ରାତି ପ୍ରାୟ ୧୧ଟାରେ ଅଭିଯୁକ୍ତ ଏହି ବାଇକ ବ୍ୟବହାର କରି ଆରଜି କର ମେଡିକାଲ କଲେଜରେ ପହଞ୍ଚିଥିଲେ । ଏହାପରେ ବିଳମ୍ବିତ ରାତିରେ ସେ ବାହାରକୁ ବାହାରିଥିଲେ । ଗତ ୯ ତାରିଖରେ ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ସବୁଠି ଆନ୍ଦୋଳନ ଜୋର୍ ଧରିବା ପରେ କୋଲକାତା ଆରଜି କର ମେଡିକାଲ କଲେଜର ପ୍ରିନ୍ସିପାଲ୍ ଡାକ୍ତର ସନ୍ଦୀପ ଘୋଷ ନିଜ ପଦରୁ ଇସ୍ତଫା ଦେଇଥିଲେ । ଘଟଣା ଦିନ ରାତିରେ ସେମିନାର୍ ହଲରେ ଅଭୟା ଶୋଇଥିବାବେଳେ ସଞ୍ଜୟ ରୁମକୁ ଯାଇଥିଲା । ସିସିଟିଭି ଫୁଟେଜ ଆଧାରରେ ସଞ୍ଜୟକୁ ଛାଡ଼ିଦେଲେ କୌଣସି ଷ୍ଟାଫ୍ ସେଠାକୁ ଯାଇ ନ ଥିଲେ । ସଞ୍ଜୟର ବ୍ଲଟୁଥ୍ ଅଭୟାଙ୍କ ମୃତଦେହ ନିକଟରେ ପଡ଼ିଥିଲା । ଯାହା ଆଧାରରେ ସଞ୍ଜୟଙ୍କୁ ଗିରଫ କରିଥିଲା ପୋଲିସ।
ଆଜିଠୁ ଆମେରିକାରେ ପୁଣି ଆରମ୍ଭ ହେବ ଟ୍ରମ୍ପ ରାଜ୍, ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ