Odisha Police Exam: ସ୍ଥଗିତ ହେଲା ଓଡ଼ିଶା ପୁଲିସର ‘ଗ୍ରୁପ୍- ବି’ ପଦବୀ ପରୀକ୍ଷା । ଆସନ୍ତା ୮ ଓ ୯ ତାରିଖରେ ହେବାକୁ ଥିବା ଓଡ଼ିଶା ପୋଲିସର ଗ୍ରୁପ୍-ବି ପଦବୀ ପରୀକ୍ଷା ସ୍ଥଗିତ ରଖାଯାଇଛି ।
ଏକା ଦିନରେ ଦୁଇଟି ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେବା ଘଟଣା ସମ୍ପର୍କରେ ଓଟିଭିରେ ଖବର ପ୍ରସାରଣ ପରେ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ OPRB ଦ୍ବାରା ହେବାକୁ ଥିବା ଏହି ପରୀକ୍ଷାକୁ ଅନ୍ୟାଦେଶ ଯାଏଁ ସ୍ଥଗିତ ରଖାଯାଇଛି ।
ମାର୍ଚ୍ଚ ୯ରେ ସହକାରୀ କୃଷି ଅଧିକାରୀ ପରୀକ୍ଷା ଏବଂ ଏସଆଇ ପରୀକ୍ଷା ଗୋଟିଏ ଦିନରେ ଥିବାରୁ ପରୀକ୍ଷାର୍ଥୀ ତଥା ଚାକିରି ଆଶାୟୀ ଅସନ୍ତୋଷ ପ୍ରକାଶ କରିଥିଲେ । କାର୍ଯ୍ୟସୂଚୀ ବିଶୃଙ୍ଖଳାର ପ୍ରତିବାଦରେ ଷ୍ଟୁଡେଣ୍ଟସ୍ ଏଗେନଷ୍ଟ କରପସନ୍ (ଏସଏସି) ସଂଗଠନ ଏନେଇ ରାସ୍ତାକୁ ଓହ୍ଲାଇଥିଲେ । ଫଳରେ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି ।
ALSO READ: https://purvapaksa.com/heatwave-continue-in-odisha/