ବକ୍ସ ଅଫିସରେ ଧୁଳି ଚାଟିଥିଲା ଏହି ସିନେମା
ହିରୋଇନଙ୍କ ଚୁମ୍ବନ ଦୃଶ୍ୟ ସୃଷ୍ଟି କରିଥିଲା ହଇଚଇ
ଭାରତର ସବୁଠାରୁ ଦାମୀ ଫିଲ୍ମ ୮୦ ଦଶକରେ ନିର୍ମିତ ହୋଇଥିଲା, ଯେଉଁଥିରେ ନିର୍ମାତା ଓ ନିର୍ଦ୍ଦେଶକମାନେ ବହୁତ ଟଙ୍କା ବିନିଯୋଗ କରିଥିଲେ, କିନ୍ତୁ ଏହି ଫଲ୍ମ ରୋଜଗାର ଦୃଷ୍ଟିରୁ ଫ୍ଲପ ସାବ୍ୟସ୍ତ ହୋଇଥିଲା । ସିନେମାଟି ପ୍ରେକ୍ଷାଳୟକୁ ଆସିବାମାତ୍ରେ ଏହାର ଫଳାଫଳ ଆଶାନୁରୂପ ହୋଇନଥିଲା ଏବଂ କିଛି ଦୃଶ୍ୟ ବିବାଦକୁ ଜନ୍ମ ଦେଇଥିଲା। ଏହି ଫିଲ୍ମରେ ଧର୍ମେନ୍ଦ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।
୮୦ ଦଶକରେ ଏକ ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା, ଯାହାର ପ୍ରସ୍ତୁତି ପାଇଁ ୮ ବର୍ଷ ସମୟ ଲାଗିଥିଲା । ସିନେମା ଜଗତର ମହାନ ନିର୍ଦ୍ଦେଶକମାନେ ଏହାକୁ ତିଆରି କରୁଥିଲେ । ସେସମୟରେ ବଲିଉଡ୍ର ସବୁ ନାମି ଦାମି ତାରକାମାନେ ଅଭିନୟ ପାଇଁ ଚୁକ୍ତି କରିଥିଲୋ ଏହାକୁ ଭବ୍ୟ ସ୍ତରରେ ଉପସ୍ଥାପନ କରିବା ପାଇଁ ନିର୍ମାତାମାନେ ୧୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ଅନେକ ଋଣ ନେବାକୁ ପଡିଥିଲାା ଏପରିକି ଚଳଚ୍ଚିତ୍ରର ଟିମ ମଧ୍ୟ ଋଣ ଦେଇଥିଲେ ଏବଂ ସମସ୍ତ ଋଣ ପରିଶୋଧ ହେବ ବୋଲି ଏକ ନିଶ୍ଚିତ ଗ୍ୟାରେଣ୍ଟି ଥିଲା, କିନ୍ତୁ ମୁକ୍ତିଲାଭ ପରେ ଯାହା ଘଟିଲା ତାହା ଇତିହାସରେ ଲିପିବଦ୍ଧ ହୋଇଛି ।
ଚର୍ଚ୍ଚିତ ଚଳଚ୍ଚିତ୍ର ‘ରଜିଆ ସୁଲତାନ’
ଏହି ଚଳଚ୍ଚିତ୍ରଟି ୧୯୮୩ ରେ ମୁକ୍ତିଲାଭ କରିଥିବା ସବୁଠାରୁ ଚର୍ଚ୍ଚିତ ଚଳଚ୍ଚିତ୍ର ‘ରଜିଆ ସୁଲତାନ’ ଥିଲା । ଏଥିରେ ହେମା ମାଳିନୀ, ପରବୀନ ବାବି ଓ ଧର୍ମେନ୍ଦ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମ ଇଣ୍ଡିଆ ପିରିୟଡ ବାୟୋଗ୍ରାଫିକାଲର କାହାଣୀ ଦିଲ୍ଲୀ ସୁଲତାନତର ପ୍ରଥମ ମହିଳା ଶାସକ ରଜିଆ ସୁଲତାନଙ୍କ ଉପରେ ଆଧାରିତ ଥିଲା । ପାକିଜା ଫିଲ୍ମ ପରେ କମଲ ଅମରୋହି ଏହି ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । କମାଲ ଅମରୋହି ଏହି ଫିଲ୍ମ ତିଆରି କରିବା ପାଇଁ ସମସ୍ତ ପରିଶ୍ରମ କରିଥିଲେ । ସ୍ପେଶାଲ ଇଫେକ୍ଟ ପାଇଁ ସେ ହଲିଉଡ ମଧ୍ୟ ଯାଇଥିଲେ । ଏହି ସିନେମା ନିର୍ମାଣ ପାଇଁ ସେ ୧୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ, ଯେଉଁକାରଣରୁ ଏହା ସେତେବେଳେ ଭାରତର ସବୁଠାରୁ ମହଙ୍ଗା ଫିଲ୍ମ ପାଲଟିଥିଲା । ଫିଲ୍ମରେ କମଲ ନିଜର ସମସ୍ତ ଟଙ୍କା ବିନିଯୋଗ କରିଥିଲେ । ସେ ଇଣ୍ଡଷ୍ଟ୍ରିରୁ ଅନେକ ଋଣ ନେଇଥିଲେ, ଏପରିକି କ୍ରୁ ମେମ୍ବରଙ୍କଠାରୁ ଟଙ୍କା ଉଧାର ନେଇଥିଲେ ଏବଂ ଲାଭ ପରେ ସେମାନଙ୍କୁ ଟଙ୍କା ଫେରାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ରଜିଆ ସୁଲତାନ ବକ୍ସ ଅଫିସରେ ଫ୍ଲପ୍
କିନ୍ତୁ ରଜିଆ ସୁଲତାନ ବକ୍ସ ଅଫିସରେ ଫ୍ଲପ୍ ସାବ୍ୟସ୍ତ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ପିରିୟଡ୍ ଡ୍ରାମାର ବ୍ୟବସାୟ ମାତ୍ର ୨ କୋଟି ଟଙ୍କା ଥିଲା। ଆଇଏମ୍ଡିବି ଅନୁଯାୟୀ, ଏହି ଫିଲ୍ମ ଫ୍ଲପ୍ ହେବା ପରେ ପୂରା ଇଣ୍ଡଷ୍ଟ୍ରି କିଛି ସମୟ ପାଇଁ ଋଣଭାରରେ ବୁଡ଼ି ରହିଥିଲା। କୌଣସି ପ୍ରକାରେ ନିବେଶକମାନେ ଟଙ୍କା ଉଠାଇନେଲେ, କିନ୍ତୁ କମଲ ଅମରୋହି ଦେବାଳିଆ ହୋଇଗଲେ। ସେ ନିଜ ପକେଟରୁ କ୍ରୁ ମେମ୍ବରମାନଙ୍କୁ ଟଙ୍କା ଦେଇଥିଲେ।
ରଜିଆ ସୁଲତାନ ଫ୍ଲପ ହେବା ପଛେର ଅନେକ କାରଣ ରହିଥିଲାା ସିନେମାରେ ରଜିଅ ସୁଲତାନ ଅଧିକାଂଶ ସମୟରେ ଏକ କଠିନ ଉର୍ଦ୍ଦୁ ଶବ୍ଦ ବ୍ୟବହାର କରୁଥିଲେ, ଯାହା ଦର୍ଶକଙ୍କ ପାଇଁ ବୁଝିବା କଷ୍ଟକର ହୋଇଥିଲାା ଏହି କାରଣରୁ ଦର୍ଶକ ଫିଲ୍ମ ଦେଖିବାକୁ ଏଡ଼ାଇ ଯାଉଥିଲେ। ଖାଲି ସେତିକି ନୁହେଁ ଫିଲ୍ମର ଏକ ଗୀତ ଥିଲା ସେସମୟର ସବୁଠାରୁ ବିବାଦୀୟ ଗୀତ । ଏହି ଗୀତରେ ହେମା ମାଳିନୀ ଓ ପରବୀନ ବାବିଙ୍କ ରୋମାନ୍ସ ଦେଖିବାକୁ ମିଳିଥିଲା । ଏହି ଗୀତରେ ଉଭୟଙ୍କର ଚୁମ୍ବନ ଦୃଶ୍ୟ ମଧ୍ୟ ଥିବା ଅନୁମାନ କରାଯାଉଥିଲା । ଏହି କାରଣରୁ ପ୍ରବଳ ହଟ୍ଟଗୋଳ ହୋଇଥିଲା।
ରଜିଆ ସୁଲତାନ ଫ୍ଲପ୍ ହେବା ପରେ କମଲ ଅମରୋହି ଦୁଇଟି ଫିଲ୍ମ ମଜନୁନ ଏବଂ ବାହାଦୁର ଶାହ ଜାଫର ନିର୍ମାଣ କରିବାକୁ ଯାଉଥିଲେ, କିନ୍ତୁ କୌଣସି କାରଣରୁ ଏହି ଫିଲ୍ମ ନିର୍ମାଣ ହୋଇପାରିନଥିଲା ଏବଂ ୧୯୯୩ରେ କମଲ ଏହି ଦୁନିଆକୁ ବିଦାୟ ନେଇଥିଲେ ।
Previous articlehttps://purvapaksa.com/oneday-cricket-rule-will-be-changed/
1 Comment
Pingback: ଐଶ୍ୱର୍ଯ୍ୟାଙ୍କ ସହ ଛାଡପତ୍ର ପରେ ଅଭିଷେକଙ୍କ ଚକିତ କଲା ଭଳି ପୋଷ୍ଟ