Ranbir Kapoor: ସେହି ଅଭିନେତାମାନଙ୍କ ମଧ୍ୟରେ ରଣବୀର କପୁରଙ୍କୁ ଗଣାଯାଇପାରେ, ଯେଉଁମାନେ ଏକ ଚଳଚ୍ଚିତ୍ର ପରିବାରରୁ ହେବାର ସମ୍ପୂର୍ଣ୍ଣ ଲାଭ ପାଇଛନ୍ତି ।
କିନ୍ତୁ ସେ ତାଙ୍କର ଦକ୍ଷତା ବା ଦମଦାର ଅଭିନୟ ହେତୁ ଆଜି ସେ ଦର୍ଶକଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ପରଦାରେ ରଣବୀର ସମସ୍ତ ପ୍ରକାରର ଭୂମିକାରେ ଅଭିନୟ ମଧ୍ୟ କରିଛନ୍ତି । ଯାହାକୁ ଦର୍ଶକମାନେ ମଧ୍ୟ ପସନ୍ଦ କରିଛନ୍ତି । ଫିଲ୍ମ ‘ଆନିମଲ୍’ ପରେ, ସେ ପ୍ରମାଣ କରିଛନ୍ତି ଯେ, ସେ ସମସ୍ତ ପ୍ରକାରର ଭୂମିକାରେ ଅଭିନୟ କରିବାରେ ପାରଙ୍ଗମ ।
ନିକଟରେ ରଣବୀର ଗୋଆରେ ଆୟୋଜିତ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଯୋଗ ଦେଇଥିଲେ। ସେଠାରେ ସେ ତାଙ୍କର ଆଗାମୀ ପ୍ରୋଜେକ୍ଟ ଏବଂ ଦାଦା ରାଜ କପୁରଙ୍କ ଚଳଚ୍ଚିତ୍ର ବିଷୟରେ ଖୋଲାଖୋଲି ଭାବେ କଥା ହୋଇଥିଲେ। ସେ ‘ଲଭ୍ ଆଣ୍ଡ ୱାର୍’ ଖ୍ୟାତି ଅଭିନେତା ରାଜ କପୁରଙ୍କ ଫିଲ୍ମର ରିମେକ୍ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ।
ନିର୍ଦ୍ଦେଶକ ରାହୁଲ ରାୱେଲଙ୍କ ସହ କଥା ହେବା ବେଳେ ରଣବୀର କପୁରଙ୍କୁ ତାଙ୍କ ଜେଜେବାପାଙ୍କ ଫିଲ୍ମର ନାମ ଦେବାକୁ କୁହାଯାଇଥିଲା, ଯାହାର ରିମେକ୍ ସେ ଭବିଷ୍ୟତରେ କରିବାକୁ ଚାହୁଁଛନ୍ତି। ଏହି ପ୍ରଶ୍ନ ଉପରେ ଅଭିନେତା କହିଛନ୍ତି ଯେ, ସେ ରିମେକ୍ ତିଆରି କରିବାରେ ବିଶ୍ୱାସ କରନ୍ତି ନାହିଁ । ସେ ବିଶ୍ୱାସ କରନ୍ତି ଯେ, ଯଦି ଥରେ ଏକ ଚଳଚ୍ଚିତ୍ର ଏହାର ସର୍ବୋତ୍ତମ ସାମର୍ଥ୍ୟରେ ତିଆରି ହୋଇସାରିଛି ତେବେ ତାହାକୁ ଛୁଇଁବା ଉଚିତ ନୁହେଁ, ବିଶେଷକରି ରାଜ କପୁରଙ୍କ ଚଳଚ୍ଚିତ୍ର । ସେ ଆହୁରି କହିଥିଲେ, ‘ତଥାପି, ଯଦି ମୋତେ ସୁଯୋଗ ମିଳେ, ମୁଁ ‘ଶ୍ରୀ-୪୨୦’ରେ କାମ କରିବାକୁ ପସନ୍ଦ କରିବି, କାରଣ ଏହା ମୋର ପ୍ରିୟ ଚଳଚ୍ଚିତ୍ର।
ଶେଷଥର ପାଇଁ ରଣବୀରଙ୍କୁ ଫିଲ୍ମ ‘ଆନିମଲ୍’ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ତାଙ୍କ ସହ ରଶ୍ମିକା ମନ୍ଦାନା, ଅନିଲ କପୁର, ବବି ଦେଓଲ, ତ୍ରିପତି ଡିମ୍ରି ଆଦି ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହା ରିଲିଜର ପ୍ରଥମ ଦିନ ହିଁ ୧୦୦ କୋଟି ବ୍ୟବସାୟ କରିଥିଲା । ଯାହା ସମସ୍ତ ରେକର୍ଡ଼କୁ ଭାଙ୍ଗି ଦେଇଥିଲା । ରଶ୍ମିକା ମନ୍ଦାନାଙ୍କ ସହ ତାଙ୍କ କେମେଷ୍ଟ୍ରି ଲାଇମଲାଇଟ୍ରେ ରହିଥିଲା । ଦୀର୍ଘଦିନ ପରେ ଭିଲେନ ଭୂମିକାରେ ବଡ଼ପରଦାରେ ନଜର ଆସିଥିଲେ ବବି ଦେଓଲ । ପରଦାରେ ଆସିବା ପରେ ତାଙ୍କ ଦମଦାର ଅଭିନୟ ସମସ୍ତଙ୍କ ମନ ଜିତି ନେଇଥିଲା । ଏହା ପରେ ସେ ଫିଲ୍ମ ରାମାୟଣ- ପାର୍ଟ ୧,’ଲଭ୍ ଆଣ୍ଡ ୱାର୍’ ଭଳି ଫିଲ୍ମରେ ନଜର ଆସିବେ ।
ALSO READ:https://purvapaksa.com/how-to-get-rid-of-the-bitter-taste-of-bitter-gourd-try-this-method/