Rambutan health benefits: ରାମବୁତାନ ହେଉଛି ଏକ ଅନନ୍ୟ ଫଳ । ଯାହା ମାଲେସିଆ, ଥାଇଲାଣ୍ଡ, ଭିଏତନାମ, ଫିଲିପାଇନ୍ସ ଏବଂ ଇଣ୍ଡୋନେସିଆର ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁରେ ସର୍ବୋତ୍ତମ ଭାବରେ ବୃଦ୍ଧି ପାଇଥାଏ ।
ରାମବୁତାନ ଏହାର ଅନନ୍ୟ ଗଠନ ଏବଂ ସ୍ୱାଦ ପାଇଁ ଜଣାଶୁଣା । ଏହାର ନାମ ରାମବୁତନ ଶବ୍ଦ ‘ରାମବୁତ’ରୁ ଆସିଛି, ଯାହାର ଅର୍ଥ ହେଉଛି ‘କେଶ’। ଏହାର ବାହ୍ୟ ପୃଷ୍ଠରେ କେଶ ଭଳି ଗଠନ ହେତୁ ଏହାର ନାମ ଏପରି ରଖାଯାଇଛି । ରାମବୁତନର ବୈଜ୍ଞାନିକ ନାମ ହେଉଛି ନେଫେଲିୟମ ଲାପ୍ପାସିୟମ କୁହାଯାଏ । ଏହା ଏକ ନିଆରା ଫଳ ଯେଉଁଥିରେ ଲାଲ ରଙ୍ଗର କେଶ ରହିଛି ।
ରାମବୁତାନ ଗଛରେ ଥିବା ଫୁଲ ଫଳରେ ପରିଣତ ହେବାକୁ ଅତି କମରେ ତିନି ମାସ ସମୟ ଲାଗିଥାଏ । ଏହି ଫଳରେ ଅଧିକ ପରିମାଣର ପାଣି ରହିଥାଏ । ସେଥିପାଇଁ ଏହା ପାଚିବା ମାତ୍ରେ ହିଁ ଏହାକୁ ତୋଳି ନିଆଯାଏ । ଏହାକୁ ଅଧିକ ସମୟ ପର୍ଯ୍ୟନ୍ତ ରଖିବା ଦ୍ୱାରା ଭିତରେ ଥିବା ପାଣି ଶୁଖିଯାଏ । ଏଥିରେ ଲିଚୁ ଭଳି ମଞ୍ଜି ମଧ୍ୟ ରହିଛି, ଯାହାକୁ ବାହାର କରିବା ପରେ ଖାଇପାରିବେ।
ଏହା ଲିଚୁ ଭଳି ଦେଖାଯାଇଥାଏ । ଏହାର ସ୍ୱାଦ ରସାଳ, ଟାଙ୍ଗି ଏବଂ ମଧୁର ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ ।
ପୋଷକ ତତ୍ତ୍ୱରେ ଭରପୂର: ରାମବୁତାନରେ ଭିଟାମିନ ସି, ଆଇରନ, କ୍ୟାଲସିୟମ, ଫସଫରସ ଏବଂ ଫାଇବର ପ୍ରଚୁର ମାତ୍ରାରେ ରହିଥାଏ ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ ।
ତ୍ୱଚା ପାଇଁ ଲାଭଦାୟକ: ରାମବୁତାନରେ ଥିବା ଭିଟାମିନ୍ ସି ତ୍ୱଚାକୁ ସତେଜତା ଓ ଚମକ ଦେଇଥାଏ। ଏହା ତ୍ୱଚାର କୋଷଗୁଡ଼ିକୁ ପୁନଃ ସକ୍ରିୟ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।
ହଜମ କ୍ରିୟାରେ ସାହାଯ୍ୟ କରେ: ରାମବୁତାନରେ ଫାଇବର ଥାଏ ଯାହା ହଜମ କ୍ରିୟାକୁ ଠିକ୍ ରଖିବା ସହିତ କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ ।
ହୃତ୍ ପିଣ୍ଡ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ: ରାମବୁତାନରେ ପୋଟାସିୟମ ଥାଏ ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ଏବଂ ଆପଣଙ୍କ ହୃଦୟକୁ ନିୟନ୍ତ୍ରଣରେ ରଖିଥାଏ ।
ଓଜନ କମାଇବା ପାଇଁ ଲାଭଦାୟକ: ଏହି ଫଳରେ କ୍ୟାଲୋରୀ ବହୁତ କମ୍ ଥାଏ ଏବଂ ଏଥିରେ ଭଲ ମାତ୍ରାରେ ଫାଇବର ରହିଥାଏ, ଯାହା ପେଟକୁ ଅଧିକ ସମୟ ପର୍ଯ୍ୟନ୍ତ ଭରି ରଖିବା ସହ ଓଜନ ବଜାୟ ରଖିବାରେ ସାହାଯ୍ୟ କରିଥାଏ ।
ପିଜୁଳି ରସ ମୁହଁରେ ଆଣିଥାଏ ପ୍ରାକୃତିକ ଚମକ, ଶୀତଦିନେ ପ୍ରତିଦିନ ପିଇବା ଦ୍ୱାରା ମିଳିବ ଫାଇଦା