କଂଗ୍ରେସ ସବୁବେଳେ କ୍ଷମତା ପାଇଁ ଦେଶକୁ ଅପମାନିତ କରିଆସୁଛି। କିନ୍ତୁ ଏବେ କ୍ଷମତା ପାଇଁ କଂଗ୍ରେସ ତାହାର ମଇଳା ରାଜନୀତିର ସମସ୍ତ ସୀମା ଅତିକ୍ରମ କରିସାରିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିରୋଧ କରିବା ପରେ, କଂଗ୍ରେସ ଏବେ ଦେଶର ମହାପୁରୁଷମାନଙ୍କୁ ଅପମାନିତ କରିବାକୁ ଚେଷ୍ଟା କରିଛି।
ଏଆଇ ପ୍ରଭାବ ସମ୍ମିଳନୀ କୌଣସି ଦଳୀୟ କାର୍ଯ୍ୟକ୍ରମ ନ ଥିଲା, ବରଂ ଏକ ଜାତୀୟ କାର୍ଯ୍ୟକ୍ରମ ଥିଲା। ବିଦେଶୀ ଅତିଥିମାନଙ୍କ ସମ୍ମୁଖରେ ଲଙ୍ଗଳା ହୋଇ ଏପରି ଏକ ମଞ୍ଚରେ ହଙ୍ଗାମା ସୃଷ୍ଟି କରିବା ଏବଂ ତା’ପରେ ମହାତ୍ମା ଗାନ୍ଧୀଙ୍କୁ ଅପମାନ କରିବା- ଏହା ସ୍ପଷ୍ଟ ଭାବରେ କଂଗ୍ରେସର ବିକୃତ ମାନସିକତା ଏବଂ କ୍ଷମତା ପାଇଁ ଏହାର ହତାଶାକୁ ପ୍ରକାଶ କରେ। କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କର ଏହି ହତାଶାବୋଧ ଯୋଗୁ ଏବେ ଅଣ ବିଜେପି ଦଳମାନେ, ଯଉଁମାନେ କି ଇଣ୍ଡି ମେଣ୍ଟରେ ଅଛନ୍ତି ସେମାନେ ଏବେ ଏପରି ପଦକ୍ଷେପକୁ ନିନ୍ଦା କରିବାରେ ଲାଗିଛନ୍ତି।

ଗାନ୍ଧୀଜୀଙ୍କ ପ୍ରତିବାଦ ନୀତି, ତ୍ୟାଗ ଏବଂ ନୈତିକ ଶକ୍ତିରେ ମୂଳ ଥିଲା- କେବେବି ବିଶ୍ୱ ସ୍ତରରେ ଦେଶକୁ ଲଜ୍ଜିତ ନ କରିବା। ଖବର ଶିରୋନାମା ହାସଲ କରିବା ପାଇଁ ଶସ୍ତା ଷ୍ଟଣ୍ଟରେ ସେ ଭରସା କରୁନଥିଲେ କି ଏଭଳି ନୀତିରେ କେବେ ବି ବିଶ୍ୱାସ କରୁନଥିଲେ। ତଥାପି କଂଗ୍ରେସ ତାର କର୍ମୀମାନଙ୍କର ଶାର୍ଟ ଖୋଲା କାର୍ଯ୍ୟକଳାପକୁ ଗାନ୍ଧୀଙ୍କ ପ୍ରତିବାଦ ସହିତ ତୁଳନା କରିବାକୁ ସାହସ କରେ, ଯାହା ଭାରତର ଏଆଇ ଦକ୍ଷତା ପ୍ରଦର୍ଶନ କରୁଥିବା ଏକ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିଥିଲା, ଯାହାକୁ ଜାତିର ପିତାଙ୍କ ସ୍ମୃତି ଏବଂ ଭାରତର ବୃଦ୍ଧି ପାଉଥିବା ପ୍ରତିଷ୍ଠା ପ୍ରତି ଏକ ସମ୍ପୂର୍ଣ୍ଣ ଅପମାନ ବୋଲି କୁହାଯାଉଛି।
ଏକ ଦାୟିତ୍ୱବାନ ବିରୋଧୀ ଦଳ ସରକାରଙ୍କ ନୀତିଗୁଡ଼ିକୁ ସମାଲୋଚନା କରେ, ଚିନ୍ତାଧାରା ଉପରେ ବିତର୍କ କରେ ଏବଂ ପରିପକ୍ୱତା ଏବଂ ତଥ୍ୟ ସହିତ ସରକାରଙ୍କୁ ଦାୟୀ କରେ – ଏପରି ଅଶ୍ଳୀଳ ଚାଲବାଜି ମାଧ୍ୟମରେ ନୁହେଁ ଯାହା ସହଯୋଗୀ ଏବଂ ପ୍ରତିପକ୍ଷ ଉଭୟଙ୍କଠାରୁ ଉପହାସକୁ ଆମନ୍ତ୍ରଣ କରେ।
ଭାରତୀୟ ରାଜନୀତିରେ ପ୍ରତିବାଦ ଏକ ପରିଚିତ ଦୃଶ୍ୟ। ସଂସଦଠାରୁ ସଡ଼କ, ରାଜଧାନୀଠାରୁ ଜିଲ୍ଲା ମଞ୍ଚ ପର୍ଯ୍ୟନ୍ତ ଦଳମାନେ ନିଜର ମତ ପ୍ରକାଶ ପାଇଁ ବିଭିନ୍ନ ପଦ୍ଧତି ଅବଲମ୍ବନ କରିଆସିଛନ୍ତି। କିନ୍ତୁ ଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ଏକ ଅନ୍ତର୍ଜାତୀୟ ଏଆଇ ସମ୍ମିଳନୀ ସମୟରେ ଯୁବ କଂଗ୍ରେସ କର୍ମୀମାନଙ୍କ ଶାର୍ଟ ଖୋଲି ପ୍ରତିବାଦ କରିବା ଘଟଣା ଏବେ କେବଳ ଏକ ଖବର ନୁହେଁ—ଏହା ବିରୋଧୀ ଶିବିରର ଏକତା, ନେତୃତ୍ୱ ଓ ରାଜନୀତିକ ପ୍ରଜ୍ଞା ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି।

ଏହି ଘଟଣାରେ କଂଗ୍ରେସକୁ କେବଳ ଶାସକ ଦଳ ସମାଲୋଚନା କରୁଛି ତାହା ନୁହେଁ, ନିଜ ସହଯୋଗୀ ଓ ଦଳୀୟ ବରିଷ୍ଠ ନେତାଙ୍କ ସମାଲୋଚନାର ସମ୍ମୁଖୀନ ହେଉଛି। ସହଯୋଗୀ ଦଳମାନେ ଏବେ କଂଗ୍ରେସକୁ ଏକଘରିକିଆ କରିଦେଇଛନ୍ତି। ଯାହା ଫଳରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଏବେ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଖଆସିଯାଇଛି।
ଏଆଇ ସମ୍ମିଳନୀ ସମୟରେ ଯୁବ କଂଗ୍ରେସ କର୍ମକର୍ତ୍ତାଙ୍କ ପ୍ରତିବାଦରେ କଂଗ୍ରେସ ସହଯୋଗୀ ଦଳ ତଥା ଦଳର ବରିଷ୍ଠ ନେତାମାନେ ଅସନ୍ତୁଷ୍ଟ ହୋଇପଡ଼ିଛନ୍ତି। ସେମାନେ ପରୋକ୍ଷରେ ଜଣାଇ ଦେଇଛନ୍ତି ଯେ ପ୍ରତିବାଦର ପଦ୍ଧତି ଏବଂ ମଞ୍ଚ ଉଭୟ ସତର୍କତାର ସହିତ ବାଛିବା ଉଚିତ ଥିଲା। ଏହି ପ୍ରସଙ୍ଗରେ ସହଯୋଗୀମାନେ କଂଗ୍ରେସକୁ ବିଶେଷ କରି ରାହୁଲ ଗାନ୍ଧୀଙ୍କୁ କିପରି ଏକଘରିକିଆ କରିଦେଇଛନ୍ତି ସେ ସମ୍ପର୍କରେ ଆଲୋଚନା କରିବା।
ରାଜଧାନୀ ଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ଏଆଇ ସମ୍ମିଳନୀ ସମୟରେ ଭାରତୀୟ ଜାତୀୟ କଂଗ୍ରେସର ଯୁବ ଶାଖାର ଶାର୍ଟ ଖୋଲା ଲଙ୍ଗଳା ପ୍ରତିବାଦ ବିରୋଧୀ ଶିବିର ମଧ୍ୟରେ ଫାଟ ସୃଷ୍ଟି କରିଛି। ଏହି ଘଟଣା ପରେ, ଇଣ୍ଡି ମେଣ୍ଟର ଅନେକ ସହଯୋଗୀ ସାଧାରଣରେ କଂଗ୍ରେସଠାରୁ ନିଜକୁ ଦୂରେଇ ରଖିବାରେ ଲାଗିଛନ୍ତି, ଏପରିକି ସେମାନେ ବିରୋଧୀ ଏକତା ଉପରେ ପ୍ରଶ୍ନ ଉଠାଇଛନ୍ତି।
ଯୁବ କଂଗ୍ରେସ କର୍ମୀମାନେ ସେମାନଙ୍କର ଶାର୍ଟ ଖୋଲି ପ୍ରତିବାଦ କରିବାରୁ ଏହି ଘଟଣା ବିବାଦ ସୃଷ୍ଟି କରିଛି। ଏହି ପଦକ୍ଷେପ କଂଗ୍ରେସ ଭିତରେ ମତଭେଦକୁ ମଧ୍ୟ ପ୍ରକାଶ କରିଛି। ବରିଷ୍ଠ ନେତା ମାର୍ଗାରେଟ୍ ଆଲଭା କହିଛନ୍ତି ଯେ ଅନ୍ତର୍ଜାତୀୟ ମଞ୍ଚରେ ଶୃଙ୍ଖଳା ଏବଂ ଦାୟିତ୍ୱ ସର୍ବୋପରି ପ୍ରାଥମିକତା ହେବା ଉଚିତ। ସେ ପରୋକ୍ଷରେ ଜଣାଇ ଦେଇଛନ୍ତି ଯେ ପ୍ରତିବାଦର ପଦ୍ଧତି ଏବଂ ମଞ୍ଚ ଉଭୟ ସତର୍କତାର ସହିତ ବାଛିବା ଉଚିତ ଥିଲା। କଂଗ୍ରେସ ନେତା ଶଶୀ ଥରୁର କାହିଛନ୍ତି ଏହି ଶାର୍ଟ ଖୋଲା ଅଭିଯାନ ପଛରେ କିଏ ରହିଛି ତା’ର ଶାର୍ଟ ଖୋଲି ଦିଆଯିବା ଆବଶ୍ୟକ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବରୁ ଏହି ପ୍ରସଙ୍ଗରେ କଂଗ୍ରେସ ଉପରେ ଆକ୍ରମଣ କରିଥିଲେ, କିନ୍ତୁ ଏବେ ଦଳ ଭିତରୁ ସ୍ୱର ପରିସ୍ଥିତିକୁ ଆହୁରି ଅସହଜ କରିଦେଇଛି।
ନାମ ଗୋପନ ରଖିବା ସର୍ତ୍ତରେ ଜଣେ ବରିଷ୍ଠ କଂଗ୍ରେସ ଅଧିକାରୀ କହିଛନ୍ତି ଯେ ପ୍ରତିବାଦ କରିବା ବିରୋଧୀଙ୍କ ଅଧିକାର ହୋଇଥିଲେ ମଧ୍ୟ ସ୍ଥାନଟି ଭୁଲ ଭାବରେ ବାଛି ଦିଆଯାଇଥିଲା। ତଥାପି, ଦଳୀୟ ଲାଇନ ପ୍ରତିଷ୍ଠିତ ହେବା ପରେ, ଅନେକ ନେତା ସୋସିଆଲ ମିଡିଆରେ ପ୍ରଦର୍ଶନକୁ ସମର୍ଥନ ଜଣାଇବାକୁ ଯାଇଥିଲେ।
ମେଣ୍ଟ ସହଯୋଗୀମାନେ ସମାଲୋଚନା କରନ୍ତି କଂଗ୍ରେସ ପାଇଁ ପ୍ରକୃତ ଚ୍ୟାଲେଞ୍ଜ ବିରୋଧୀ ଦଳ ନୁହେଁ, ବରଂ ଏହାର ନିଜ ଦଳର ସହଯୋଗୀ ବୋଲି ମନେହୁଏ। ସଂସଦରେ ଏକାଠି ରଣନୀତି ପ୍ରସ୍ତୁତ କରୁଥିବା ଦଳଗୁଡ଼ିକ ମଧ୍ୟ ଏହି ପ୍ରସଙ୍ଗରେ ଭିନ୍ନ ଭିନ୍ନ ମତ ରଖିଛନ୍ତି। ସଂସଦରେ ସରକାରଙ୍କ ବିରୋଧରେ ଦୃଢ଼ ଭାବରେ ଠିଆ ହୋଇଥିବା ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଜନତା ଦଳ ମଧ୍ୟ ଏହି ପ୍ରସଙ୍ଗରେ କଂଗ୍ରେସଠାରୁ ଦୂରେଇ ଯାଇଛନ୍ତି।
ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ଯେ ବିଜେପି ମିଛବାଦୀଙ୍କ ଦଳ, ସରକାର ଭୁଲ ସୂଚନା ଏବଂ ମିଥ୍ୟା ପ୍ରଚାର କରେ, କିନ୍ତୁ ସେ ବିଦେଶୀ ପ୍ରତିନିଧିମାନଙ୍କ ସମ୍ମୁଖରେ ଏବଂ ବିଦେଶରେ ଦେଶର ପ୍ରତିଛବିକୁ କ୍ଷତି ପହଞ୍ଚାଉଥିବା ଏପରି ପ୍ରଦର୍ଶନକୁ ସମର୍ଥନ କରନ୍ତି ନାହିଁ।

ଏହି ସମୟରେ, ଆରଜେଡିର ମନୋଜ ଝା କହିଛନ୍ତି ଯେ ଅନେକ ପ୍ରସଙ୍ଗରେ, ବିଶେଷକରି ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ଦେଶରେ ବିଜେପି ସରକାରଙ୍କ ବିରୁଦ୍ଧରେ କ୍ରୋଧ ରହିଛି। ତଥାପି, ସେ ଏଆଇ ଶିଖର ସମ୍ମିଳନୀରେ ପ୍ରଦର୍ଶନକୁ ଏକ ଭଲ ବିକଳ୍ପ ବୋଲି ବିଚାର କରନ୍ତି ନାହିଁ। ମନୋଜ ଝା କହିଛନ୍ତି ଯେ ପ୍ରଦର୍ଶନ ପାଇଁ ସଠିକ୍ ସ୍ଥାନ ବାଛିବା ଗୁରୁତ୍ୱପୂର୍ଣ୍ଣ; ସ୍ଥାନ ଭିନ୍ନ ହେବା ଉଚିତ ଥିଲା।

ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀର ଅରବିନ୍ଦ ସାୱନ୍ତ ଏବଂ ଆଦିତ୍ୟ ଠାକରେ ମଧ୍ୟ କଂଗ୍ରେସଠାରୁ ଦୂରତା ରକ୍ଷା କରି ବୟାନ ଦେଇଛନ୍ତି। ଅରବିନ୍ଦ ସାୱନ୍ତ କହିଛନ୍ତି ଯେ ରାଜନୀତିରେ ପ୍ରତିବାଦ କରିବାର ସମସ୍ତଙ୍କର ଅଧିକାର ଅଛି, କିନ୍ତୁ ପ୍ରତିବାଦର ସ୍ଥାନକୁ ବୁଝିବା ଉଚିତ। ଏଆଇ ସମ୍ମିଳନୀ ଏକ ଅନ୍ତର୍ଜାତୀୟ ମଞ୍ଚ ଥିଲା ଏବଂ ଏହାକୁ ଏଡ଼ାଇ ଯିବା ଉଚିତ ଥିଲା। ଏହି ସମୟରେ, ଆଦିତ୍ୟ ଠାକରେ କହିଛନ୍ତି ଯେ ଏଆଇ ସମ୍ମିଳନୀ ଏକ ବୃତ୍ତିଗତ ମଞ୍ଚ ଥିଲା ଏବଂ ରାଜନୈତିକ ପ୍ରତିବାଦର ସ୍ଥାନ ହେବା ଉଚିତ ନ ଥିଲା।
ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ନେତା ତଥା ଆଇଟି ମନ୍ତ୍ରୀ ବାବୁଲ ସୁପ୍ରିୟୋ ସୋସିଆଲ ମିଡିଆରେ ଯୁବ କଂଗ୍ରେସ ପ୍ରତିବାଦ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଲେଖିଛନ୍ତି ଯେ ଅନ୍ତର୍ଜାତୀୟ ନେତା ଏବଂ ବିଶ୍ୱ ଶିଳ୍ପ ନେତାମାନେ ଯୋଗ ଦେଇଥିବା ମଞ୍ଚରେ ଏପରି ପ୍ରତିବାଦ ଦେଶର ପ୍ରାଥମିକତା ବିଷୟରେ ଏକ ନକାରାତ୍ମକ ବାର୍ତ୍ତା ପଠାଏ। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଗଣତନ୍ତ୍ରରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି, କିନ୍ତୁ ଦାୟିତ୍ୱ ପାଳନ କରିବା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ। ସେ ଏହା ମଧ୍ୟ କହିଛନ୍ତି ଯେ ରାଜନୈତିକ ମତଭେଦ ପାଇଁ ଲଢ଼ିହେବ, କିନ୍ତୁ ଦେଶର ମର୍ଯ୍ୟାଦା ଏବଂ ସମ୍ମାନ ସହିତ ସାଲିସ୍ କରି ମୂଲ୍ୟ ଦେବାକୁ ପଡ଼ିବ ନାହିଁ।
ସହଯୋଗୀମାନେ କଂଗ୍ରେସକୁ ଆଇନାରେ ଦେଖାଇଛନ୍ତି। ସହଯୋଗୀମାନଙ୍କ ଏହି ପ୍ରତିକ୍ରିୟା କଂଗ୍ରେସକୁ ସ୍ପଷ୍ଟ ସଙ୍କେତ ଦିଏ ଯେ ରାଜନୀତି ଗୋଟିଏ ଜିନିଷ, କିନ୍ତୁ ଯେତେବେଳେ ଜାତୀୟ ମର୍ଯ୍ୟାଦା, ଅନ୍ତର୍ଜାତୀୟ ପ୍ରତିଷ୍ଠା କିମ୍ବା ପ୍ରତିଛବିର କଥା ଆସେ, ସେମାନେ କଂଗ୍ରେସକୁ ଏହାର ଭୁଲ ନୀତି ପାଇଁ ପରିତ୍ୟାଗ କରିପାରନ୍ତି।
ଏହା କଂଗ୍ରେସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା, କାରଣ ଅନେକ ନେତା ବେଳେବେଳେ ଏହାର ରଣନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି, ଏବଂ ଆଲୋଚନା ହୋଇଛି ଯେ ମମତା ବାନାର୍ଜୀ କିମ୍ବା ଏମକେ ଷ୍ଟାଲିନଙ୍କ ପରି ଜଣେ ଆଞ୍ଚଳିକ ନେତା ଏହି ମେଣ୍ଟର ନେତୃତ୍ୱ ନେଇପାରିବେ।
ଯଦିଓ ସଂଖ୍ୟା ଦୃଷ୍ଟିରୁ କଂଗ୍ରେସ ଲୋକସଭାରେ ଦ୍ୱିତୀୟ ବୃହତ ଦଳ ଏବଂ ବିରୋଧୀ ଦଳ ନେତା ମଧ୍ୟ କଂଗ୍ରେସରୁ, ଏହା ନିଶ୍ଚିତ ଭାବରେ ଏହାକୁ ଏକ ଆନୁଷ୍ଠାନିକ ଲାଭ ଦିଏ, କିନ୍ତୁ ବର୍ତ୍ତମାନର ବିବାଦ ସ୍ପଷ୍ଟ କରିଛି ଯେ ଏକ ମେଣ୍ଟରେ ନେତୃତ୍ୱ କେବଳ ସଂଖ୍ୟା ଦ୍ୱାରା ନୁହେଁ, ବରଂ ବିଶ୍ୱାସ ଏବଂ ସମନ୍ୱୟ ଦ୍ୱାରା ନିର୍ଣ୍ଣୟ କରାଯାଏ।
ଯେଉଁ ଲୋକଙ୍କ ମୁହଁରେ ଲଜ୍ଜା ନ ଥାଏ, ଅର୍ଥାତ୍ ସେ ଯଦି ଭୁଲ କାମ କରିବାରେ ଲଜ୍ଜିତ ହୁଅନ୍ତି ନାହିଁ, ସମାଜର ନିୟମ-ନୀତିକୁ ଗଣନା କରନ୍ତି ନାହିଁ — ତାକୁ ସମସ୍ତେ ଡରନ୍ତି।
• ଲଜ୍ଜା ହେଉଛି ନୀତି, ସଂସ୍କାର ଓ ଆତ୍ମସମ୍ମାନର ଚିହ୍ନ।
• ଯାହାଙ୍କ ମଧ୍ୟରେ ଏହି ଗୁଣ ନ ଥାଏ, ସେ ସୀମା ଉଲଂଘନ କରିବାକୁ ଭୟ କରନ୍ତି ନାହିଁ।
• ସେହିପରି ଲୋକଙ୍କ ଆଚରଣ ଅନିୟନ୍ତ୍ରିତ ଓ ଅନୁମାନ ଅସମ୍ଭବ ହୋଇଥାଏ — ତେଣୁ ଲୋକେ ସେମାନଙ୍କୁ ଡରନ୍ତି। ଏବେ ଏହି ଡରାଇବା ଲୋକଟି ହେଉଛି ରାହୁଲ ଗାନ୍ଧି।
AlsoRead; https://purvapaksa.com/odisha-prepares-for-summer-season-know-whats-planned/


