ଭୁବନେଶ୍ୱର ସମ୍ବିଧାନ ବଂଚାଅ ସମାବେଶରେ ରାହୁଲ କଂଗ୍ରେସର ‘ବାଘ’ ମାନଙ୍କୁ ରାଜ୍ୟ ସରକାର ବିରୋଧରେ ଜାତି ଜନଗଣନାକୁ ଅସ୍ତ୍ର କରିବାକୁ ଆହ୍ୱାନ ଦେଇଛନ୍ତି। ଏହା ସହ ଆଦାନୀ-ଅମ୍ବାନୀ ବିରୋଧରେ ଜନମତ ସୃଷ୍ଟି କରିବାକୁ କହିଛନ୍ତି । ରାହୁଲ ଶିଳ୍ପପତି ଆଦାନୀଙ୍କୁ ଟାର୍ଗେଟ କରି କହିଥିଲେ ଯେ, ଓଡ଼ିଶା ସରକାରୁକ ଆଦାନୀ ଚଳାଉଛନ୍ତି । ଆଦାନୀ ପରିବାର ରଥରେ ଜଗନ୍ନାଥଙ୍କୁ ଦର୍ଶନ କରିବେ ବୋଲି, ରଥକୁ ଅଟକାଯାଇଥିଲା ।
ରାହୁଲ ନିଜ ଭାଷଣ ଆରମ୍ଭରେ କଂଗ୍ରେସ କର୍ମୀଙ୍କୁ ଟାଇଗର କହି ସମ୍ବୋଧନ କରିଥିଲେ। ଆଉ କହିଥିଲେ ଯେ, ଆପଣ ଆମର ତୃଣମୂଳ କର୍ମୀ । ଆପଣଙ୍କ ଡିଏନଏରେ କଂଗ୍ରେସ ପାର୍ଟି ଅଛି । ଆପଣମାନେ ଓଡ଼ିଶା ଜନତାଙ୍କ ରକ୍ଷା କରନ୍ତି । ଓଡ଼ିଶା ସରକାରଙ୍କ କେବଳ ଗୋଟିଏ କାମ ହେଉଛି, ରାଜ୍ୟ ସମ୍ପତି ଚୋରି । ଆଗରୁ ବିଜେଡି ଏହା କରୁଥିଲା। ଏବେ ବିଜେପି କରୁଛି । ଗୋଟିଏ ପଟେ ଦଳିତ ଓ ଦରିଦ୍ର ଏବଂ ଅନ୍ୟପଟେ ବିଜେପି ସରକାର ତଥା ୩ ରୁ ୪ ଜଣ ଶିଳ୍ପପତି । କଂଗ୍ରେସ କର୍ମୀ ଓଡ଼ିଶା ଜନତା ସହ ମିଶି ଏହି ଲଢେଇ ଜିତି ପାରିବେ ।
ବିଜେପି ପୁରା ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି । ସବୁଠି ବିଜେପି ଏମିତି କାମ କରୁଛି । ମହାରାଷ୍ଟ୍ରରେ ଭୋଟ୍ ଚୋରି ଭଳି ବିହାରରେ ମଧ୍ୟ ଚେଷ୍ଟା ହେଉଛି । ଏଥିପାଇଁ ନୂଆ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି । ନିର୍ବାଚନ ଆୟୋଗ ବିଜେପିର ଅଙ୍ଗ ଭାବେ କାମ କରୁଛି । ମହାରାଷ୍ଟ୍ରରେ ଏକ କୋଟି ନୁଆ ଭୋଟର ଯୋଗ ହୋଇଥିଲେ । କେହି ଜାଣିନାହାନ୍ତି ଏହି ଭୋଟର କେଉଁଠାରୁ ଆସିଥିଲେ । ଆମେ ପ୍ରମାଣ ମାଗିଲେ ମଧ୍ୟ ଆମକୁ ଆୟୋଗ ପ୍ରମାଣ ଦେଉନାହିଁ । ବିହାରରେ ଆମ ମେଣ୍ଟ ଏହି ଉଦ୍ୟମ ବିରୋଧରେ ଲଢୁଛି । ବିହାରରେ ଆମେ ଭୋଟ ଚୋରି ହେବାକୁ ଦେବୁନାହିଁ । ଓଡ଼ିଶା ସରକାର ୪.୫ କମ୍ପାନୀଙ୍କୁ ଆପଣଙ୍କ ଧନ ଦେଉଛନ୍ତି । ମୁଁ ଦଳିତ,ଗରିବଙ୍କୁ ଏବେ ଭେଟିଛି । ସେମାନଙ୍କ ଦୁଃଖ ଶୁଣିଛି । ଜଳ,ଜଙ୍ଗଲ ଓ ଜମି ଉପରେ ଆଦିବାସୀଙ୍କ ହକ୍ ଅଛି ଓ ରହିବ । ଏଠାରେ ଆଦିବାସୀଙ୍କୁ ବିନା ପଚାରି ସେମାନଙ୍କୁ ସେମାନଙ୍କ ଜମିରୁ ହଟାଇ ଦିଆଯାଏ । ଆଦିବାସୀଙ୍କୁ ପଟା ଦିଆଯାଉନି । ଏହି ଜଙ୍ଗଲ,ଜମି ଆଦିବାସୀଙ୍କର । କଂଗ୍ରେସ ନୂଆ ଆଇନ ଆଣି ,ଆଦିବାସୀଙ୍କୁ ସେମାନଙ୍କ ଜମି ଓ ଜଙ୍ଗଲ ଫେରାଇବୁ ।
ବିକାଶ ଦୁଇ ତିନି ପ୍ରତିଶତ ଲୋକଙ୍କ ପାଇଁ ହୁଏ ନାହିଁ । ଦୁଇତିନି ଜଣ ଶିଳ୍ପପତିଙ୍କ ପାଇଁ ବିକାଶ ହୁଏନାହିଁ । ଏଠାକାର ସରକାର ଆପଣଙ୍କୁ ଧମକାଉଛନ୍ତି । ଆପଣଙ୍କୁ ଲୁଟୁଛନ୍ତି । ଯେଉଁମାନଙ୍କ ବିରୋଧରେ ସରକାର ଅତ୍ୟାଚାର କରୁଛନ୍ତି,ସେମାନଙ୍କ ସହ କଂଗ୍ରେସ ଓ ମୁଁ ଛିଡ଼ା ହେବୁ । ଆମେ ଆଦିବାସୀଙ୍କୁ ସେମାନଙ୍କ ଜମିର ପଟା ଦେବୁ । ନରେନ୍ଦ୍ର ମୋଦି,ପ୍ରଧାନମନ୍ତ୍ରୀ ବିମା ଯୋଜନା ଆଣିଥିଲେ । ଚାଷୀଙ୍କ ଫସଲହାନୀର କ୍ଷତି ପୁରଣ କରାଯିବ ବୋଲି ସେ ଦାବି କରିଥିଲେ । କିନ୍ତୁ ଚାଷୀଙ୍କୁ ବୀମା ଯୋଜନାର ଲାଭ ମିଳିନାହିଁ । ଓଡ଼ିଶାର ଚାଷୀ ମଧ୍ୟ ଏହା କହିବେ ଯେ,ସେମାନଙ୍କୁ ଫସଲ ବୀମା ଯୋଜନାର ଲାଭ ମିଳିନାହିଁ ।
ସମ୍ବିଧାନ ଚାଷୀ, ଶ୍ରମିକଙ୍କ ଅଧିକାରର ରକ୍ଷା କରେ । ସମ୍ବିଧାନରେ କେଉଁଠି ମଧ୍ୟ ଲେଖା ଯାଇନାହିଁ ଯେ, ଏହା ଅମ୍ବାନୀ କିମ୍ବା ଆଦାନୀଙ୍କର ବୋଲି । କିନ୍ତୁ ସବୁଠି ତେଣିକି ତାହା ଛତିଶଗଡ଼ ହେଉ କି ଓଡ଼ିଶା ସବୁଠି ଗୋଟିଏ ନାମ ଦେଖିବାକୁ ମିଳେ ଆଦାନୀ…ଆଦାନୀ… । ଅର୍ଥାତ ଆଦାନୀ ଓଡ଼ିଶା ସରକାର ଚଳାନ୍ତି ଓ ନରେନ୍ଦ୍ର ମୋଦୀ ସରକାର ମଧ୍ୟ ଚଳାନ୍ତି । ଜଗନ୍ନାଥଙ୍କ ରଥଯାତ୍ରାରେ ଲକ୍ଷାଧିକ ଲୋକ ସାମିଲ ହୁଅନ୍ତି । କିନ୍ତୁ ଦୁଃଖର କଥା ହେଲା ଜଗନ୍ନାଥଙ୍କ ରଥକୁ ଆଦାନୀ ଓ ତାଙ୍କ ପରିବାର ପାଇଁ ରୋକାଯାଏ । ଓଡ଼ିଶା ସରା ଆପଣଙ୍କ ଜମି, ଜଙ୍ଗଲ ଓ ଭବିଷ୍ୟତ ଚୋରି କରିବା ପାଇଁ ଚକ୍ରାନ୍ତ କରୁଛି । ଆପଣଙ୍କ ସରକାର ଓଡ଼ିଆ ଯୁବକଙ୍କ ଭବିଷ୍ୟତ ପାଇଁ କ’ଣ କରିଛି ? ବଡ଼ବଡ଼ କମ୍ପାନୀ ଏଠାରେ କେତେ ରୋଜଗାର ଦେଉଛି ? ଏହି ସବୁ କମ୍ପାନୀ ଛୋଟ କମ୍ପାନୀଙ୍କୁ ଲୋପ କରି ଧନ ଲୁଟ କରନ୍ତି।
ଓଡ଼ିଶାରେ ୪୦ ହଜାରରୁ ଅଧିକ ମହିଳା ଗାଏବ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ଏହା ଜଣା ପଡିନାହିଁ ଯେ, ସେମାନେ ଗଲେ କୁଆଡେ ? କିନ୍ତୁ ଆପଣଙ୍କ ସରକାରଙ୍କର ଏଥି ସହିତ କୌଣସି ମତଲବ ନାହିଁ । ଆପଣଙ୍କ ସରକାର କେବଳ ୨୪ ଘଣ୍ଟା ଆପଣଙ୍କ ରକ୍ତଶୋଷେ । ମୁଁ କହିବାକୁ ଚାହୁଁଛି ଯେ, ଓଡ଼ିଶା ସହିତ ଛିଡ଼ା ହୋଇଛି । ଜାତି ଜନଗଣନା ଦ୍ୱାରା ତେଲେଙ୍ଗାନରେ କଲ୍ୟାଣ ହୋଇଛି । ଜାତି ଜନଗଣନା ଦ୍ୱାରା ଏହା ଜଣା ପଡି଼ଗଲା ଯେ, କେଉଁ ଜାତିର ସଂଖ୍ୟା କେତେ । ଏହାଦ୍ୱାରା ତେଲେଙ୍ଗାନା ସରକାରଙ୍କ ପାଖରେ ନିଜ ନାଗରିକଙ୍କ ଆର୍ଥିକ ସ୍ଥିତି ବାବାଦରେ ସବୁ ତଥ୍ୟ ଅଛି । ସରାକରରେ,ଅର୍ଥନୀତିରେ ଓ ବିକାଶରେ ସମସ୍ତଙ୍କ ସହଭାଗିତା ରହୁ ବୋଲି ଆମେ ଚାହୁଁ । କିନ୍ତୁ ଓଡ଼ିଶାରେ କେବଳ ଶିଳ୍ପପତିଙ୍କୁ ସରକାର ସବୁ ସୁବିଧା ମିଳୁଛି । ଓଡ଼ିଶାରେ ପରିବର୍ତ୍ତନ ଆଣିବାକୁ ହେଲେ ଓଡ଼ିଶାରେ ଜାତି ଜନଗଣାନା ଆବଶ୍ୟକ । ବିଜେପି ସରକାର ଡ୍ରାଇଭର ଆସୋସିଏସନକୁ ଏହି ସଭାର ସମର୍ଥନ ନକରିବାକୁ ପୁରା ଚାପ ପକାଇଥିଲା । ଏହି ସଭାକୁ ଭଙ୍ଗ କରିବାକୁ ସରକାର ଚାପ ପକାଇଥିଲା । କିନ୍ତୁ ସଂଘ ସରକାର ଚାପରେ ଆସିନଥିଲା । ସଂଘ ସଭାକୁ ସମର୍ଥନ କରିଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି । ଏହା ସହିତ ମୁଁ ସରକାରଙ୍କୁ ଡ୍ରାଇଭରଙ୍କ ଯୁକ୍ତିଯୁକ୍ତ ଦାବିକୁ ଗ୍ରହଣ କରିବାକୁ ଅନୁରୋଧ କରିବି ।
Also Readhttps://purvapaksa.com/congress-takes-dig-at-modi-over-bhagwats-remarks/
Congress takes dig at Modi over Bhagwat’s remarks ।। ମୋଦୀଙ୍କୁ ୭୫ବର୍ଷ ବୟସ ବାଣ ମାରିଲା କଂଗ୍ରେସ
