Maharastra Assembly Election Results: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ବଡ଼ ବିଜୟ ହାସଲ କରିଛି। ମହାବିକାଶ ଆଘାଡ଼ି ପଛରେ ପଡ଼ିଛି। କଂଗ୍ରେସ ନେତା ରାହୁଲ ଗାନ୍ଧି ମହାବିକାଶ ଆଘାଡ଼ି ପାଇଁ ଅନେକ ରାଲି କରିଥିଲେ ମଧ୍ୟ ତାଙ୍କ ପ୍ରଚାରର ପ୍ରଭାବ ଓଲଟା ପଡ଼ିଥିବା ଜଣାପଡ଼ିଛି । ଯେଉଁଠି ରାହୁଲ ଗାନ୍ଧି ପ୍ରଚାର କରିଥିଲେ, ସେଠାରେ ମହାବିକାଶ ଆଘାଡ଼ି ପ୍ରାର୍ଥୀ ପରାଜିତ ହୋଇଥିବା ଜଣାପଡ଼ିଛି।
- ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ବମ୍ପର ବିଜୟ ହାସଲ
- ମହାରାଷ୍ଟ୍ରରେ ବିଜେପି ସର୍ବାଧିକ ଆସନରେ ବିଜୟୀ
- ରାହୁଲ ଗାନ୍ଧିଙ୍କ ନିର୍ବାଚନୀ ରାଲି ଫଳାଫଳକୁ ପଛରେ ପକାଇଛି
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତି ମେଣ୍ଟ ବମ୍ପର ବିଜୟ ହାସଲ କରିଛି । ଯେଉଁଥିରେ ବିଜେପି ସବୁଠାରୁ ବଡ଼ ଦଳ ହୋଇଛି । ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନରୁ ବିଜେପି ୧୩୨ଟି ଆସନରେ ବିଜୟୀ ହୋଇଥିବାବେଳେ ସେପଟେ ମହାବିକାଶ ଆଘାଡ଼ିର ଡଙ୍ଗା ବୁଡ଼ିଯାଇଥିବା ଜଣାପଡ଼ିଛି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧି ନିଜେ ମହାବିକାଶ ଆଘାଡ଼ି ପାଇଁ ବମ୍ପର ରାଲି କରିଥିଲେ। ତେବେ ତାଙ୍କ ରାଲିର ପ୍ରଭାବ ଫଳାଫଳ ଉପରେ ଠିକ୍ ବିପରୀତ ଦେଖିବାକୁ ମିଳିଛି। ଆପଣଙ୍କୁ କହିରଖୁଛୁ ଯେ ଏ ପର୍ଯ୍ୟନ୍ତ ଯେଉଁ ନିର୍ବାଚନମଣ୍ଡଳୀରେ ରାହୁଲ ଗାନ୍ଧି ପ୍ରଚାର ସେଠାରେ ମହାବିକାଶ ଆଘାଡ଼ିର ପ୍ରାର୍ଥୀମାନେ ପରାଜିତ ହୋଇଛନ୍ତି।
କେଉଁଠି ପ୍ରଚାର କରିଛନ୍ତି ରାହୁଲ ଗାନ୍ଧି ?
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାବିକାଶ ଆଘାଡ଼ିର ବିଜୟ ପାଇଁ ରାହୁଲ ଗାନ୍ଧି ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ରାଲି କରିଥିଲେ। ଯେଉଁଥିରେ ଭିଡ଼ ମଧ୍ୟ ବହୁତ ଆସିଥିଲା, କିନ୍ତୁ ସେହି ଭିଡ଼ କେବଳ ପାର୍ଟି ପାଇଁ ଭିଡ଼ ରହିଥିଲା ସତ କିନ୍ତୁ ଭୋଟରେ ପରିଣତ ହୋଇନାହିଁ। ମତଦାତାମାନେ କେବଳ ରାଲିକୁ ଆସି ସେଠାରୁ ଘରକୁ ଯାଇଥିଲେ। ବାସ୍ତବରେ ରାହୁଲ ଗାନ୍ଧିଙ୍କ ସମସ୍ତ ପ୍ରତିଶ୍ରୁତି ଶୁଣିବା ପରେ ମଧ୍ୟ ମହାବିକାଶ ଆଘାଡ଼ିର ପ୍ରାର୍ଥୀଙ୍କୁ ଜନତା ଭୋଟ୍ ଦେଇନାହାନ୍ତି। ଆସନ୍ତୁ ଜାଣିବା ରାହୁଲ ଗାନ୍ଧି କେଉଁଠି ପ୍ରଚାର କରିଥିଲେ…
ନିର୍ବାଚନ ମଣ୍ଡଳୀ | ପାର୍ଟି |
ନନ୍ଦୁରବାର | ବିଜେପି |
ଧାମନଗାଁ ରେଳବାଇ | ବିଜେପି |
ନାଗପୁର ପୂର୍ବ | ବିଜେପି |
ଗଣ୍ଡିଆ | ବିଜେପି |
ଚିମୁର | ବିଜେପି |
ନାନ୍ଦେଦ ଉତ୍ତର | ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ) |
ବାନ୍ଦ୍ରା ପୂର୍ବ | ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ) ଆଗରେ |
କିଏ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ?
ମହାରାଷ୍ଟ୍ରରେ ମହାୟୁତି ବିଜୟୀ ହୋଇଛି। ମହାରାଷ୍ଟ୍ରର ସାମ୍ପ୍ରତିକ ରାଜନୈତିକ ସ୍ଥିତିକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି)ର ପ୍ରବୀଣ ଦାରେକର ଏକ ବୟାନ ଦେଇଛନ୍ତି।
ସେ ସାମ୍ବାଦିକମାନଙ୍କୁ କହିଛନ୍ତି, ଆମେ କେବେ ଭାବି ନ ଥିଲୁ ଯେ ମହାରାଷ୍ଟ୍ରବାସୀଙ୍କଠାରୁ ଏତେ ଭଲ ପାଇବା ମିଳିବ। ଅବଶ୍ୟ ଏହାକୁ ନେଇ ଆମେ ବହୁତ ଖୁସି । ଏଥର ମୁଖ୍ୟମନ୍ତ୍ରୀ ପଦ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ଦିଆଯାଉ ବୋଲି ସେ ସ୍ପଷ୍ଟଭାବେ କହିଛନ୍ତି। ସାଧାରଣତଃ ମୁଖ୍ୟମନ୍ତ୍ରୀ ସବୁଠାରୁ ବଡ଼ ଦଳରୁ ଗଠିତ ହୋଇଥିବାରୁ ଏହି ଦୃଷ୍ଟିରୁ ଭାରତୀୟ ଜନତା ପାର୍ଟି ବର୍ତ୍ତମାନ ରାଜ୍ୟର ସବୁଠାରୁ ବଡ଼ ଦଳଭାବେ ଉଭା ହୋଇଛି।
Alaso readhttps://purvapaksa.com/why-uddhav-thackeray-defeated/
