Raftaar Manraj Jawanda Wedding: ପ୍ରଥମ ପତ୍ନୀ କୋମଲ ବୋହରାଙ୍କୁ ଛାଡପତ୍ର ଦେବାର ୫ ବର୍ଷ ପରେ ପ୍ରସିଦ୍ଧ ରାପର୍ ତଥା ଗାୟକ ରଫ୍ତାର ଫ୍ୟାସନ୍ ଷ୍ଟାଇଲିଷ୍ଟ ମନରାଜ ଜବନ୍ଦାଙ୍କୁ ବିବାହ କରିଛନ୍ତି।
ସେମାନଙ୍କ ବିବାହର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ମଙ୍ଗରାଜ ଜବନ୍ଦାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେମାନଙ୍କ ବିବାହ ଉତ୍ସବରେ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁଙ୍କୁ ଦେଖିବାକୁ ମିଳିଥାଏ। ତାଙ୍କ ହଠାତ୍ ବିବାହକୁ ନେଇ ପ୍ରଶଂସକମାନେ ବେଶ୍ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ତେବେ ରଫ୍ତାର କିମ୍ବା ମନରାଜଙ୍କ ବିବାହ ଫଟୋ ଏପର୍ଯ୍ୟନ୍ତ ସେୟାର ହୋଇନାହିଁ । କିନ୍ତୁ ପ୍ରଶଂସକମାନେ ଜାଣିବାକୁ ଆଗ୍ରହୀ ଅଛନ୍ତି ଯେ ଦୁହେଁ ପ୍ରକୃତରେ ବିବାହ କରିଛନ୍ତି କି ନାହିଁ । ଏହା ସହ ପ୍ରଶଂସକମାନେ ମଧ୍ୟ ସେମାନଙ୍କ ବିବାହ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଦୁହିଁଙ୍କ ବିବାହ ଫଟୋ ଇଣ୍ଟରନେଟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହା ପୂର୍ବରୁ ଦୁହିଁଙ୍କ ବିବାହ ନିମନ୍ତ୍ରଣ କାର୍ଡ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ରଫ୍ତାର ଏବଂ ମନରାଜଙ୍କ ନାମ ଲେଖାଯାଇଥିଲା ।
ରାପର୍ ରଫ୍ତାର, ଯାହାର ପ୍ରକୃତ ନାମ ଦିଲିନ୍ ନାୟାର, ଜାନୁଆରୀ ୩୧ ଶୁକ୍ରବାର ଦିନ ପରିବାର ଏବଂ ଘନିଷ୍ଠ ବନ୍ଧୁମାନଙ୍କ ମଧ୍ୟରେ ମନରାଜଙ୍କୁ ବିବାହ କରିଛନ୍ତି। ସୋସିଆଲ ମିଡିଆରେ ସେମାନଙ୍କ ବିବାହର ଫଟୋକୁ ଖୁବ ପସନ୍ଦ କରାଯାଉଛି । ଏହି ଦମ୍ପତି ଦକ୍ଷିଣ ଭାରତୀୟ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି, ଯେଉଁଠାରେ ସେ ଏବଂ ତାଙ୍କ ପତ୍ନୀ ଉଭୟ ପାରମ୍ପରିକ ପୋଷାକରେ ନଜର ଆସିଛନ୍ତି । ଏହି ଫଟୋରେ ରଫ୍ତାର ମନରାଜଙ୍କ ବେକରେ ମଙ୍ଗଳସୂତ୍ର ବାନ୍ଧିଥିବାର ଦେଖିବାକୁ ମିଳିଛି।
ଭାଇରାଲ ଫଟୋଗୁଡ଼ିକରେ ରଫ୍ତାର ଏବଂ ମନରାଜ ପରସ୍ପରକୁ ସ୍ନେହର ସହ ଦେଖୁଥିବାର ଦେଖିବାକୁ ମିଳିଛି। ଉଭୟଙ୍କ ପାଇଁ ଏହା ଏକ ଅତ୍ୟନ୍ତ ସୁନ୍ଦର ମୁହୂର୍ତ୍ତ, ଯେଉଁଥିରେ ସେମାନେ ଏକାଠି ବହୁତ ଖୁସି ଦେଖାଯାଉଛନ୍ତି । ଏହି ସମୟରେ ସେମାନଙ୍କ ନିକଟ ସମ୍ପର୍କୀୟମାନେ ସେମାନଙ୍କ ଉପରକୁ ଫୁଲ ବର୍ଷା କରୁଥିବାର ଦେଖିବାକୁ ମିଳିଛି। ସେମାନଙ୍କ ପ୍ରଶଂସକମାନେ ସେମାନଙ୍କ ବିବାହକୁ ନେଇ ବହୁତ ଖୁସି ଅଛନ୍ତି ଏବଂ ସୋସିଆଲ ମିଡିଆ ମାଧ୍ୟମରେ ସେମାନଙ୍କୁ ବହୁତ ଶୁଭେଚ୍ଛା ପଠାଉଛନ୍ତି, ଆଶା କରୁଛନ୍ତି ଯେ ଦୁହେଁ ନିଜେ ସେମାନଙ୍କ ବିବାହର ଫଟୋ ସେୟାର କରିବେ ।
ମିଳିଥିବା ସୂଚନା ଅନୁଯାୟୀ, ରଫ୍ତାର ଏବଂ ମନରାଜ ଜବନ୍ଦା ୨୦୨୩ରେ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ, ଯାହା ପରେ ୨୦୨୫ ଜାନୁଆରି ୩୧ ତାରିଖ ସକାଳେ ଦୁହେଁ ପରସ୍ପରକୁ ଜୀବନସାଥୀ ଭାବେ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ରଫ୍ତାରଙ୍କ ଏହା ଦ୍ୱିତୀୟ ବିବାହ। ଏହା ପୂର୍ବରୁ ରଫ୍ତାର ୨୦୧୬ରେ କୋମଲ ବୋହରାଙ୍କୁ ବିବାହ କରିଥିଲେ। ତେବେ ସେମାନଙ୍କ ସମ୍ପର୍କ ଅଧିକ ଦିନ ଚାଲିନଥିଲା। ୨୦୨୨ରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା।
ALSO READ: https://purvapaksa.com/mahakumbh-viral-girl-monalisa-got-first-bollywood-film-diary-of-manipur/
କୁମ୍ଭମେଳାରେ ମାଳା ବିକ୍ରି କରି ଭାଇରାଲ ହୋଇଥିବା ମୋନାଲିସା, ଖୁବ ଶୀଘ୍ର ନଜର ଆସିବେ ବଡ଼ ପରଦାରେ…