ଓଡ଼ିଶାରେ ବିଜେପି ସରକାର ଗଠନ ହେବା ପରଠାରୁ ସର୍ବାଧିକ ଚର୍ଚ୍ଚାର ବିଷୟ ହେଉଛି ପ୍ରଶ୍ନପତ୍ର ଲିକ୍ ସଙ୍କଟ। ଗତ କିଛି ମାସରେ ଯେପରି ସ୍କାମ୍, ଯେପରି ପରୀକ୍ଷା ବିଳମ୍ବ, ଯେପରି ଯୁବ ସମୁଦାୟଙ୍କ ଅସନ୍ତୋଷ ଦିନକୁଦିନ ବଢ଼ୁଛି, ତାହା ରାଜ୍ୟର ପ୍ରଶାସନିକ ସଂସ୍କାର ଏବଂ ଶାସକଦଳର ଦାବିକୁ ପ୍ରଶ୍ନଚିହ୍ନରେ ପକାଇ ଦେଇଛି। ଯେମିତି ଲାଗୁଛି ରାଜ୍ୟର ବିଜେପି ସରକାର ପୂର୍ବର ବିହାର ଓ ଉତ୍ତରପ୍ରଦେଶ ସରକାରଙ୍କ ପ୍ରଶ୍ନପତ୍ର ଲିକ୍ ମାମଲାକୁ ଟପିଟିବ।
ଯେଉଁ ସରକାର ନିର୍ବାଚନ ପୂର୍ବରୁ ଯୁବମାନଙ୍କୁ ନିଯୁକ୍ତି, ପ୍ରଶାସନର ସୁଧାର ଓ ପାରଦର୍ଶିତାର ଆଶ୍ୱାସନା ଦେଇଥିଲା, ସେଇ ସରକାର ଆଜି ପ୍ରଶ୍ନପତ୍ର ଲିକ୍ ସଙ୍କଟରେ ଘିରିଛି।
ଏହି ଆଲୋଚନାରେ ଗତ ଏକ ବର୍ଷରେ ଘଟିଥିବା ସବୁ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ତଥ୍ୟ, ବିଶ୍ଳେଷଣ ଓ ରାଜନୈତିକ-ପ୍ରଶାସନିକ ପ୍ରଭାବ ସହିତ ଉଠାଇ ଦେଖାଯିବ।
/odishatv/media/media_files/2025/12/05/gemini_edited_1x_que-2025-12-05-14-06-32.jpeg)
୧. ପ୍ରଶ୍ନପତ୍ର ଲିକ୍: ଘଟଣାର ଶୃଙ୍ଖଳାବଳୀୋ ଜୁଲାଇ 2024 – ସବ୍-ଇନ୍ସପେକ୍ଟର ପରୀକ୍ଷା
2024 ଜୁଲାଇରେ ଓଡ଼ିଶା ପୁଲିସ ସବଇନସପେକ୍ଟର ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଯାଇଥିବା ଖବର ସୋସିଆଲ ମିଡିଆରେ ଭାଇରାଲ୍ ହେଲା। ସେଥିରୁ କେବଳ ପରୀକ୍ଷା ସ୍ଥଗିତ ହେଲା ନୁହେଁ, ବରଂ ହଜାର ହଜାର ଯୁବ ଯେଉଁମାନେ ଚାକିରି ପାଇଁ ବର୍ଷ ବର୍ଷ ପ୍ରସ୍ତୁତି ନେଉଥିଲେ, ସେମାନଙ୍କ ଏକ ବର୍ଷ ନଷ୍ଟ ହୋଇଗଲା।
ପ୍ରଶାସନ ଏହି ଘଟଣାକୁ “କ୍ଷୁଦ୍ର ଗୋଟିଏ ଲିକ୍” ବୋଲି କହି ଦୃଢ଼ ପଦକ୍ଷେପର ଆଶ୍ୱାସନା ଦେଇଥିଲା। କିନ୍ତୁ ଏହା କେବଳ ଆରମ୍ଭ ମାତ୍ର ଥିଲା।
ନଭେମ୍ବର ୨୦୨୪ – RI/ARI/Amin ପରୀକ୍ଷା
ଜିଲ୍ଲା ପ୍ରଶାସନ ଗୋଟିଏ ଦୃଢ଼ ସ୍ଥମ୍ଭ- ଆରଆଇ, ଏଆରଆଇ, ଅମିନ ପଦବୀର ପରୀକ୍ଷା।
ନଭେମ୍ବର ୨୦୨୪ରେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହେବାର ଖବର ଆସିଲାପରେ ଓଡ଼ିଶା ସବଅର୍ଡିନେଟ ଷ୍ଠାଫ୍ ସିଲେକ୍ସନ କମିଶନ (ଓଏସଏସଏସସି) ପୁରା ପରୀକ୍ଷାକୁ ସ୍ଥଗିତ କରିଦେଲା।
ଦେଶର କୌଣସି ରାଜ୍ୟରେ ଏକ ମାସରେ ଦୁଇଟି ବଡ଼ ପରୀକ୍ଷା ଲିକ୍ ଘଟଣା ଘଟିବା ବିଶ୍ୱାସ କରିବା ଦୁର୍ଲଭ। କିନ୍ତୁ ଓଡ଼ିଶାରେ ଏହା ସାଧାରଣ ଘଟଣା ହେଇପଡ଼ିଲା।
ଡିସେମ୍ବର ୨୦୨୪ – ଉତ୍କଳ ବିଶ୍ୱବିଦ୍ୟାଳୟ
କଲେଜ ସ୍ତରର ପରୀକ୍ଷାଠାରୁ ଲିକ୍ ଘଟଣା ଏବେ ବିଶ୍ୱବିଦ୍ୟାଳୟରେ ଲାଗିଲା, ସେତେବେଳେ ପ୍ରଶ୍ନ ଉଠିଲା: ପ୍ରଶାସନ ବିଫଳ, କି ବ୍ୟବସ୍ଥା ଘାତକ?
ଉତ୍କଳ ବିଶ୍ୱବିଦ୍ୟାଳୟର ସେମିଷ୍ଟାର ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବାରୁ ବହୁତ ପରୀକ୍ଷା ପୁନଃର୍ନିଧାରଣ କରିବାକୁ ପଡ଼ିଲା। ଯେଉଁ ଛାତ୍ରମାନେ ନିଜର କାର୍ଯ୍ୟଜୀବନ, ଏକାଡେମିକ୍ କ୍ୟାଲେଣ୍ଡର ଓ ଚାକିରି ପ୍ରସ୍ତୁତି ସହିତ ସମନ୍ୱୟ କରୁଥିଲେ, ସେମାନଙ୍କ ପାଇଁ ଏହା ଏକ ବଡ଼ ମନୋବୈଜ୍ଞାନିକ ଆଘାତ ହୋଇଥିଲା।
ଜାନୁଆରୀ ୨୦୨୫ – J.E ସିଭିଲ୍ ମେନ୍ ପରୀକ୍ଷା
ପ୍ରାୟ ସବୁ ସରକାରୀ ଚାକିରି ପାଇଁ ମୂଳ ଆଧାର ହେଉଛି ଭୂମିକା ଖାତିରେ ଜେ.ଇ (Junior Engineer) ପଦବୀ।
ଜାନୁଆରୀ ୨୦୨୫ରେ ଜେ.ଇ ସିଭିଲ ମେନ ପରୀକ୍ଷା ପ୍ରଶ୍ନପତ୍ର ବି ଲିକ୍ ହୋଇଥିବାରୁ ରାଜ୍ୟର ପଲିଟେକ୍ନିକ୍ ଓ ଇଞ୍ଜିନିୟରିଂ ଛାତ୍ରମାନଙ୍କ ଅସନ୍ତୋଷ ଗୋଟିଏ ନୂତନ ଚୂଡ଼ାନ୍ତରେ ପହଞ୍ଚିଲା।
ଏହା ସହିତ ପ୍ରଶ୍ନ ଉଠିଲା:
ପରୀକ୍ଷା ବୋର୍ଡମାନଙ୍କ କ’ଣ ନୂତନ ପ୍ରୋଟୋକଲ୍ ଅଛି?
ସାଇବର ସୁରକ୍ଷା କିପରି ଦୃଢ଼?
ସରକାର ଚୁପ୍।
ଫେବୃଆରୀ ୨୦୨୫ – ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ +୩ ପରୀକ୍ଷା
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର +୩ ଡିଗ୍ରୀ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବାର ଖବର ଆସିଲାପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଛାତ୍ରମାନେ ରାସ୍ତାକୁ ଆସିଲେ।
ସୋସିଆଲ ମିଡିଆରେ “ଷ୍ଟପ୍ କ୍ୱେଶ୍ଚିନ ପେପର ଲିକ୍” ଟ୍ରେଣ୍ଡ ହେଲା।
କେବଳ ପରୀକ୍ଷା ନୁହେଁ, ଛାତ୍ରମାନଙ୍କ ମନୋବଳ ଭାଙ୍ଗିଗଲା।
ସେପ୍ଟେମ୍ବର ୨୦୨୫– ପୁଲିସ ଏସଆଇ ପରୀକ୍ଷା ପୂର୍ବରୁ ସ୍କାମ୍
ପ୍ରଶ୍ନପତ୍ର ଲିକ୍ ହେବା ପୂର୍ବରୁ ଯେତେବେଳେ ଅନ୍ଧାରେ ବ୍ୟବସ୍ଥାପକମାନେ ପରୀକ୍ଷାର୍ଥୀ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ପୂର୍ବରୁ ଧରାପଡ଼ିଲେ, ସେତେବେଳେ ମନେ ହେଲା-
ଏହା ବ୍ୟକ୍ତିଗତ କାରସାଦି ନୁହେଁ, ଏକ ରାଜ୍ୟବ୍ୟାପୀ ମାଫିଆ ରିଙ୍ଗ୍।
ଅନେକ ମାଫିଆ, ମଧ୍ୟସ୍ଥ, ଆଇଟି ଏଜେଣ୍ଟ, କେତେକ ଚାକରି କିଣାଣୀ ପଢ଼ୁଆଙ୍କ ସମ୍ପୃକ୍ତି ମିଳିଲା।
ସେପରି ଓଡ଼ିଶା ପୁଲିସଙ୍କ ଭରସା ମଧ୍ୟ ଲୋକଙ୍କ ନଜରରେ କମିଗଲା।
ଡିସେମ୍ବର ୨୦୨୫ – ଏଏନଏମ ପରୀକ୍ଷା
ତାଜା ଘଟଣା- ଏଏନଏମ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ (୫ ଡିସେମ୍ବର ୨୦୨୫)।
ଏହା ସ୍ୱାସ୍ଥ୍ୟ ସେକ୍ଟର ପାଇଁ ଏକ ବିଶେଷ ସଙ୍କଟ, କାରଣ ଏଏନଏମ ପଦବୀ ମହିଳା ଏବଂ ଶିଶୁ ସ୍ୱାସ୍ଥ୍ୟ ସହିତ ସମ୍ପୃକ୍ତ।
ଏହି ପଦବୀର ପରୀକ୍ଷା ସଠିକ୍ ଓ ପାରଦର୍ଶୀ ନ ଥିଲେ- କାର୍ଯ୍ୟକ୍ଷେତ୍ରରେ ଭାରୀ ବିଶୃଙ୍ଖଳା ହେବା ଅନିବାର୍ଯ୍ୟ।
କିପରି ହୁଏ ପ୍ରଶ୍ନପତ୍ର ଲିକ୍? ଏକ ବିଶ୍ଳେଷଣ
ପ୍ରଶ୍ନପତ୍ର ଲିକ୍ ଗୋଟିଏ ଦିନରେ ହୁଏ ନାହିଁ।
ଏହା ହେଉଛି ଭିତରୁ ଚାଲୁଥିବା ଏକ ସଂଗଠିତ ଅପରାଧ।
ଅନୁସନ୍ଧାନ ଓ ବିଶ୍ଳେଷଣରୁ ୫ଟି ମୁଖ୍ୟ କାରଣ ଦେଖାଯାଏ-
୧. ପରୀକ୍ଷା ବୋର୍ଡର ଭିତରୁ ଲାଭ ଆଶା କରୁଥିବା ଅନେକ ବ୍ୟକ୍ତି ଅଛନ୍ତି। କେତେକ ଅଧିକାରୀ କିମ୍ବା କର୍ମଚାରୀ ପ୍ରଶ୍ନପତ୍ର ସିଷ୍ଟମ୍-ର ଗ୍ୟାପ୍ ଦୁରୁପଯୋଗ କରନ୍ତି।
୨. ମାଫିଆ ରାକେଟ କେତେକ ବ୍ୟବସ୍ଥିତ ଗ୍ରୁପ୍ ପରୀକ୍ଷାର ପୂର୍ବସନ୍ଧ୍ୟାରେ ୩୦-୫୦ ଲକ୍ଷ ପର୍ଯ୍ୟନ୍ତ ନେଇ ପ୍ରଶ୍ନପତ୍ର ଲିକ କରିଥାନ୍ତି।
୩. ଅନଲାଇନ୍ ସୁରକ୍ଷାର ଅଭାବରୁ କ୍ଲାଉଡ୍ ସର୍ଭର୍, ଇମେଲ୍, ପ୍ରିଣ୍ଟିଂ ପ୍ରେସ୍ ସବୁଠି ଗ୍ୟାପ୍ ରହିଛି। ଯାହାଫଳରେ ପ୍ରଶ୍ନପତ୍ର ଲିକ ହେଉଛି।
୪. ପ୍ରିଣ୍ଟିଂ ପ୍ରେସର ଅନିୟନ୍ତ୍ରିତ ପ୍ରକ୍ରିୟାରୁ ଅନେକ ପରୀକ୍ଷାର ପ୍ରଶ୍ନପତ୍ର ଘରୋଇ ପ୍ରେସରେ ପ୍ରିଣ୍ଟ କରାଯାଏ।
୫. ସରକାରୀ ଦୃଢ଼ତାର ଅଭାବରୁ ବଡ଼ ଘଟଣା ପରେ ସୁଦ୍ଧା କୌଣସି କଠୋର ସୁଧାର ନ ଆସିଲେ ସ୍କାମ୍ ଜାରି ରହେ।
ବିଜେପି ସରକାର ପାଇଁ ଏହା କାହିଁକି ଗଭୀର ଚ୍ୟାଲେଞ୍ଜ?
(୧) ଯୁବମାନଙ୍କ ଆଶା ଭଙ୍ଗ କାରଣରୁ ବିଜେପି ନିର୍ବାଚନ ପୂର୍ବରୁ “ନିଯୁକ୍ତିର ବୃଦ୍ଧି”, “ପରୀକ୍ଷାର ପାରଦର୍ଶିତା” ଭଳି ଦାବି କରିଥିଲା। କିନ୍ତୁ ଆଜି ସେହି ଯୁବମାନେ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି- “ଆମ ବର୍ଷ ନଷ୍ଟର ଦାୟୀ କିଏ?”
(୨) ପ୍ରଶାସନର ବିଶ୍ୱାସଯୋଗ୍ୟତା ହ୍ରାସ ହେଉଥିବାରୁ ରାଜ୍ୟରେ ବର୍ଷକୁ ଏତେ ପରୀକ୍ଷା ଲିକ୍ ଏହା ମାନବିକ ତ୍ରୁଟି ନୁହେଁ, ବ୍ୟବସ୍ଥାର ବିଫଳତା।
(୩) ଏହା ବିରୋଧୀ ଦଳଙ୍କ ପାଇଁ ବଡ଼ ଅସ୍ତ୍ର ହୋଇଛି।
ଟିକାଟିପ୍ପଣୀ-“ବିଜେପି ଆସିଲା ଓଡ଼ିଶାର ପରୀକ୍ଷା ବ୍ୟବସ୍ଥା ଧ୍ୱଂସ୍ତ” – ଏବେ ସାଧାରଣ ଜନତା ଚିନ୍ତାରେ।
ଏବେ ପ୍ରଶ୍ନ: କ’ଣ କରୁଛି ସରକାର?
ସରକାର ଏଭଳି କିଛି ପଦକ୍ଷେପ ଘୋଷଣା କରିଛି, ଯେପରି-
• ସ୍ପେଶାଲ ଟାସ୍କଫୋର୍ସ
• ଡିଜିଟାଲ ଭଲ୍ଟ ସିଷ୍ଟମ
• ପ୍ରିଣ୍ଟିଂ ପାଇଁ ନୂଆ ନିୟମ
• ପ୍ରେସରେ ସିସିଟିଭି ମନିଟରିଂ
• ସାଇବର ଟ୍ରାକିଂ କଡ଼ାକଡ଼ି
କିନ୍ତୁ ପ୍ରଶ୍ନ ଉଠେ—
ଏହି ସବୁ ପଦକ୍ଷେପ କାଗଜରେ ଅଛି ନା ବ୍ୟବହାରରେ?
କଠୋର ଶାସ୍ତି କାହିଁକି ଦିଆଯାଉନି?
ଯେପର୍ଯ୍ୟନ୍ତ କଠୋର ଆଇନ ଲାଗୁ ହେବ ନାହିଁ, ସ୍କାମ୍ ଜାରି ରହିବ।
ପ୍ରଶ୍ନପତ୍ର ଲିକ୍ — ଏକ ସାର୍ବଜନୀନ ସଙ୍କଟ
ପ୍ରଶ୍ନପତ୍ର ଲିକ୍ କେବଳ ଚାକିରି ପରୀକ୍ଷାକୁ ନଷ୍ଟ କରେନି। ଏହା-
୧. ଯୁବମାନଙ୍କ ମନୋବଳକୁ ଭାଙ୍ଗେ
୨. ସମାଜରେ ଅସନ୍ତୋଷ ସୃଷ୍ଟି କରେ
୩. ଦୁର୍ନୀତିକୁ ପ୍ରୋତ୍ସାହନ ଦିଏ
୪. ଯୋଗ୍ୟ ଅଭ୍ୟର୍ଥୀ ବଞ୍ଚିତ ହୋଇକି ଅଯୋଗ୍ୟ ଜବ୍ ପାଉଥାଏ
୫. ପ୍ରଶାସନର ଗୁଣାତ୍ମକତା କମେ
ଯେପରି ଏଏନଏମ–ଜେ.ଇ.-ଏସଆଇ ପରୀକ୍ଷାର ଲିକ୍ ଭବିଷ୍ୟତରେ ରାଜ୍ୟର-
• ପୁଲିସ ସୁରକ୍ଷା
• ସ୍ୱାସ୍ଥ୍ୟ ସେବାକୁ ପ୍ରତ୍ୟକ୍ଷ ଭାବରେ ପ୍ରଭାବିତ କରିବ।
ଏବେ ମୂଳ ପ୍ରଶ୍ନ: ବିଜେପି ସରକାର କାହିଁକି ବିଫଳ ହେଉଛି?
୧. ପରୀକ୍ଷା ବୋର୍ଡ ସୁଧାର ନ ହେବା, ପୁରୁଣା ନିୟମ, ପୁରୁଣା ବ୍ୟବସ୍ଥା, ନୂଆ ଦୁର୍ନୀତି।
୨. ଦୃଢ଼ ଆଇନ ନଥିବାରୁ ପ୍ରଶ୍ନପତ୍ର ଲିକ୍ ହେଉଛି। ଏଥିପାଇଁ ଅନେକ ରାଜ୍ୟରେ ୧୦-୧୪ ବର୍ଷ କାରାଦଣ୍ଡ ବ୍ୟବସ୍ଥା ଅଛି, କିନ୍ତୁ ଓଡ଼ିଶାରେ ଏହା ହାଲୁକା।
୩. ମାଫିଆଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନ ହେବା
୪. ସିଷ୍ଟମ୍ ସଂସ୍କାରରେ ଅବହେଳା
୫. ଯୋଗ୍ୟ ସାଇବର ସ୍ପେସିଆଲିଷ୍ଟ ନଥିବାରୁ ଏହା ହେଉଛି।
ବିଜେପି ସରକାର କ୍ଷମତାକୁ ଆସି ଯୁବମାନଙ୍କୁ ନିଯୁକ୍ତିର ଆଶ୍ୱାସନା ଦେଇଥିଲେ। କିନ୍ତୁ ୨୦୨୪-୨୫ରେ ଯେପରି ପ୍ରଶ୍ନପତ୍ର ଲିକ୍ ସଙ୍କଟ ଏକ ପରେ ଏକ ଆସିବାରେ ଲାଗିଛି ତାହା ସରକାରଙ୍କ ପାଇଁ ଗୁରୁତର ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇଛି।
ଯଦି ଓଡ଼ିଶାର ଭବିଷ୍ୟତ ଯୁବମାନେ କୁଶଳ, ଯୋଗ୍ୟ ପ୍ରଶାସନ ପାଇଁ ଆଶ୍ରୟ ଦେବାକୁ ଥାଏ ତେବେ ପ୍ରଶ୍ନପତ୍ର ଲିକ୍ ଭଳି ଅପରାଧକୁ ରୋକିବା ସରକାର ପାଇଁ ସର୍ବାପ୍ରଥମ କାର୍ଯ୍ୟ ହେବା ଉଚିତ।
ବିଜେପି ସରକାର ଯଦି ଏହାର ସମାଧାନରେ ଗଭୀର ମନୋଯୋଗ ଦେଉନାହିଁ-ତେବେ ଯୁବମାନଙ୍କ ମନରୁ ବିଶ୍ୱାସ ଦୂରେଇଯିବ ଓ ରାଜ୍ୟର ପ୍ରଶାସନିକ ସ୍ୱାସ୍ଥ୍ୟ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିବ।
ଓଡ଼ିଶାର ପରୀକ୍ଷା ବ୍ୟବସ୍ଥାକୁ ନୂତନ ଭିତ୍ତିରେ ଗଢ଼ିବା ଆବଶ୍ୟକ। ନଚେତ ପ୍ରତିବର୍ଷ ଯୁବମାନେ ଯେପରି ନଷ୍ଟ ହେଉଛନ୍ତି- ତାହାର ଦାୟିତ୍ୱ କାହାର ତାହା ଆଗାମୀ ନିର୍ବାଚନରେ ବିଜେପିକୁ ଭାରି ପଡ଼ିବ।
ଆପଣମାନେ ଦେଖୁଥାଆନ୍ତୁ ପୂର୍ବପକ୍ଷ। ଏମିତି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ କରନ୍ତୁ, ସବସ୍କ୍ରାଇବ କରନ୍ତୁ ଓ ସେୟାର କରନ୍ତୁ।
AlsoRead; https://purvapaksa.com/the-secret-of-life-is-hidden-in-the-eyes/


