python: ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳେ । ସେଥିମଧ୍ୟରୁ ପାଇଥନ୍ ଏପରି ଏକ ପ୍ରାଣୀ ଯାହାକି ନିଜଠାରୁ ବଡ଼ ପଶୁମାନଙ୍କୁ ମଧ୍ୟ ଗିଳିପାରେ । କିନ୍ତୁ ଆପଣ ଜାଣନ୍ତି କି, କୌଣସି ପ୍ରାଣୀକୁ ଗିଳିବା ପରେ ପାଇଥନ୍ କିପରି ତାହାକୁ ହଜମ କରେ?
ଅଜଗରକୁ ବିପଜ୍ଜନକ ପ୍ରାଣୀ ମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରାଯାଏ, କାରଣ ଏହା ସମ୍ମୁଖୀନ ହେଲେ ବଡ଼ ପଶୁମାନଙ୍କୁ ନିପାତ କରିପାରେ ।
ଅଜଗରର ନିଜ ଆକାରର ଛଅ ଗୁଣ ଥିବା ପଶୁମାନଙ୍କୁ ଗିଳିବାର କ୍ଷମତା ଥାଏ । ଅଜଗରର ମୁହଁର ବିଶେଷ ଆକାର ପାଇଁ ନିଜ ଅକାରାରୁ ବଡ଼ ପ୍ରାଣୀକୁ ଗିଳି ଦେଇଥାଏ । କିନ୍ତୁ ପ୍ରଶ୍ନ ଉଠୁଛି ଅଜଗରମାନେ ନିଜଠାରୁ ବଡ଼ ପଶୁଙ୍କୁ ପୂରା ଗିଳିବା ପରେ କିପରି ହଜମ କରିଥାଏ? କାରଣ ସେମାନେ ନିଜ ଖାଦ୍ୟକୁ ବିନା ଚୋବାଇ ପୂରା ଗିଳି ଦିଅନ୍ତି ।
ଆପଣ ବ୍ୟକ୍ତିଗତ ଭାବରେ କିମ୍ବା ଫଟୋ ଏବଂ ଭିଡିଓରେ ଅନେକ ଥର ଦେଖିଥିବେ ଯେ ଅଜଗର ଯେତେବେଳେ କୌଣସି ପଶୁକୁ ଖାଇଥାଏ, ତା’ର ପେଟ ଫୁଲିଯାଏ, କିନ୍ତୁ ଏହା କିଛି ଘଣ୍ଟା ମଧ୍ୟରେ ଏହାକୁ ହଜମ କରିଥାଏ । ଏହା ପଛର କାରଣ ଜାଣିଛନ୍ତି କି?
ସୂଚନାଯୋଗ୍ୟ, ଅଜଗର ପେଟରେ ଶକ୍ତିଶାଳୀ ଏସିଡ୍ ରହିଥାଏ, ଯାହା ହାଡ଼କୁ ମଧ୍ୟ ତରଳି ଦେଇଥାଏ। ଏହି କାରଣରୁ ଅଜଗର ଯେତେବେଳେ କୌଣସି ପଶୁକୁ ଗିଳିଦିଏ, ତାହା କିଛି ସମୟ ପରେ ସେହି ପଶୁକୁ ହଜମ କରିଦିଏ ।
ସେହିଭଳି ଅଜଗରର ଅଧିକ ଖାଦ୍ୟ ଖାଇବାର ପ୍ରାୟ ଏକରୁ ଦୁଇ ସପ୍ତାହ ପରେ ଅନ୍ତନଳୀ ଓ ବାକି ପାଚନ କ୍ରିୟା ସ୍ୱାଭାବିକ ହୋଇଯାଏ । ଖାଲି ସେତିକି ନୁହେଁ ଅଜଗରମାନଙ୍କର ଅନ୍ତନଳୀକୁ ପୁନଃ ସୃଷ୍ଟି କରିବାର କ୍ଷମତା ରହିଛି । ଏହାବ୍ୟତୀତ ହଜମ ପ୍ରକ୍ରିୟା ସମୟରେ ଖାଦ୍ୟରୁ ମିଳୁଥିବା ଶକ୍ତିର ମାତ୍ର ୩୭ ପ୍ରତିଶତ ଅଜଗର ଶରୀରରେ ଖର୍ଚ୍ଚ ହୋଇଥାଏ।
ALSO READ: https://purvapaksa.com/scorpion-bite/