Pushpa 2: ପୁଷ୍ପା ରିଲିଜ ହେବା ପରଠାରୁ ବଡ଼ ପରଦାରେ ଝଡ଼ ସୃଷ୍ଟି କରିଛି । ପରଦାରେ ଆଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ଉତ୍ସାହ ଆକାଶ ଛୁଆଁ ।
ତେବେ କିଛି ଖରାପ ଖବର ମଧ୍ୟ ସାମ୍ନାକୁ ଆସିଥିଲା। ନିକଟରେ ହାଇଦ୍ରାବାଦରେ ତାଙ୍କ ଚଳଚ୍ଚିତ୍ର ପୁଷ୍ପା-୨ ସ୍କ୍ରିନିଂ ସମୟରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଶିଶୁ ଗୁରୁତର ଆହତ ହୋଇଥିଲେ। ଏହା ପରେ ଅଭିନେତା ଦୁଃଖ ପ୍ରକାଶ କରିଥିଲେ। ଏବେ ଖବର ଆସିଛି ଯେ, ଫିଲ୍ମର ମାଟିନୀ ଶୋ’ରେ ଜଣେ ୩୫ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତଦେହ ମିଳିଛି।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନିକଟରେ ଅନନ୍ତପୁରର ରାଇଦୁର୍ଗମ ଜିଲ୍ଲାର ପ୍ୟାଲେସ ସିନେମା ଥିଏଟରରେ ପୁଷ୍ପା-୨ର ମେଟିନୀ ସୋ ସମୟରେ ହଲରେ ଜଣେ ବ୍ୟକ୍ତିଙ୍କର ମୃତଦେହ ପାଇଥିଲେ। ପୋଲିସ କହିଛି ଯେ, ଏହି ବ୍ୟକ୍ତିଙ୍କ ବୟସ ୩୫ ବର୍ଷ ଏବଂ ତାଙ୍କ ନାମ ମଧ୍ୟାନାପ୍ପା । ଏଥି ସହିତ ମଙ୍ଗଳବାର ଦିନ ମଧ୍ୟାନାପ୍ପା ମଦ ପିଇ ଚଳଚ୍ଚିତ୍ର ଦେଖିବାକୁ ଯାଇଥିଲେ । ହେଲେ ସନ୍ଧ୍ୟା ୬ ଟା ସମୟରେ ଶଫେଇ କର୍ମଚାରୀମାନେ ତାଙ୍କ ମୃତଦେହ ପାଇଥିଲେ । ଥିଏଟର ଭିତରେ ମଦ୍ୟପାନ କରି ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ସନ୍ଦେହ କରୁଛି। ମୃତ୍ୟୁ ସତ୍ୱେ ପ୍ରେକ୍ଷାଳୟଗୁଡ଼ିକ ସ୍କ୍ରିନିଂ ଜାରି ରଖିବା ପରେ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା। ଏହି କାରଣରୁ ମୃତକଙ୍କ ପରିବାର ରାଗି ଯାଇଥିଲେ । ଏହାପରେ ଏହାକୁ ନେଇ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଛି ।
ଏହାପୂର୍ବରୁ ଡିସେମ୍ବର ୪ ରେ ହାଇଦ୍ରାବାଦରେ ପୁଷ୍ପା-୨ର ପ୍ରିମିୟର ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ସମସ୍ତଙ୍କୁ ଥରାଇ ଦେଇଥିଲା। ୩୯ ବର୍ଷୀୟ ରେବତୀ ତାଙ୍କ ସ୍ୱାମୀ ଏବଂ ଦୁଇ ପିଲାଙ୍କ ସହ ସାନ୍ଧ୍ୟା ଥିଏଟରରେ ‘ପୁଷ୍ପା ୨’ ଦେଖିବାକୁ ଆସିଥିଲେ। ହଠାତ୍ ଆଲୁ ଅର୍ଜୁନ ମଧ୍ୟ ସେଠାରେ ପହଞ୍ଚିଥିଲେ। ଅଭିନେତାଙ୍କୁ ଦେଖି ପ୍ରଶଂସକଙ୍କ ଭିଡ଼ ଜମିବା ସହ ଥିଏଟରରେ ଏକ ଷ୍ଟାମ୍ପଡେଡ୍ ବାହାରିଲା। ଶ୍ୱାସରୁଦ୍ଧ ହେତୁ ଅନେକ ଲୋକ ଚେତାଶୂନ୍ୟ ହୋଇପଡ଼ିଥିବାବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଯେତେବେଳେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ମହିଳାଙ୍କ ପୁଅର ଅବସ୍ଥା ଏବେ ବି ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ଅଲୁ ଅର୍ଜୁନ X ରେ ଏକ ଭିଡ଼ିଓ ସେୟାର କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ, ସେ ବ୍ୟକ୍ତିଗତଭାବେ ମହିଳାଙ୍କ ପରିବାରକୁ ଭେଟିବେ। ଏହି କଷ୍ଟ ସମୟରେ ମହିଳାଙ୍କ ପରିବାର ଏକୁଟିଆ ନୁହଁନ୍ତି ବୋଲି ଅଭିନେତା କହିଛନ୍ତି। ସେ ସେମାନଙ୍କ ସହିତ ଠିଆ ହୋଇଛନ୍ତି। ମୃତ ମହିଳାଙ୍କ ପରିବାରକୁ ସେ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ବୋଲି ଅଲୁ ଅର୍ଜୁନ କହିଛନ୍ତି। ଚିକିତ୍ସା ଏବଂ ଔଷଧର ସମସ୍ତ ଖର୍ଚ୍ଚ ମଧ୍ୟ ଆମେ ବହନ କରିବୁ।
ALSO READ: https://purvapaksa.com/deepika-ranveer-daughter-dua/