ବଲିଉଡ ହିରୋଇନମାନଙ୍କ ଡ୍ୟାନ୍ସ କଥା ଆସିଲେ, ପ୍ରିୟଙ୍କା ଚୋପ୍ରା ଜୋନାସ୍ଙ୍କ ପାଖରେ ପ୍ରାୟ ଏବେର ନାୟିକା ଫିକା ଲାଗନ୍ତି । ବିଦେଶୀ ଜାଜ୍ ଠାରୁ ବଲିଉଡ୍ ଠୁମକା ପର୍ଯ୍ୟନ୍ତ ସବୁଥିରେ ପାରଙ୍ଗମ ଅଟନ୍ତି ଦେଶୀ ଗାର୍ଲ। ଏବେ ଓଡ଼ିଶାର ଛଉ ନୃତ୍ୟ ପ୍ରେମରେ ପଡିଛନ୍ତି ଦେଶୀ ଗାର୍ଲ। ଭାରତର ସବୁଠାରୁ ଚ୍ୟାଲେଞ୍ଜିଂ ଏବଂ ସାଂସ୍କୃତିକ ଭାବରେ ସମୃଦ୍ଧ ଶାସ୍ତ୍ରୀୟ ନୃତ୍ୟ – ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଛଉ ନୃତ୍ୟରେ ଗଭୀର ଭାବରେ ବୁଡ଼ି ରହିଛନ୍ତି ପ୍ରିୟଙ୍କା ବୋଲି କୁହାଯାଉଛି।
ଏସଏସ ରାଜମୌଲି ନିର୍ମିତ ଏବଂ ମହେଶ ବାବୁଙ୍କ ଅଭିନୀତ SSMB29 ରେ ନାୟିକା ଭବେ ଅଭିନୟ କରୁଛନ୍ତି ପ୍ରିୟଙ୍କା। ଏଥିରେ ରହିଥିବା ତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ପ୍ରିୟଙ୍କା ଓଡ଼ିଶାର ଆଦିବାସୀ ସାମରିକ ପରମ୍ପରାର ମୂଳ ଥିବା ଏକ ଅର୍ଦ୍ଧ-ଶାସ୍ତ୍ରୀୟ ନୃତ୍ୟ ରୂପ ମୟୂରଭଞ୍ଜ ଛଉର ତାଲିମ ନେଇଛନ୍ତି । ଫିଲ୍ମର ଜଣେ କୋରିୟଗ୍ରାଫର କହିଛନ୍ତି ଯେ, “ଏହା ସବୁବେଳେ ଘଟିନଥାଏ ଯେ, ଜଣେ ବିଶ୍ୱସ୍ତରୀୟ ତାରକା ଭାରତୀୟ କଳା ପ୍ରତି ଏପରି ସମର୍ପଣ ଦେଖାନ୍ତି। ପ୍ରିୟଙ୍କା ରିହର୍ସଲ୍ ରୁମରେ ନମ୍ରତା, ଶୃଙ୍ଖଳା ଏବଂ ଅତୁଳନୀୟ ଶକ୍ତି ଦେଖାଇଥାନ୍ତି।”
ପ୍ରିୟଙ୍କା କେବଳ ରିହର୍ସଲ୍ ହଲ୍ ମଧ୍ୟରେ ନିଜକୁ ସୀମିତ ରଖି ନାହାନ୍ତି, ସେ ଓଡ଼ିଶାର ଭୂସ୍ଵର୍ଗ କୋରାପୁଟ ଜିଲ୍ଲାରେ କିଛି ଦିନ ବିତାଇଛନ୍ତି, କୋଟପାଡର ବଜାର ବୁଲି ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଆଦିବାସୀ ସଂସ୍କୃତିକୁ ଉପଭୋଗ କରିବା ସହ ଇନଷ୍ଟାଗ୍ରାମରେ ଏହାର ଦୃଶ୍ୟ ପୋଷ୍ଟ କରିଛନ୍ତି। ଫିଲ୍ମଟି ଶାନ୍ତ ଭୂଦୃଶ୍ୟ ଏବଂ ପ୍ରାମାଣିକ ସ୍ଥାନୀୟ ସ୍ୱାଦ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।
୧୦୦୦-୧୫୦୦ କୋଟି ଟଙ୍କାର ଏକ ବଡ଼ ବଜେଟ୍ ସହିତ, SSMB29 ହେଉଛି ଭାରତର ସବୁଠାରୁ ମହତ୍ୱାକାଂକ୍ଷୀ ପ୍ୟାନ୍-ଇଣ୍ଡିଆନ୍ ଫିଲ୍ମ ମଧ୍ୟରୁ ଗୋଟିଏ, ଯାହା ତେଲୁଗୁ, ହିନ୍ଦୀ, ତାମିଲ୍, ମାଲାୟଲମ୍ ଏବଂ କନ୍ନଡ ଭାଷାରେ ମୁକ୍ତିଲାଭ କରିବ। ଫିଲ୍ମଟି ଆରଆରଆର ଠୁ ବି ହାଇ ବଜେଟର ବୋଲି କୁହାଯାଉଛି। ତେବେ SSMB29 ୨୦୨୭ ମସିହା ମାର୍ଚ୍ଚ ୨୫ ରେ ରିଲିଜ୍ ହୋଇପାରେ ବୋଲି କୁହାଯାଉଛି, ଯାହା ରାଜାମୌଲିଙ୍କ ରେକର୍ଡ ଭାଙ୍ଗିଥିବା ଚଳଚ୍ଚିତ୍ର RRRର ପଞ୍ଚମ ବାର୍ଷିକୀ ହେବ। ଗତ ମାର୍ଚ୍ଚ ମାସରେ କୋରପୁଟର ଦେଓମାଳୀ ଏହି ଫିଲ୍ମର କିଛି ସିନ୍ ସୁଟିଂ ହୋଇଥିଲା। ସାଉଥ ସୁପର ଷ୍ଟାର ମହେଶ ବାବୁ ଓ ବଲିଉଡ ହଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଦେଖିବା ପାଇଁ ସେତେବେଳେ ପ୍ରବଳ ଭିଡ଼ ଜମିଥିଲା।
Also read https://purvapaksa.com/mahua-has-broken-a-family-kalyan-banerjee/
Mahua has broken a family: Kalyan Banerjee ।। ମହୁଆ ଜଣଙ୍କ ପରିବାର ଭାଙ୍ଗିଛନ୍ତି: କଲ୍ୟାଣ ବାନାର୍ଜୀ
