Modi: ଭାରତରେ ସୋମବାର ପହଂଚିଛନ୍ତି ଆମେରିକା ଉପ ରାଷ୍ଟ୍ରପତି ଜେ ଡି ଭାନ୍ସ । ସାଙ୍ଗରେ ଅଛନ୍ତି ପୁରା ପରିବାର । ପତ୍ନୀ ଉଷା ଓ ତିନି ସନ୍ତାନ । ଭାନ୍ସଙ୍କ ସନ୍ତାନଙ୍କ ଭାରତୀୟ ପୋଷାକରେ ଚିତ୍ରକୁ ଦେଖୁଛି ପୁରା ଦେଶ ଦିଲ୍ଲୀ ସ୍ଥିତ ଅକ୍ଷରଧାମ ମନ୍ଦିରକୁ ଯାଇ ଭାନ୍ସ ପରିବାର ଭାରତୀୟଙ୍କ ହୃଦୟ ଜିତିଛନ୍ତି ।
ଏହାରି ଭିତରେ ଆମେରିକୀୟ ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କ ପରିବାର ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ଏହି ସାକ୍ଷାତ ଥିଲା ପାରିବାରିକ ଓ ଆତ୍ମୀୟତାପୂର୍ଣ୍ଣ। ସାକ୍ଷାତକାର ବେଳେ ମୋଦୀ ଜେଡି ଭାନ୍ସଙ୍କ ତିନି ପିଲାଙ୍କୁ ସ୍ନେହ କରିବା ସହିତ ସେମାନଙ୍କ ସହିତ ଥଟ୍ଟା ମଜା କରିଥିଲେ । ଏହା ସହ ପ୍ରଧାନମନ୍ତ୍ରୀ ମୋଦି ସେମାନଙ୍କୁ ଉପହାର ଭାବେ ମୟୁର ଚୁଳ ପ୍ରଦାନ କରିଥିଲେ । ଭାରତୀୟ ପରମ୍ପରାରେ ମୟୂର ଚୁଳ ସମୃଦ୍ଧି, ସୌନ୍ଦର୍ଯ୍ୟ ଓ ଶାନ୍ତିର ପ୍ରତୀକ ।
ମୟୂର ଚୁଳ ଭଗବାନ କୃଷ୍ଣଙ୍କ ସହ ଜଡ଼ିତ, ଯାହା କରୁଣା ଓ ଧର୍ମର ପ୍ରତୀକ। ମୋଦୀ ପୂର୍ବରୁ ବରାକ ଓବାମା, ମାକ୍ରୋଂ ଓ ଟ୍ରମ୍ପଙ୍କୁ ମୟୂର ପୋଷ୍ଟ ଉପହାର ଦେଇଛନ୍ତି। ଏହା ‘ବସୁଧୈବ କୁଟୁମ୍ବକମ’ର ଚିନ୍ତାଧାରାକୁ ପ୍ରତିଫଳିତ କରେ। ମୋଦୀଙ୍କ ଏହି ଉପହାର କେବଳ ସାଂସ୍କୃତିକ ଆଦାନପ୍ରଦାନ ନୁହେଁ, ବରଂ ଭାରତର ସଫ୍ଟ ପାୱାରକୁ ବିଶ୍ୱ ଆଗରେ ଉପସ୍ଥାପନ କରେ। ମୟୂର ଚୁଳ ହେଉଛି ଭାରତର ସମୃଦ୍ଧ ପରମ୍ପରାର ଏକ ଜୀବନ୍ତ ପ୍ରତୀକ।
ଭାରତୀୟ ପରମ୍ପରା ଓ ସଂସ୍କୃତିକୁ ବିଶ୍ୱସ୍ତରେ ମୋଦି ପରିଚୟ ଦେବାକୁ ଉଦ୍ୟମ କରୁଛନ୍ତି । ଏହି କ୍ରମରେ ସେ ବିଦେଶୀ ଅତିଥିଙ୍କୁ ଭଗବତ ଗୀତାଠାରୁ ଭାରତୀୟ ପାରମ୍ପାରିକ ବସ୍ତ୍ର ଆଦି ଉପହାର ଆକାରରେ ପ୍ରଦାନ କରିବାର ନଜିର ରହିଛି । ଭାନ୍ସଙ୍କ ସନ୍ତାନଙ୍କୁ ମୋଦିଙ୍କ ମୟୁର ଚୁଳ ପ୍ରଦାନ ମୋଦିଙ୍କ ସେହି ନୀତିର ଏକ ଅଂଶ । ଏଠି ଏହା କହିବା ଜୁରୁରୀ ଯେ, ଭାନ୍ସଙ୍କ ପତ୍ନୀ ଉଷା ହେଉଛନ୍ତି ଭାରତୀୟ ବଂଶୋଦ୍ଭବ । ଉଷାଙ୍କ ପ୍ରେମରେ ପଡ଼ି ଭାନ୍ସ ଆମିଷ ଛାଡ଼ିବ ସହିତ ନିରାମିଶାସୀ ହୋଇଥିଲେ । ଏବେ ଭାନ୍ସଙ୍କୁ ତାଙ୍କ ଶ୍ୱସୁର ଘର ଭାରତରେ ମିଳୁଛି ଭବ୍ୟ ସମ୍ବର୍ଧନା । ନିଶ୍ଚିତ ଭାବେ ଭାନ୍ସଙ୍କୁ ଏହି ଆତିଥେୟତା ପସନ୍ଦ ଆସିଥିବ ।
ALSO READ: https://purvapaksa.com/how-does-black-smoke-and-white-smoke-tell-who-is-pope/