Pregnancy: ଗ୍ରୀଷ୍ମ ଋତୁରେ ଗର୍ଭବତୀ ମହିଳାଙ୍କୁ ତାଙ୍କର ସ୍ୱାସ୍ଥ୍ୟର ବହୁତ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଗର୍ଭାବସ୍ଥାରେ (Pregnancy) ଶରୀରରେ ଅନେକ ପ୍ରକାରର ପରିବର୍ତ୍ତନ ହୋଇଥାଏ। ଏହି ପରିସ୍ଥିତିରେ ଅଧିକ ଗରମ ତାଙ୍କ ଶରୀରକୁ ପ୍ରଭାବିତ କରିପାରେ।
ଗରମରେ ଗର୍ଭବତୀ ମହିଳାଙ୍କୁ କେବଳ ତାଙ୍କର ଖାଦ୍ୟରେ ଧ୍ୟାନ ଦେବା ଆବଶ୍ୟକ ହୋଇ ନଥାଏ ବରଂ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା ମଧ୍ୟ ଜରୁରୀ । ଆସନ୍ତୁ ଜାଣିବା ଯେ ଗର୍ଭବତୀ ମହିଳାମାନେ ଗରମରେ କେଉଁ ପ୍ରକାରର ସାବଧାନତା ରଖିବା ଉଚିତ ଏବଂ କିପରି ସେମାନେ ତାଙ୍କର ସ୍ୱାସ୍ଥ୍ୟକୁ ସୁସ୍ଥ ରଖିପାରିବେ।
ଗରମରେ ଗର୍ଭାବତି ମହିଳାଙ୍କ ପାଇଁ ୫ଟି ମହତ୍ତ୍ୱପୂର୍ଣ୍ଣ ସୂଚନା
ଉଚିତ ପରିମାଣରେ ପାଣି ପିଇବା ଆବଶ୍ୟକ
ଗ୍ରୀଷ୍ମ ଋତୁରେ ଶରୀରରୁ ଅଧିକ ଝାଳ ବାହାରିଥାଏ, ଏଥିପାଇଁ ଶରୀରରେ ପାଣିର କମି ହେବାର ସମ୍ଭାବନା ରହିଛି। ଗର୍ଭବତୀ ମହିଳାଙ୍କ ପାଇଁ ହାଇଡ୍ରେଟେଡ (Hydrated) ରହିବା ବହୁତ ଆବଶ୍ୟକ, କାରଣ ଏହା ତାଙ୍କର ଶରୀରକୁ ଏନେର୍ଜି ଦେଇଥାଏ । ଗର୍ଭରେ ଥିବା ଶିଶୁ ପାଇଁ ମଧ୍ୟ ଏହା ଲାଭକାରୀ। ସେହିପାଇଁ ନିୟମିତ ଭାବେ ପାଣି ପିଇବା ଅଭ୍ୟାସ କରନ୍ତୁ। ପ୍ରତି ୨ ଘଣ୍ଟାରେ ପାଣି ପିଉନ୍ତୁ ଏବଂ କେବେ ପାଣିର କମି ହେବାକୁ ଦିଅନ୍ତୁ ନାହିଁ। ନାଡ଼ିଆ ପାଣି, ଜୁସ୍ ଏବଂ ଛାଜ ଦ୍ୱାରା ମଧ୍ୟ ହାଇଡ୍ରେସନ୍ ବଜେଇ ରଖି ପାରିବେ ।
ଶରୀରକୁ ଥଣ୍ଡା ରଖନ୍ତୁ
ଗରମ ପାଇଁ ଶରୀରର ତାପମାନ ସାଧାରଣ ଠାରୁ ଅଧିକ ବଢ଼ିଯାଏ । ଯାହା ପ୍ରୀମେଚ୍ୟୁର୍ ଲେବର୍, ହୀଟସ୍ଟ୍ରୋକ୍ ଏବଂ ଅନ୍ୟାନ୍ୟ ସମସ୍ୟା ଘଟାଇ ପାରେ। ତେଣୁ ଘରେ ଏସି କିମ୍ବା ପଙ୍ଖାର ବ୍ୟବହାର କରନ୍ତୁ ଏବଂ ବାହାରକୁ ଯିବା ପୂର୍ବରୁ କୁଲିଙ୍ଗ ଡ୍ରିଙ୍କ୍ ନିଅନ୍ତୁ। ହାଲୁକା ଏବଂ ଢିଲା କପଡ଼ା ପିନ୍ଧନ୍ତୁ, ଯାହା ଦ୍ୱାରା ଶରୀର ହାଲୁକା ଅନୁଭବ କରିବ ଏବଂ ଝାଳ ଶୀଘ୍ର ସୁଖୀ ଯିବ । ଚେଷ୍ଟା କରନ୍ତୁ ଯେ ଗରମରେ ବାହାରକୁ ନ ଯିବାପାଇଁ। ଯଦି ବାହାରକୁ ଯିବା ଆବଶ୍ୟକ, ତେବେ ସୂର୍ଯ୍ୟର ସିଧା କିରଣରୁ ଦୁରେଇ ରୁହନ୍ତୁ ।
ସ୍ୱାସ୍ଥ୍ୟକର ଓ ସଙ୍ଗଠିତ ଭୋଜନ ଗ୍ରହଣ କରନ୍ତୁ
ଗ୍ରୀଷ୍ମ ଋତୁରେ ଅଧିକ ଭୋକ ଲାଗିପାରେ, କିନ୍ତୁ ଏହା ଆବଶ୍ୟକ ଯେ ଆପଣ ସଠିକ୍ ପୋଷକ ତତ୍ୱରେ ଭରପୁର ଖାଦ୍ୟ ଗ୍ରହଣ କରନ୍ତୁ। ସମତୁଳିତ ଆହାର (Balanced Diet) ଗର୍ଭବତୀ ମହିଳା ଓ ତାଙ୍କର ଶିଶୁଙ୍କର ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ। ସେଥିପାଇଁ ସବୁଜ ପନିପରିବା, ଶାଗ, ଟମାଟୋ, ତରବୁଜ ଭଳି ତାଜା ପାରିବା ଓ ଜଳରେ ଭରପୁର ପରିବାଗୁଡିକୁ ଖାଆନ୍ତୁ। ପ୍ରୋଟିନ୍ ଓ ଫାଇବର୍ ରେ ଭରପୁର ଖାଦ୍ୟ ଯେପରିକରି ଡାଲି, ମାଛ, ଅଣ୍ଡା ଓ ଓଟ୍ସ ଖାଆନ୍ତୁ। ଅଧିକ ତେଲିଆ ଓ ମସାଲାଦାର ଖାଦ୍ୟ ଖାଆନ୍ତୁ ନାହିଁ ।
ହାଲୁକା ବ୍ୟାମ କରନ୍ତୁ
ଗରମରେ ଅଧିକ ଫିଜିକଲ ଏକ୍ଟିଭିଟି କରିବାର ଆବଶ୍ୟକତା ନାହିଁ, କିନ୍ତୁ ହଳ୍କା-ଫୁଲକା ଏକ୍ସର୍ସାଇଜ୍ କରିବା ବହୁତ ଲାଭଦାୟକ ହୋଇପାରେ। ହାଲୁକା ଯୋଗ, ଚାଲିବା ଏବଂ ଷ୍ଟ୍ରେଚିଂ କରନ୍ତୁ, ଯାହା ଦେହରେ ବ୍ଲଡ୍ ସର୍କୁଲେସନ୍ କୁ ଠିକ ରଖିଥାଏ ଏବଂ ଏନର୍ଜିର ଲେଭେଲ୍ ବଢ଼ାଇଥାଏ। ଯଦି ଆପଣ ବହୁତ ଗରମ ଅନୁଭବ କରୁଛନ୍ତି, ତେବେ ଇନଡୋର୍ ଏକ୍ସର୍ସାଇଜ୍ କରନ୍ତୁ।
ଷ୍ଟ୍ରେସ୍ କମ୍ ନିଅନ୍ତୁ
ଗରମରେ ଥକ୍କାପଣ ଓ ମାନସିକ ଚାପ ବଢିପାରେ, ଯାହା ଗର୍ଭାବସ୍ଥାରେ ଅତ୍ୟନ୍ତ ହାନିକାରକ ହୋଇଥାଏ । ତେଣୁ ଚିନ୍ତା କମାଇବା ପାଇଁ ଚେଷ୍ଟା କରନ୍ତୁ। ଏଥିପାଇଁ ମେଡିଟେସନ କରନ୍ତୁ ଓ ଭଲ ନିଦ ନିଅନ୍ତୁ। ଏହା ଆପଣଙ୍କର ମାନସିକ ସ୍ୱାସ୍ଥ୍ୟକୁ ଭଲ ରଖିବ। ଆବଶ୍ୟକତା ହେଲେ ଆପଣଙ୍କର ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ ।
ALSO READ: https://purvapaksa.com/which-one-is-better-fish-or-chicken-in-summer/