PRAVATI PARIDA: ଦକ୍ଷିଣ ଚଳଚ୍ଚିତ୍ର ନିର୍ମାତା ଏସ୍ ଏସ୍ ରାଜାମୌଲି ଓଡ଼ିଶାର କୋରାପୁଟରେ ମହେଶ ବାବୁ ଓ ପୃଥ୍ୱୀରାଜ ସୁକୁମାରନଙ୍କ ସହ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଏସ୍ଏସ୍ଏମ୍ବି-୨୯’ର ସୁଟିଂ ଆରମ୍ଭ କରିସାରିଛନ୍ତି। ବର୍ତମାନ ଏହି ଟିମ୍ ତାଳମାଳି ପାହାଡ଼ ଉପରେ ସୁଟିଂ କରୁଛି, ଯାହା ଜଙ୍ଗଲ, ଉପତ୍ୟକା ଏବଂ ଝରଣା ଦ୍ୱାରା ଘେରି ରହିଛି ।
ଗତକାଲି ଏଥିରେ ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ମଧ୍ୟ ଯୋଗ ଦେଇଛନ୍ତି । ଦୁର୍ଗା ଆର୍ଟସ ବ୍ୟାନରରେ ନିର୍ମିତ ‘ଏସ୍ଏସ୍ଏମ୍ବି୨୯’ର ବଜେଟ୍ ୧୦ରୁ ୧୫୦୦ କୋଟି ଟଙ୍କା ମଧ୍ୟରେ ରହିଛି, ଯାହା କି ଏହା ଏପର୍ଯ୍ୟନ୍ତ ସବୁଠାରୁ ଦାମୀ ଭାରତୀୟ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ଫିଲ୍ମଟି ତେଲୁଗୁ, ତାମିଲ, ମାଲାୟାଲମ, ହିନ୍ଦୀ ଏବଂ କନ୍ନଡ ସମେତ ଏକାଧିକ ଭାଷାରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି ।
ଏହି ଫିଲ୍ମକୁ ନେଇ ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏପରି ବିଗ ବେଜଟ ଫିଲ୍ମ ସୁଟିଂ ହେବା ଓଡ଼ିଶା ଟୁରିଜିମ ପାଇଁ ଏକ ବୁଷ୍ଟ ସାଜିବ । ପ୍ରଭାତି ପରିଡା ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି, ”ପୂର୍ବରୁ ମାଲକାନଗିରିରେ ପୁଷ୍ପା-୨ ଏବଂ ଏବେ, ପ୍ରସିଦ୍ଧ ନିର୍ଦ୍ଦେଶକ ଏସଏସ ରାଜମୌଲିଙ୍କ ଆଗାମୀ ଚଳଚ୍ଚିତ୍ର SSMB29, ଯେଉଁଥିରେ ଦକ୍ଷିଣ ସୁପରଷ୍ଟାର ମହେଶ ବାବୁ ଏବଂ ପୃଥ୍ୱୀରାଜ ସୁକୁମାରନ ଏବଂ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଅଭିନୀତ, କୋରାପୁଟରେ ସୁଟିଂ କରାଯାଉଛି, ଯାହା ପ୍ରମାଣ କରୁଛି ଯେ ଓଡ଼ିଶାରେ ଚଳଚ୍ଚିତ୍ର ସୁଟିଂ ପାଇଁ ପ୍ରଚୁର ସିନେମାଟିକ୍ ଦୃଶ୍ୟ ରହିଛି ।
ଏହା ଓଡ଼ିଶା ପର୍ଯ୍ୟଟନକୁ ଏକ ପ୍ରମୁଖ ପ୍ରୋତ୍ସାହନ ଦେବ, ଏହାକୁ ଏକ ପ୍ରମୁଖ ସୁଟିଂ ଗନ୍ତବ୍ୟସ୍ଥଳ କରିବ । ଆମେ ସମସ୍ତ ଚଳଚ୍ଚିତ୍ର ଶିଳ୍ପକୁ ଓଡ଼ିଶାର ସମ୍ଭାବନା ଅନୁସନ୍ଧାନ କରିବାକୁ ସ୍ୱାଗତ କରୁଛୁ ଏବଂ ପୂର୍ଣ୍ଣ ସମର୍ଥନ ଏବଂ ବିଶ୍ୱସ୍ତରୀୟ ଭିତ୍ତିଭୂମି ପ୍ରତିଶ୍ରୁତି ଦେଉଛୁ ।”
ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ପ୍ରଶାସନ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ସୁଟିଂ ପାଇଁ ଅନୁମତି ଦେଇଛି। କିଛି ପର୍ଯ୍ୟଟନସ୍ଥଳୀ ସମେତ ଦେଓମାଳି, ତଳମାଳି ଓ ଆଖପାଖ ଜଙ୍ଗଲ ଅଞ୍ଚଳରେ ସୁଟିଂ ପାଇଁ ଟିମ୍ ଅନୁମତି ହାସଲ କରିଛି।
ALSO READ: https://purvapaksa.com/ssmb29-shooting-in-odisha/
ମହେଶ ବାବୁଙ୍କୁ ଦେଖିବା ପାଇଁ ଜମିଲା ପ୍ରଶଂସକଙ୍କ ଭିଡ଼: ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା