UP potato : ଉତ୍ତରପ୍ରଦେଶରୁ ଭୁବନେଶ୍ୱର ଆଇଗିଣିଆ ମାର୍କେଟକୁ ୧୦ରୁ୧୨ ଟ୍ରକ ଆଳୁ ଟ୍ରକ୍ ପହଞ୍ଚିଛି। ଉତ୍ତରପ୍ରଦେଶରୁରୁ ଗୋଟିଏ ଟ୍ରକ୍ ଆଳୁ ସହିତ ୪ଟ୍ରକ୍ ଆଳୁ ପଶ୍ଚିମବଙ୍ଗରୁ ଆସି କଟକ ଛତ୍ର ବଜାରରେ ପହଞ୍ଚିଥିବା ଜଣାଯାଇଛି।
ଉତ୍ତରପ୍ରଦେଶରୁ ଭୁବନେଶ୍ୱର ଆଇଗିଣିଆ ମାର୍କେଟକୁ ୧୦ରୁ୧୨ ଟ୍ରକ ଆଳୁ ଟ୍ରକ୍ ପହଞ୍ଚିଛି। ଉତ୍ତରପ୍ରଦେଶରୁରୁ ଗୋଟିଏ ଟ୍ରକ୍ ଆଳୁ ସହିତ ୪ଟ୍ରକ୍ ଆଳୁ ପଶ୍ଚିମବଙ୍ଗରୁ ଆସି କଟକ ଛତ୍ର ବଜାରରେ ପହଞ୍ଚିଥିବା ଜଣାଯାଇଛି। ପଶ୍ଚିମବଙ୍ଗରୁ ଏହି ଆଳୁ ଗାଡ଼ି ଗଳାବାଟ ଦେଇ ଆସିଥିବା ସୂଚନା ରହିଛି। ସେହିପରି ଆଳୁ ଗାଡ଼ି ପହଞ୍ଚିବା ପରେ ବଜାରରେ ଆଳୁ ଦର ହ୍ରାସ ପାଇବ ବୋଲି ଗ୍ରାହକ ଆଶାବାଦୀ ଅଛନ୍ତି।
ପଶ୍ଚିମବଙ୍ଗ ସରକାର ଆଳୁ ଗାଡ଼ି ନ ଛାଡ଼ିବା ପରେ ବଜାରରେ ୩oରୁ ୩୫ଟଙ୍କା ଦରରେ ମିଳୁଥିବା ଆଳୁ ଚଢ଼ା ଧରରେ ବିକ୍ରି ହେଉଥିଲା। ଯାହାକୁ ନେଇ ଚିନ୍ତାରେ ଥିଲେ ଗ୍ରାହକ। ଗତକାଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତରପ୍ରଦେଶରୁ ୩୦୦ ଟ୍ରକ୍ ଆଳୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପହଞ୍ଚିବ ବୋଲି କହିଥିଲେ।
ସୂଚନାଯୋଗ୍ୟ, କିଛିଦିନ ତଳେ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ଛାଡ଼ି ନ ଥିଲା। ଫଳରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଶହ ଶହ ଗାଡ଼ି ଅଟକି ରହିଥିଲା। ଯାହାଫଳରେ ବଜାରରେ ଆଳୁ ସଙ୍କଟ ଦେଖାଯାଇଥିଲା।
ଟ୍ୱିନ୍ ସିଟିରେ ଯୋଗାଣ ବିଭାଗର ଚଢ଼ଉ; ‘ଆଳୁ ୪୦ ଟଙ୍କା ଟପିଲେ କାର୍ଯ୍ୟାନୁଷ୍ଠାନ’
ଚଢ଼ା ଦରରେ ଆଳୁ ବିକ୍ରି କରାଯାଉଥିବା ଅଭିଯୋଗରେ ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ ଯୋଗାଣ ବିଭାଗର ପକ୍ଷରୁ ଚଢ଼ାଉ କରାଯାଇଛି। ଭୁବନେଶ୍ୱର ୪ନଂ ମାର୍କେଟରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବାବେଳେ କଟକ ଛତ୍ର ବଜାରରେ ଦୋକାନ ଓ ଗୋଦାମରେ ଚଢ଼ାଉ କରାଯାଇଛି।
ଭୁବନେଶ୍ୱରରେ ଆଳୁ ୪୦ ଟଙ୍କାରୁ ଅଧିକ ଦରରେ ବିକ୍ରି କରାଗଲା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗାଣ ଅଧିକାରୀ କହିଛନ୍ତି। ଭୁବନେଶ୍ୱର ୪ନଂ ମାର୍କେଟରେ ଚଢ଼ାଉବେଳେ ଯୋଗାଣ ଅଧିକାରୀ କହିଛନ୍ତି, ୪୦ ଟଙ୍କାରୁ ଅଧିକ ବିକିଲେ ଦୋକାନୀକୁ ପ୍ରଥମେ ନୋଟିସ ଦିଆଯିବ। ସେମାନେ ନୋଟିସରେ କ’ଣ ଜବାବ ରଖିବେ ତାକୁ ଆମେ ଦେଖିବୁ। ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବ୍ୟବସାୟୀଙ୍କୁ ରେଟ୍ ଚାର୍ଟ ଲଗାଇବାକୁ କୁହାଯାଇଛି।
ସେହିପରି ଆଜି ସକାଳେ କଟକ ଛତ୍ର ବଜାରରେ ଆଳୁ କିଲୋପ୍ରତି ୫୦ ଟଙ୍କା ବିକ୍ରି ହେଉଥିଲା। ଏନେଇ ଖବର ପ୍ରକାଶ ପାଇବା ପରେ କଟକ ଛତ୍ରବଜାରରେ ବିଭିନ୍ନ ଦୋକାନ ଓ ଗୋଦାମରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏବେ ଆଳୁ କିଲୋପ୍ରତି ଛତ୍ର ବଜାରରେ ୪୫ ଟଙ୍କା ମୂଲ୍ୟରେ ବିକ୍ରି ହେଉଥିବା ସୂଚନା ରହିଛି।
ଯୋଗାଣ ବିଭାଗ ଅଧିକାରୀ ରାଜଲକ୍ଷ୍ମୀ ପାତ୍ର କହିଛନ୍ତି, ଲୋକେ ଆଳୁ ଦର ବଢ଼ିଯିବା ଆଶଙ୍କାରେ ଭୟଭୀତ ହୋଇ ଆଳୁ କିଣୁଛନ୍ତି। ଆଳୁ ବଜାରରେ ପ୍ରଚୁର ଅଛି। ଆଜି ସକାଳେ ୫ଟି ଟ୍ରକ୍ ଆଳୁ ଗାଡ଼ି ପହଞ୍ଚିଛି। ଉତ୍ତର ପ୍ରଦେଶରୁ ଆସିଥିବା ଆଳୁ କୁଇଣ୍ଟାଲ ପ୍ରତି ୩୫ରୁ ୩୬ ଶହ ରହିଛି। ସେହିପରି ପଶ୍ଚିମବଙ୍ଗରୁ ଆସିଥିବା ଆଳୁ କୁଇଣ୍ଟାଲ ପ୍ରତି ୩୭ରୁ ୩୮ ଶହ ରହିଛି। ୧୦୦୦ କୁଇଣ୍ଟାଲ ଆଳୁ ଷ୍ଟ୍ରକ୍ ରହିଛି। ଅଧିକ ଟଙ୍କାରେ ଆଳୁ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।
Also readhttps://purvapaksa.com/odisha-govt-seeks-cooperation-of-rice-millers-in-paddy-procurement/