ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ମାସ ପ୍ରଥମ ସପ୍ତାହରେ ହେବା ନେଇ ସୂଚନା ପାଇବା ପରେ ଉଭୟ ଶାସକ ଓ ବିରୋଧୀ ସକ୍ରିୟ ହେବାରେ ଲାଗିଛନ୍ତି । ରାଜ୍ୟର ଦୁଇ ବିରୋଧୀଦଳ ବିଧାନସଭାରେ ଏକ ନମ୍ବର ହେବା ପାଇଁ ନିଜ ନିଜ ଭିତରେ ବଳ କଷାକଷି ଆରମ୍ଭ କରିଥିବା ବେଳେ ଏମାନଙ୍କୁ ମୁକାବିଲା କରିବା ସହ ବର୍ଷକର ସଫଳତାକୁ ଲୋକଙ୍କ ଏବେଠାରୁ ବଳ ଗୋଟାଇଲେଣି ବିରୋଧୀ। ସରକାର ବଖାଣିବେ ବର୍ଷକର ସଫଳତା ଆଗରେ ରଖିବା ପାଇଁ ସରକାର ବି ତୟାର ସୂଚନା ପାଇବା ପରେ ବିରୋଧୀ ଦଳ ପ୍ରସ୍ତୁତି ହେବାରେ ଲାଗିଛନ୍ତି।
ବିଧାନସଭାର ଅଧିବେଶନ ସରକାର କାହିଁକି ଡାକୁନାହାନ୍ତି ବୋଲି ମୁଖ୍ୟ ବିରୋଧୀଦଳ ବିଜେଡି ପ୍ରଶ୍ନ କରିଥିବାବେଳେ କଂଗ୍ରେସ ବି ସମାନ ପ୍ରଶ୍ନ ପଚାରିଛି। ତେବେ ବିଧାନସଭା କେବେ ଡକାଯିବ, ତାହା ସରକାରଙ୍କ ଉପରେ ନିର୍ଭର କରୁଥିବାବେଳେ ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ କିଛି କୁହାଯାଇନାହିଁ। ତେବେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରାୟତଃ ଅଧିବେଶନ ଡାକିବାକୁ ସରକାର ସଜବାଜ ହେଉଥିବା ସୂଚନା ସାମ୍ନାକୁ ଆସିଛି।
ଏହି ସୂଚନା ପାଇବା ପରେ ବିରୋଧୀ ଦଳ ପୟ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ସମୟରେ ସେମାନଙ୍କ ହାତରେ ବାଲେଶ୍ବର ଓ ବଳଙ୍ଗା ଭଳି ଦୁଇ ଦୁଇ ନିଆଁରେ ପୋଡ଼ି ମରିବା ଘଟଣା ଥିବାବେଳେ ଚାଷୀ ପଞ୍ଜିକରଣଠାରୁ ଆରମ୍ଭ କରି ପାନୀୟଜଳ ଓ ମହାନଦୀ ଜଳ ପର୍ଯ୍ୟନ୍ତ ମାଳ ମାଳ ପ୍ରସଙ୍ଗ ରହିଛି। ତେବେ ପ୍ରସଙ୍ଗକୁ ନେଇ ଏବେଠାରୁ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି। ଉଭୟ ଦଳ ଶବ ଉପରେ ରାଜନୀତି କରିବା ପାଇଁ ନିଜ ନିଜ ଭିତରେ ପ୍ରତିଦ୍ୱନ୍ଦ୍ୱିତା ଚଳାଇଛନ୍ତି। ବିଧାନସଭାରେ କିଏ ଏକ ନମ୍ବର ବିରୋଧୀ ଦଳର ମାନ୍ୟତା ପାଇବ, ତାହାକୁ ନେଇ ବିଜେଡି ଓ କଂଗ୍ରେସ ଏବେଠାରୁ ରଣନୀତି ପ୍ରସ୍ତୁତ କରିଛନ୍ତି । ସଫଳ ମୁକାବିଲା ପାଇଁ ମନମୋହନ ମୋହନ ଯୋଡ଼ି ସଫଳ ରଣନୀତି ପ୍ରସ୍ତୁତ କରୁଥିବା ଆଭାସ ମିଳୁଛି । ମନ୍ତ୍ରୀମାନେ ମଧ୍ୟ ନିଜ ନିଜ ବିଭାଗ ପ୍ରତି ଅଧିକ ସତର୍କ ହେଉଥିବା ବେଳେ ଯୁବ ବିଧାୟକମାନେ ଏବେଠାରୁ ବିରୋଧୀଙ୍କ ମୁକାବିଲା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ଗତ ବିଧାନସଭା ଅଧିବେଶନ ସମୟରେ ଉଭୟ କଂଗ୍ରେସ ଓ ବିଜେଡି ନାରୀ ସୁରକ୍ଷା ପ୍ରସଙ୍ଗକୁ ଭିନ୍ନ ବଙ୍ଗରେ ପ୍ରତିବାଦ କରିଆରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ସ୍ବଳ୍ପକାଳୀନ ବର୍ଷା ଅଧିବେଶନରେ ସେମାନେ କିଭଳି ରଣନୀତି ଆପଣେଇବେ ଓ ସରକାର ବିଭଳି ସେମାନଙ୍କର ମୁକାବିଲା କରିବେ, ତାହା ଉପରେ ଏବେ ଲୋକ ନଜର ରହିଛି।
ଇତିମଧ୍ୟରେ କଂଗ୍ରେସ ଓଡ଼ିଶା ବନ୍ଦ କରିଥିବା ବେଳେ ବିଜେଡି ମଧ୍ୟ ବାଲେଶ୍ବର ବନ୍ଦ ଓ ସଚିବାଳୟ ଘେରାଉ କରିସାରିଛି। ଦୁଇ ଦଳ ନିୟମିତ ବ୍ୟବଧାନରେ ସରକାରଙ୍କ ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀ, ଘେରାଉ ଓ କ୍ୟାଣ୍ଡେଲ ଶୋଭାଯାତ୍ରା କରିବାରେ ଲାଗିଛନ୍ତି। କୌଣସି ମଉକାକୁ ସେମାନେ ହାତଛଡ଼ା କରୁନାହାନ୍ତି। ବିଧାନସଭା ଅଧିବେଶନର ସୁରାକ ପାଇବା ପରେ ଏବେ ଏହାକୁ ଜାରି ରଖିବାକୁ ଉଭୟ ଦଳ ଯୋଜନା ଚଳାଇଥିବା ଜଣାଯାଇଛି। କଂଗ୍ରେସର ଉଭୟ ବରିଷ୍ଠ ଓ ଯୁବନେତା ବିଭିନ୍ନ ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଉଥିବା ବେଳେ ବିଜେଡିରେ କିନ୍ତୁ ବରିଷ୍ଠ ଓ ଯୁବ ବର୍ଗଙ୍କ ଭିତରେ କ୍ଷମତା ଲଢେଇ ଚାଲିଛି। ତେଣୁ ସେମାନେ କୌଣସି ପ୍ରସଙ୍ଗକୁ ନେଇ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିପାରୁନାହାନ୍ତି।
ଅନ୍ୟ ପକ୍ଷରେ ବିଜେପି ସରକାର ବର୍ଷକର ସଫଳତାକୁ ବିଧାନସଭାରେ ଉପସ୍ଥାପିତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ବିଶେଷକରି ସୁଭଦ୍ରା ଯୋଜନାର ସଫଳତା, ଚାଷୀଙ୍କୁ ଅଧିକ ଧାନ ଦର ପ୍ରଦାନ କରିବା, ବନ୍ୟାର ସଫଳ ମୁକାବିଲା, ବିଜେଡି ଶାସନ ସମୟର ଜଣଙ୍କ ପରେ ଜଣେ ଦୁର୍ନୀତିଖୋର ବାବୁଙ୍କ ଗିରଫଦାରୀ, ଡାକ୍ତର, ଶିକ୍ଷକ ଆଦି ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ କରିବା ସହ ମହାନଦୀ ଜଳ ବିବାଦର ସମାଧାନ ଲାଗି ହୋଇଥିବା ସଫଳ ଉଦ୍ୟମକୁ ମଧ୍ୟ ବିଧାନସଭାରେ ରଖାଯିବ।
Also Readhttps://purvapaksa.com/dozen-of-us-f-35s-destroyed-without-fight/
