ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ଶିକ୍ଷାମନ୍ତ୍ରୀ ଗୋଦାବରୀଶ ମିଶ୍ରଙ୍କ ନାତି ସୁପ୍ରିମ କୋର୍ଟର ଜଣାଣୁଣା ଓକିଲ ତଥା ପୁରୀରୁ ୪ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ବିଜେଡି ନେତା ପିନାକୀ ମିଶ୍ର ୬୬ ବର୍ଷ ବୟସରେ ପୁଣିଥରେ ବାହା ହୋଇଛନ୍ତି। କାହାକୁ ଜାଣିଛନ୍ତି ? ଗତ ଲୋକସଭାରେ ‘ପ୍ରଶ୍ନ ପାଇଁ ଲାଞ୍ଚ’ ମାମଲାରେ ଛନ୍ଦି ହୋଇଥିବା ତୃଣମୂଳ ସାଂସଦ ମହୂଆ ମୈତ୍ରଙ୍କୁ।
ଆଶ୍ଚର୍ଯ୍ୟ ହେଉଛନ୍ତି ନା ? କିନ୍ତୁ ଟେଲିଗ୍ରାଫ୍ ରେ ଏ ଖବର ପ୍ରକାଶ ପରେ ଏବେ ସୋଶାଆଲ୍ ମିଡିଆଠୁ ମେନ୍ଷ୍ଟ୍ରିମ ଗଣମାଧ୍ୟମ ଯାଏ ଏ ଖବର ଭାଇରାଲ ହେଉଛି। ମେ’ ୩୦ ତାରିଖ ଦିନ ଏ ଦୁଇଜଣ ଜର୍ମାନୀରେ ବାହା ହୋଇଥିବା ଖବର ପ୍ରକାଶ ପାଇଛି। ଲୁଚି ଛପି ଏ ଦୁହେଁ ବାହା ହୋଇଥିବା ସୂଚନା ମିଳିଛି। ଏହାପରେ ଏକ ଫଟୋ ଭାଇରାଲ ହୋଇ ଇଣ୍ଟରନେଟ୍ ସେନ୍ସେସନ୍ ପାଲଟିଛି।
ମହୂଆଙ୍କୁ ଏବେ ୫୦ ବର୍ଷରୁ ଅଧିକ ବୟସ ହେବ। ସେ ପୂର୍ବରୁ ଡେନମାର୍କର ଫାଇନାନ୍ସର ଲାର୍ସ ବୋରସନଙ୍କୁ ବିବାହ କରିଥିଲେ। କିନ୍ତୁ କିଛି ଦିନ ପରେ ବିଚ୍ଛେଦ ହେବାରୁ ସେ ଭାରତର ଜଣେ ଓକିଲଙ୍କ ସହ ସମ୍ପର୍କରେ ଥିବା କୁହାଯାଏ। ପ୍ରାୟ ତିନି ବର୍ଷ ଧରି ସେ ଓକିଲ ଜୟ ଅନନ୍ତ ଦେହଦରାଇଙ୍କ ସହ ସମ୍ପର୍କରେ ରହିଥିବା ଗଣମାଧ୍ୟମ ରିପୋର୍ଟରେ ପୂର୍ବରୁ ଆଲୋଚନା ହୋଇଛି। ତାଙ୍କ ସହ ସମ୍ପର୍କ ବିଚ୍ଛେଦ ଆକସ୍ମିକ ରହିଥିଲା। ଏହାପରେ ସେ ପିନାକୀଙ୍କ ସମ୍ପର୍କରେ ଥିଲେ ବୋଲି ଆଲୋଚନା ହେଉଛି।
୫୦ ବର୍ଷର ସୁନାଗହଣା ପିନ୍ଧା କନିଆଙ୍କ ହାତ ଜର୍ମାନୀର ରାସ୍ତାରେ ଚାଲୁଥିବାଏହି ୬୬ ବର୍ଷର ବର ପିନାକୀଙ୍କ ପରିବାର କଥାବି ଏଠି ଟିକେ କହିଦିଏ। ଆଗରୁ କହିଛି ସେ ହେଉଛନ୍ତି ଖ୍ୟାତନାମା ଗୋଦାବରୀଶ ମିଶ୍ରଙ୍କ ଦାୟାଦ। ତାଙ୍କ ବାପା ହେଉଛି ଲୋକନାଥ ମିଶ୍ର। ଯିଏ ଓଡ଼ିଶାରେ ଅଣ କଂଗ୍ରେସ ରାଜନୀତିର ଜଣେ ପୁରୋଧା। ସେ ୧୮ ବର୍ଷ ରାଜ୍ୟସଭାରେ ସାଂସଦ ରହିଛନ୍ତି। ଏହାପରେ ଆସାମ, ନାଗାଲ୍ୟାଣ୍ଡ, ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଭାବେ ମଧ୍ୟ ସୁନାମ ଅର୍ଜନ କରିଛନ୍ତି। ବର ଭାବେ ପିନକୀଙ୍କ ଏହା ହେଉଛି ଦ୍ୱିତୀୟ ଆବିର୍ଭାବ। ୧୯୮୪ ମସିହାରେ ସେ ସଙ୍ଗୀତାଙ୍କୁ ବାହା ହୋଇଥିଲେ। ତାଙ୍କର ଜଣେ ପୁଅ ଆଉ ଝିଅ ରହିଛନ୍ତି। ପୁଅ ଧନରାଜଙ୍କ ବାହାଘର ୨୦୧୯ ମସିତହାରେ ହୋଇଥିଲା। ପ୍ରାୟ ୯ଟି କମ୍ପାନୀରେ ପିନାକୀ, ଧନରାଜ ଏବଂ ସଙ୍ଗୀତାଙ୍କ ଶେୟାର ରହିଥିବା ମିଣ୍ଟ ଏକ ରିପୋର୍ଟରେ ପ୍ରକାଶ କରିଛି।
ଏବେ ଆପଣଙ୍କୁ ପିନାକୀଙ୍କ ସମ୍ପତ୍ତି ଓ ମହୂଆଙ୍କ ସମ୍ପତ୍ତିର କିଛି ଝଲକ ଦେବାକୁ ଚାହୁଁଛି। ନିର୍ବାଚନ ସମୟରେ ଦାଖଲ କରିଥିବା ସତ୍୍ୟପାଠ ଅନୁସାରେ ମହୁଆ ମଇତ୍ରଙ୍କ ବିଦେଶରେ ବ୍ୟାଙ୍କ ଆକାଉଣ୍ଟ ରହିଛି। ହେଲେ ସେଥିରେ ଅର୍ଥ ସେମିତି ଜମା ନଥିବା ସତ୍ୟପାଠ କହୁଛି। ଲଣ୍ଡନର ନେଟ୍ ଔ୍ୱେଷ୍ଟ ବ୍ୟାଙ୍କରେ ୨୦୨୪ ସତ୍ୟପାଠ ଅନୁସାରେ ୫ ଲକ୍ଷ ଟଙ୍କା ଥିଲା। କିନ୍ତୁ ଆଉ ଏକ ବ୍ୟାଙ୍କରେ ୩୩.୪ ଲକ୍ଷ ଏବଂ ଅନ୍ୟ ଏକ ବ୍ୟାଙ୍କରେ ୧ କୋଟି ୪୫ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ ଥିବା ସୂଚନା ମିଳେ।
ମହୂଆ ସଂସଦରେ ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ନିଲମ୍ବିତ ହୋଇଥିଲୋ। ଏହି ଅଭିଯୋଗର ତଦନ୍ତ ଇଡି କରିଥିଲା। ସେତେବେଳେ ମହୂଆ ଓଡ଼ିଶା ଆସିଥିବା ଖବର ଏବଂ କିଛି ଆଡ୍ଭୋକେଟଙ୍କ ପାଖରେ ପହଞ୍ଚିଥିବା ଖବର ହୋଇଥିଲା। ଏହି ସମୟରେ ସେ ଜଣେ ବ୍ୟବସାୟୀଙ୍କଠାରୁ ଆଦାନୀଙ୍କ ବିରୋଧରେ ପ୍ରଶ୍ନ ପଚାରିବା ଲାଗି ୧ କୋଟିରୁ ଅଧିକ ଟଙ୍କା ଲାଞ୍ଚ ନେଇଥିବା ଆଲୋଚନା ହୋଇଛି।
ପିନାକୀ ମିଶ୍ର କିନ୍ତୁ ଜଣେ ଅତ୍ୟନ୍ତ ଧନୀ ବ୍ୟକ୍ତି। ୨୦୧୪ ମସିହା ନିର୍ବାଚନ ବେଳେ ତାଙ୍କ ପାଖଣେ ୧୩୭ କୋଟି ଟଙ୍କାର ସମ୍ପତ୍ତି ଥିଲା। ୨୦୦୯ ରେ ଏହି ସମ୍ପତ୍ତି ମୂଲ୍ୟ ମାତ୍ର ୨୯ କୋଟି ଥିଲା। ଅର୍ଥାତ୍ ସାଂସଦ ଥିବା ସମୟରେ ୫ ବର୍ଷ ଭିତରେ ପିନାକୀଙ୍କ ସମ୍ପତ୍ତି ୧୦୮ କୋଟି ଟଙ୍କା ବଢ଼ିଥିଲା। ବିଜେଡି ତାଙ୍କୁ ଏହି ବର୍ଷ ଟିକଟ ଦେଇ ନଥିଲା।