ଆମେରିକାର ପ୍ରକାଶନ ସଂସ୍ଥା ୱାଲ ଷ୍ଟ୍ରିଟ୍ ଜର୍ଣାଲ (ଡବ୍ଲ୍ୟୁଏସ୍) ଏହାର ରିପୋର୍ଟ ପ୍ରକାଶ କରିଛି । ଡବ୍ଲ୍ୟୁଏସ୍ ତାହାର ରିପୋର୍ଟରେ ଅହମଦାବାଦ ବୋଇଁ ବିମାନ ଦୁର୍ଘଟଣା ପାଇଁ ପାଇଲଟ୍ଙ୍କୁ ସମ୍ପୂର୍ଣ୍ଣ ରୂପେ ଦାୟୀ କରିଛି। ବ୍ଲାକ୍ ବକ୍ସରେ କକ୍ପିଟ୍ ଭଏସ୍ ରେକର୍ଡିଂକୁ ଆଧାର କରି ଡବ୍ଲ୍ୟୁଏସ୍ ଉଲ୍ଲେଖ କରିଛି ଯେ ବିମାନର ଜଣେ ପାଇଲଟ୍ ଇଞ୍ଜିନକୁ ଇନ୍ଧନ ଯୋଗାଣ ସୁଇଚ୍ ବନ୍ଦ କରିଦେବାରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କକ୍ପିଟ୍ ଭଏସ୍ ରେକର୍ଡ ଅନୁଯାୟୀ ବିମାନ ଦୁର୍ଘଟଣା ପୂର୍ବରୁ ଦୁଇ ପାଇଲଟ୍ ଇନ୍ଧନ ସୁଇଚ୍ ବନ୍ଦ ହେବା ସମ୍ପର୍କରେ କଥାବାର୍ତ୍ତା ହୋଇଥିଲେ। ବିମାନର ପାଇଲଟ୍ ଦୁଇ ଇଞ୍ଜିନକୁ ଇନ୍ଧନ ଯୋଗାଣ କରିଥିବା ସୁଇଚକୁ ବନ୍ଦ କରିଦେଇଥିବା ରିପୋର୍ଟରେ ଲେଖାଯାଇଛି।
ଭାରତର ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ (ଏଏଆଇବି) ମଧ୍ୟ ଏହାର ପ୍ରାଥମିକ ରିପୋର୍ଟରେ କହିଛି ଯେ ବିମାନର ଦୁଇ ଇଞ୍ଜିନକୁ ଇନ୍ଧନ ଯୋଗାଣ ବନ୍ଦ ହୋଇଯିବାରୁ ବିମାନଟି ଟେକ୍ଅଫ କରିପାରି ନଥିଲା। ଫଳରେ ଏହାର ତଳକୁ ଖସିପଡି ଜଳି ଯାଇଥିଲା । ମେ ୧୨ ତାରିଖରେ ହୋଇଥିବା ଏହି ଦୁର୍ଘଟଣାରେ ୨୭୪ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରୁ ୨୪୨ଜଣ ହେଉଛନ୍ତି ବିମାନର ଯାତ୍ରୀ ଓ କର୍ମଚାରୀ।
ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ନେଇ ଡବ୍ଲ୍ୟୁଏସ୍ ଯେଉଁ ରିପୋର୍ଟ ପ୍ରକାଶ କରିଛି ତାକୁ ଫେଡେରେସନ ଅଫ୍ ଇଣ୍ଡିଆନ୍ ପାଇଲଟ୍ (ଏଫ୍ଆଇପି) ବିରୋଧ କରିଛି। ଏଫ୍ଆଇପିର ସଭାପତି ସିଏସ୍ ରାନ୍ଧୱା କହିଛନ୍ତି ଯେ ଡବ୍ଲ୍ୟୁଏସ୍ର ଏହି ରିପୋର୍ଟକୁ ଆମେ ବିରୋଧ କରୁଛୁ । ଡବ୍ଲ୍ୟୁଏସ୍ ପାଇଲଟମାନଙ୍କୁ ହତାଶ କରିବାକୁ ଚାହୁଁଛି। ସଂଘ ପକ୍ଷରୁ କୁହାଯାଇଛି ଯେ ବିନା କୌଣସି ତଦନ୍ତରେ ଦୁର୍ଘଟଣା ପାଇଁ ପାଇଲଟଙ୍କୁ ଦାୟୀ କରାଯିବା ଠିକ୍ ନୁହେଁ । ଏଥିପାଇଁ ଡବ୍ଲ୍ୟୁଏସ୍ ବିରୋଧରେ ନ୍ୟାୟିକ ପଦକ୍ଷେପ ନେବାକୁ ଏଫଆଇପି ଧମକ ଦେଇଛି। ଏଫଆଇପି ଅଧୀନରେ ପ୍ରାୟ ୫୫୦୦ ପାଇଲଟ୍ ସଦସ୍ୟ ଅଛନ୍ତି ।
Also Readhttps://purvapaksa.com/pak-struggles-to-open-air-base-hit-during-op-sindoor/
