ପାକିସ୍ତାନ ଭାରତର ଏକାଧିକ ସ୍ଥାନରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରିଥିଲା, ଯାହାକୁ ଏୟାର ଡିଫେନ୍ସ ସିଷ୍ଟମ ତୁରନ୍ତ ଅଟକାଇଥିଲା। ପାକିସ୍ତାନର ଏଫ୍-୧୬ ବିମାନକୁ ଖସାଇ ଦେଲା ଭାରତ।
ଜମ୍ମୁ ଓ ପଞ୍ଜାବର ଏକାଧିକ ସ୍ଥାନରେ ଇସଲାମାବାଦ ଆକ୍ରମଣ କରିବା ପରେ ଭାରତର ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ଏଫ୍-୧୬ ବିମାନକୁ ଖସାଇ ଦେଇଥିଲା। ସେପଟେ ଜମ୍ମୁ-କାଶ୍ମୀରର ଉଧମପୁର ଓ ରାଜସ୍ଥାନର ଜୈସଲମେରରେ ମଧ୍ୟ ଡ୍ରୋନ ଆକ୍ରମଣକୁ ବିଫଳ କରାଯାଇଥିବାବେଳେ ଅଖନୁରରେ ଏକ ଡ୍ରୋନକୁ ଖସାଇ ଦିଆଯାଇଛି।
ପୁଞ୍ଚରେ ଦୁଇଟି କାମିକାଜେ ଡ୍ରୋନକୁ ମଧ୍ୟ ଖସାଇ ଦିଆଯାଇଛି।
ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ଏକାସାଙ୍ଗରେ ବିମାନ ବନ୍ଦର ସମେତ ଜମ୍ମୁର ଅନେକ ସ୍ଥାନରେ ଆକ୍ରମଣ କରିଥିଲା। ଗୁରୁବାର ରାତିରେ ଅନ୍ତର୍ଜାତୀୟ ସୀମା ପାର ହୋଇ ଜମ୍ମୁ ଉପରକୁ ରକେଟ୍ ନିକ୍ଷେପ କରାଯାଇଥିଲା।
ଗୋଟିଏ ଡ୍ରୋନ୍ ଜମ୍ମୁ ସିଭିଲ୍ ବିମାନବନ୍ଦରରେ ଧକ୍କା ଦେବାରୁ ଏହାର ଜବାବରେ ଲଢୁଆ ବିମାନଗୁଡ଼ିକ ମୁହାଁମୁହିଁ ହୋଇଥିଲେ। ଭାରତ ନିଜର ଏୟାର ଡିଫେନ୍ସ ସିଷ୍ଟମକୁ ସକ୍ରିୟ କରିଛି, ଯାହା ଆସୁଥିବା ରକେଟକୁ ସଫଳତାର ସହ ଅଟକାଇଛି।
ଜମ୍ମୁ ବିମାନବନ୍ଦର, ସାମ୍ବା, ଆରଏସ ପୁରା, ଅର୍ନିଆ ଏବଂ ଏହାର ଆଖପାଖ ଅଞ୍ଚଳରେ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମଦ୍ୱାରା ୮ଟି ପାକିସ୍ତାନୀ କ୍ଷେପଣାସ୍ତ୍ରକୁ ଅଟକାଇ ଦିଆଯାଇଛି । ଜମ୍ମୁ ବିଶ୍ୱବିଦ୍ୟାଳୟ ନିକଟରେ ୨ଟି ପାକିସ୍ତାନୀ ଡ୍ରୋନ୍ ଖସାଇ ଦିଆଯାଇଛି।
ରାତି ୯ଟା ରେ ଜମ୍ମୁରୁ ବିସ୍ଫୋରଣ ର ଶବ୍ଦ ଶୁଣିବା ପରେ ସାଇରନ୍ ଓ ବ୍ଲାକ୍ ଆଉଟ୍ର ଶବ୍ଦ ଶୁଣିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କ ଦ୍ୱାରା ପଠାଯାଇଥିବା ମୋବାଇଲ୍ ଭିଡିଓରେ ଆକାଶରେ ଆଲୋକ ଝୁଲୁଥିବା ଦେଖିବାକୁ ମିଳିଛି, ଯାହା ଭାରତୀୟ ସଶସ୍ତ୍ର ବାହିନୀର ଏୟାର ଡିଫେନ୍ସ ସିଷ୍ଟମଦ୍ୱାରା କ୍ଷେପଣାସ୍ତ୍ର ଏବଂ ଡ୍ରୋନକୁ ଅଟକାଇବାର ସଙ୍କେତ ଦେଉଛି।
ଏୟାର ଡିଫେନ୍ସ ସିଷ୍ଟମ କାର୍ୟ୍ୟକ୍ଷମ ହେବା ସହ ପ୍ରତି ମିନିଟରେ ଆକାଶ ଆଲୋକିତ ହେଉଛି । ସ୍ଥଳଭାଗରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ସହରର କେତେକ ସ୍ଥାନରେ ମୋବାଇଲ୍ ସେବା ବନ୍ଦ ରହିଛି- ଯାହା କି ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିବା ସ୍ଥାନୀୟ ଲୋକଙ୍କ ପାଇଁ ଏକ ଅତିରିକ୍ତ ପ୍ରତିବନ୍ଧକ।
ଜମ୍ମୁ-କଶ୍ମୀରର ସୀମାନ୍ତ ଅଞ୍ଚଳ ଏବେ ସମ୍ପୂର୍ଣ୍ଣଭାବେ ବ୍ଲାକ୍ ଆଉଟରେ ରହିଛି। ପଞ୍ଜାବର ଫିରୋଜପୁର ଓ ଗୁରୁଦାସପୁର ଏବଂ ପାକିସ୍ତାନ ସୀମାରେ ଥିବା ଅନ୍ୟ ଏକ ରାଜ୍ୟ ରାଜସ୍ଥାନର କିଛି ଅଂଶରେ ମଧ୍ୟ ବ୍ଲାକ୍ ଆଉଟ୍ ଘୋଷଣା କରାଯାଇଛି।
ଲାହୋରରେ ଚୀନ୍ ନିର୍ମିତ କ୍ଷେପଣାସ୍ତ୍ର ଢାଲକୁ ଧ୍ୱଂସ କଲା ଭାରତ; କ’ଣ ପାକ୍ର ଏଚ୍ କ୍ୟୁ -୯, ଏଚ୍ କ୍ୟୁ-୧୬?