କାନ୍ଥରେ ଝୁଲୁଛି କାଳିଆର ଫଟୋ । ମନରେ ଅଜସ୍ର ଭକ୍ତି , ଭଙ୍ଗା କୁଡ଼ିଆଟେ ଭଳି ଦେଖାହେଉଥିଲେ ବି ଏହିଟା ହିଁ ତାଙ୍କ ପାଇଁ ଶ୍ରୀମନ୍ଦିର । ଦିନକୁ ରୋଜଗାର ଅତିବେଶିରେ ୧୦୦ଟଙ୍କା । ପାନ ଦୁଇ ଖଣ୍ଡ ଭାଙ୍ଗି ଆଜି ବି ହସି ହସି ଏହି ଭଙ୍ଗାଘରେ ଜୀବନ ବିତାନ୍ତି ରାଧାଭାଇନା ନା ଆହା କହିବାକୁ କିଏ ଅଛି ନା ସାହା ହେବାକୁ କାହାକୁ ଆଶା ଅଛି । ଯେମିତି ମିଳୁଛି ସେତିକିରେ ଖୁସି ରାଧା ଭାଇନା । ପିଲାଠୁ ବୁଢ଼ାଯାଏ ସମସ୍ତଙ୍କ ପାଇଁ ସେ ରାଧାଭାଇ । ଆଉ ରାଧା ଭାଇ ପାଇଁ ସାହାରା ହେଉଛି ଏହି କେଇ ଖଣ୍ଡ ଡବା ।
ବୟସ ୭୬ ପୁରି ୬ମାସ ଚାଲିଛି ନାଁ ରାଧା ମୋହନ ମିଶ୍ର ଭୁବନେଶ୍ୱର ୟୁନିଟ ୯ରେ ଏହି ଭଙ୍ଗା ଦୋକାନଟିରେ ପାନ ଖାଇ ପାନ ଖୁଆଇ ନିଜ ଜୀବନ ବିତାଉଛନ୍ତି । ଏମିତି ନୁହେଁ କି ୟେଙ୍କୁ କେହିଜାଣିନାହାଁନ୍ତି । ରାଜଧାନୀର ଅନେକ ନାମିଦାମି ଲୋକ ରାଧାଭାଇଙ୍କୁ ବେଶ୍ ଭଲ ଭାବେ ଜାଣିଛନ୍ତି । କିନ୍ତୁ ଦୁଃଖ ଏତିକି ସମସ୍ତେ ଦେଖୁଛନ୍ତିି ମନେ ମନେ ଦୟାଦେଖୋଉଛନ୍ତି କିନ୍ତୁ ବାସ୍ତବରେ କେହି ରାଧାଭାଇନାଙ୍କୁ ସାହାର୍ଯ୍ୟକରିବା ପାଇଁ କୈାଣସି ପ୍ରକାର ସହଯୋଗ କରିନାହାଁନ୍ତି ।
କଥାରେ ଅଛି କର୍ମ ହିଁ ମଣିଷକୁ ମହାନ କରିଥାଏ । ଆଉ ଭଗବାନଙ୍କ ନାମ ହିଁ ମଣିଷକୁ ମୁକ୍ତି ପଥରେ ଅଗ୍ରସର କରାଇଥାଏ । ଆଜି ଆମେ ଏମିତି ଜଣେ ମଣିଷଙ୍କ କଥା କହିବୁ ଯାହାଙ୍କ ଭଦ୍ର ନମ୍ର ସ୍ୱଭାବ ନିଷ୍ଠାପରତା ତାଙ୍କୁ ମହାନ କରିଛି । ତାଙ୍କର ଏଦୁନିଆରେ କେହି ନିଜର ନ ଥାଇ ମଧ୍ୟ ସେ ସମସ୍ତଙ୍କୁ ନିଜର କରିପାରିଛନ୍ତି । ଆମେ କହୁଛୁ ୟୁନିଟ ୯ ଭୁବନେଶ୍ୱର ଭୋଇନଗର ,ଛକର ରାଧାଭାଇନାଙ୍କ କଥା ବୟସର ସୂର୍ଯ୍ୟାସ୍ତରେ ସେ ପହଞ୍ଚିଲେଣି । ତଥାପି ମନରେ ତାଙ୍କର ଉଦଜୀବିତ ରହିଛି ପରଉପକାର ମନୋଭାବ । ଏବେ ବି ସେ ନିଜେ ଦିନରେ ଦୁଇ ପଇସା ରୋଜଗାର କରିବା ପାଇଁ ଛକରେ ଦୋକନ ଖୋଲି ବସିଛନ୍ତି । ଆଉ ଦିନ ତମାନ ଯେଉଁ ୩୦ ରୁ ୪୦ ଟଙ୍କା ରୋଜଗାର ହେଉଛି ସେଥିରେ ସେ ଖୁସି ଅଛନ୍ତି ।
ଥରେ ଦେଖନ୍ତୁ ତାଙ୍କ ଦୋକନକୁ ଦୋକାନରେ ଏତେ ଭଲ ଜିନିଷ ବିକ୍ରି ପାଇଁନଥିଲେ ବି ସେ ତାଙ୍କ କର୍ମ ଜାରି ରଖିଛନ୍ତି । ଆଉ ଭଗବାନଙ୍କ ଉପରେ ଭରସା ରଖିଛନ୍ତି । ଏଦୁନିଆରେ ତାଙ୍କର କେହି ନିଜର ନ ଥିବା ବେଳେ ସେ ପ୍ରଭୁଜଗନ୍ନାଥକୁ ନିଜର ବୋଲି ଭାବିଛନ୍ତି । ସେ ତାଙ୍କ ଜୀବନରୁ ଏତିକି ବୁଝିଛନ୍ତି ଯେ ଭଗବାନ ହିଁ ତାଙ୍କୁ ଏହି ଭବସାଗରରୁ ମୁକ୍ତି ଦେଇପାରିବେ । ତେଣୁ ସେ ତାଙ୍କ ପ୍ୟାକେଟରେ ପ୍ରଭୁ ଜଗନ୍ନାଥ ଫଟୋଟିଏ ରଖିଛନ୍ତି ଆଉ ତାଙ୍କୁ ଦିନ ରାତି ଡାକୁଛନ୍ତି । ଏହି ବୟସରେ ତାଙ୍କ ହାତ ଗୋଡ ଚଳୁନଥିବା ବେଳେ କେହି ଜଣେ ସହୃଦୟ ବ୍ୟକ୍ତି ତାଙ୍କୁ ଜିଜିପି କଲୋନୀରେ ତାଙ୍କ ଘରେ ଆଶ୍ରୟ ଦେଇଛନ୍ତି । ଆଜି କାଲି ଦୁନିଆରେ ଯେଉଁଠି ଲୋକେ ନିଜ କର୍ମ କରିବାକୁ ପଛଘୁଂଚାଦେଉଛନ୍ତି ସେଠାରେ ୭୬ ବର୍ଷର ରାଧାମୋହନ ଘରେ ଏକୁଟିଆ ରହିଲେ କାଳେ ତାଙ୍କ ମାନସିକ ସ୍ଥିତି ଠିକ ରହିବନି ତେଣୁ ସେ ପ୍ରତିଦିନ ନିଜ କାମକୁ ଆପଣାଇଛନ୍ତି ।
ତାଙ୍କୁ ଜାଣିଥିବା ଲୋକ କୁହନ୍ତି ଯେ , ସେ ସସ୍ତଙ୍କର ପରିବାର ସହିତ ଜଡିତ ବୟସ ୭୬ ବର୍ଷରେ ପହଂଚିଲାଣି ହେଲେ ଲୋକେ ଆଜିବି ତାଙ୍କୁ ଭାଇନା ବୋଲି ଡାକୁଛନ୍ତି । ସେ ୫୩ ବର୍ଷରୁ ଉର୍ଦ୍ଧ ଏଠାରେ ବ୍ୟବସାୟ କରୁଛନ୍ତି ତେଣୁ ତାଙ୍କ ନାଁ ଅନୁସାରେ ସେହି ଛକର ନାଁ ରାଧାଭାଇନାଛକ ବୋଲି କୁହାଯାଏ । ଦୋକାନରେ ସେମିତି କିଛି ଜିନିଷ ନଥିଲେ ମଧ୍ୟ ସେ ଦୋକାନ ଚଲାଉଛନ୍ତି । ଆଗରୁ ଯାହା ଯେମିତି ବେପାର ହେଉଥିଲା କିନ୍ତୁ ବୁଢ଼ାକାଳରେ ତାଙ୍କ ଦୋକାନରେ ବହିନି ପଡ଼ିବ କଷ୍ଠକର ହୋଇପଡୁଛି । ଦିନ ତମାମ ରୋଜଗାର ୩୦ରୁ ୫୦ଟଙ୍କା ହେଉଛି । ମୁଣ୍ଡ ଗୁଞ୍ଜିବା ପାଇଁ ଘର ଅଛି ବୋଲି ସେ ଚଳିଯାଉଛନ୍ତି ।
ALSO READ https://purvapaksa.com/abusing-husbands-physical-weakness-can-lead-to-divorce/