Onion juice for Hairfall: ଆଜିର ସମୟରେ କେଶ ଝଡ଼ିବା ଏକ ସାଧାରଣ ସମସ୍ୟା ପାଲଟିଛି । ପୁରୁଷ ହେଉ କି ମହିଳା ସମସ୍ତଙ୍କ ଜୀବନରେ ଏହି ସମସ୍ୟା ଦେଖିବାକୁ ମିଳେ।
ଏଥିପାଇଁ ଅନେକ ଲୋକ ଅନେକ କିଛି ଲଗେଇଥାନ୍ତି । ଅନେକ ଟଙ୍କା ଖର୍ଚ୍ଚ କରି ଟ୍ରିଟମେଣ୍ଟ କରିଥାନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ବ୍ୟସ୍ତ ଜୀବନଶୈଳୀ ଏବଂ ଖାଦ୍ୟରେ ପୁଷ୍ଟିକର ଅଭାବ ଯୋଗୁଁ ଏଭଳି ସମସ୍ୟା ବୃଦ୍ଧି ପାଉଛି । ବଜାରରେ ଅନେକ କସମେଟିକ୍ ଜିନିଷ ଉପଲବ୍ଧ ଯାହାକି କେଶ ଝଡ଼ିବା ଏବଂ କେଶକୁ ପୁନଃ ବଢ଼ିବାର ଦାବି କରେ । ହେଲେ ସେଗୁଡ଼ିକ ଆମ କେଶ ପାଇଁ କ୍ଷତିକାରକ ହୋଇପାରେ ।
କେଶକୁ ସୁସ୍ଥ ରଖିବା ପାଇଁ ପିଆଜ ରସର ବିଶେଷ ପ୍ରୟୋଗ ରହିଛି । କୁହାଯାଏ ଯେ, କେଶ ଝଡ଼ିବା ସ୍ଥାନରେ ପ୍ରତିଦିନ ପିଆଜ ରସ ସହିତ ମାଲିସ କରିବା ଦ୍ୱାରା କେବଳ କେଶ ଝଡ଼ିବା ବନ୍ଦ ହୁଏ ନାହିଁ ବରଂ ନୂଆ କେଶ ମଧ୍ୟ ଆସିଥାଏ । ଏହାସହ ସେଲିବ୍ରିଟି, ସୋସିଆଲ ମିଡ଼ିଆ ଇନଫ୍ଲୁଇନସର୍, ବ୍ଲଗର୍ସଙ୍କ ପ୍ରିୟ ପ୍ରଡ଼କ୍ଟ ପାଲଟିଛି । ଏହାସହ କେଶ ପାଇଁ ପିଆଜ ରସର ବ୍ୟବହାର ଘରେ ଘରେ ବଢ଼ି ଚାଲିଛି । ବାସ୍ତବରେ ପିଆଜ ରସରେ ଅନେକ ସଲଫର୍ ମିଳିଥାଏ । ଯାହା କେଶ ଝଡ଼ିବା ରୋକିଥାଏ । କିନ୍ତୁ ପିଆଜ ରସ ବାସ୍ତବରେ କେଶ ପାଇଁ ଏତେ ପ୍ରଭାବଶାଳୀ କି? ଆସନ୍ତୁ ଜାଣିବା ଏହା ପଛରେ ଥିବା ବିଜ୍ଞାନ …
ଯେତେବେଳେ ଆପଣ ପିଆଜ ରସକୁ କେଶ ଏବଂ ତ୍ୱଚାରେ ଲଗାନ୍ତି, ଏହା ଆପଣଙ୍କ କେଶକୁ ମଜଭୁତ କରିଥାଏ ଏବଂ ଏହାର ମୂଳରୁ ଖସିଯିବାକୁ ରୋକିଥାଏ । ଏହା ବ୍ୟତୀତ ପିଆଜର ଗନ୍ଧକ କେଶକୁ ଭିତରରୁ ମୋଟା କରିବାରେ ସାହାଯ୍ୟ କରିଥାଏ, ଯାହା କେଶର ବୃଦ୍ଧି ଏବଂ ଏହାର ଗଠନକୁ ଉନ୍ନତ କରିଥାଏ । ଏହାକୁ ନିୟମିତ କେଶରେ ଲଗାଇଲେ ରକ୍ତ ସଞ୍ଚାଳନ ଭଲ ହୋଇଯାଏ ।
ଆପଣ ୩୦ ମିନିଟ୍ ପାଇଁ କେଶରେ ପିଆଜ ରସ ଲଗାଇ ପାରିବେ । ଏହା ପରେ କେଶକୁ ପାଣି ଏବଂ ସାମ୍ପୁରେ ଧୋଇ ଦେବେ । ଏହି ରସକୁ କେଶରେ ଅଧିକ ସମୟ ରଖିନ୍ତୁ ନାହିଁ, କାରଣ ଏହା କେଶକୁ ତେଲିଆ କରିପାରେ ଏବଂ କିଛି ଲୋକ ତ୍ୱଚାରେ ଆଲର୍ଜି ମଧ୍ୟ ଅନୁଭବ କରିପାରନ୍ତି । ତେଣୁ, ଏହି ରସକୁ କେଶରେ ଅଧିକ ସମୟ ରଖନ୍ତୁ ନାହିଁ । ସପ୍ତାହରେ ଦୁଇ ଥର ଏହାକୁ ଲଗାନ୍ତୁ ଏବଂ ଫରକ ଦେଖନ୍ତୁ ।
କେଶରେ ହେଉଥିବା ଜୀବାଣୁ ସଂକ୍ରମଣ ଓ ରୁପି କେଶ ବୃଦ୍ଧିକୁ ହ୍ରାସ କରିଥାଏ । ଏହା ସହିତ କେଶକୁ ଶୀଘ୍ର ମଇଳା ମଧ୍ୟ କରିଥାଏ । ଯଦି ଆପଣ କେଶରେ ପିଆଜ ରସ ଲଗାନ୍ତି, ତେବେ ଏହା କୋଲାଜେନର ପରିମାଣକୁ ବଢ଼ାଇଥାଏ । କୋଲାଜେନ୍ ସ୍ତର ବୃଦ୍ଧି ହେବା ଦ୍ୱାରା ସୁସ୍ଥ ଚର୍ମ କୋଷ ଏବଂ କେଶ ବୃଦ୍ଧିରେ ସାହାଯ୍ୟ କରେ । ପିଆଜ ରସ କେଶକୁ ପ୍ରୋଟିନ୍ ଯୋଗାଏ । ଏହା ସହିତ ତ୍ୱଚାରେ ଥିବା ସମସ୍ୟାକୁ ରୋକିଥାଏ । ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ କେଶକୁ ସଫା ରଖିବାରେ ସହାୟକ ହୋଇଥାଏ । କେଶ ବୃଦ୍ଧି ପାଇଁ ପିଆଜ ରସ ଯାଦୁକରୀ ଭାବରେ କାମ କରେ । ଏହାର ନିୟମିତ ବ୍ୟବହାର କାଟାଲେଜ୍ ନାମକ ଏକ ଆଣ୍ଟିଅକ୍ସିଡାଣ୍ଟ ଏନଜାଇମର ସ୍ତରକୁ ବଢ଼ାଇଥାଏ ।
ବିଶେଷଜ୍ଞମାନେ କହିଛନ୍ତି ଯେ, ପିଆଜ ରସ କିଛି ଲୋକଙ୍କ କେଶର ବୃଦ୍ଧିରେ ସାହାଯ୍ୟ କରିଥାଏ । କିନ୍ତୁ ଏହା ସମସ୍ତଙ୍କ ପାଇଁ ଲାଭଦାୟକ ନୁହେଁ । ପିଆଜ ରସ କେଶକୁ ଶୀଘ୍ର ବଢ଼ାଏ ନାହିଁ । ସକରାତ୍ମକ ଫଳାଫଳ ପାଇବା ପାଇଁ ଏହା ଅନେକ ସପ୍ତାହ ନେଇପାରେ, କିନ୍ତୁ ଏହା ହେବା ଜରୁରୀ ନୁହେଁ । କେଶ ସମସ୍ୟା ପାଇଁ ଚର୍ମ ବିଶେଷଜ୍ଞଙ୍କ ସାହାଯ୍ୟ ନେବା ଉଚିତ ।
ALSO READ: https://purvapaksa.com/health-benefits-of-coconut-water/