କଂଗ୍ରେସର ପୂର୍ବତନ ସାଂସଦ ତଥା କେନ୍ଦ୍ର ବୈଦେଶିକମନ୍ତ୍ରୀ କେ ନଟବର ସିଂହ ରାଜନୀତିକ ମହଲରେ ଖୁବ୍ ଜଣାଶୁଣା। ସେ ୨୦୧୪ରେ ତାଙ୍କ ଆତ୍ମଜୀବନୀ ପ୍ରକାଶ କରିଛନ୍ତି। ଏହାର ଶୀର୍ଷକ ରହିଛି ଓ୍ୱାନ୍ ଲାଇଫ୍ ଇଜ୍ ନଟ୍ ଏନଫ୍, ଯାହାର ଅର୍ଥ ହେଲା ଗୋଟିଏ ଜୀବନ ଯଥେଷ୍ଟ ନୁହେଁ। ନଟବର ସିଂହଙ୍କ ଆତ୍ମଜୀବନୀ ଧାରାରେ ଆମର ରାଜନେତାମାନେ ଏବେ କହୁଛନ୍ତି ଜୀବନକୁ ଉପଭୋଗ କରିବା ପାଇଁ ଓ୍ୱାନ୍ ଓ୍ୱାଇଫ୍ ଇଜ୍ ନଟ୍ ଏନଫ୍। ଚଳଚ୍ଚିତ୍ରର ଅଭିନେତା ଓ ଅଭିନେତ୍ରୀମାନେ ଯେପରି ଜୀବନ ସଙ୍ଗୀ ପରିବର୍ତ୍ତନ କରୁଛନ୍ତି ଆମର ରାଜନେତାମାନେ ମଧ୍ୟ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ବହୁ ବିବାହ ସଂସ୍କୃତିକୁ ଆପଣାଇବାରେ ଲାଗିଛନ୍ତି। ଏହି ବହୁବିବାହ କରିଥିବା ନେତାମାନେ ପ୍ରାୟ ସମସ୍ତ ରାଜନୈତିକ ଦଳରେ ରହିଛନ୍ତି।
ପୁରୀର ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କର ଆଉଥରେ ବାହାଘର ହୋଇଛି। ୬୬ ବର୍ଷ ବୟସରେ ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ସାଂସଦ ମହୂଆ ମଇତ୍ରଙ୍କୁ ବିବାହ କରିଛନ୍ତି ପିନାକୀ। ମହୂଆଙ୍କର ଏହା ତୃତୀୟ ସମ୍ପର୍କ ଏବଂ ଦ୍ୱିତୀୟ ବାହାଘର। କେବଳ ପିନାକୀ-ମହୂଆ ନୁହଁନ୍ତି ଦେଶର ଏମିତି ଅନେକ ହାଇପ୍ରୋଫାଇଲ୍ ନେତା, ସେଲିବ୍ରିଟି ଅଛନ୍ତି ଯେଉଁମାନେ ନିଜର ପ୍ରଥମ ବିବାହରେ କେବେ ସନ୍ତୁଷ୍ଟ ରହିପାରିନାହାନ୍ତି। ଫଳରେ ପ୍ରଥମଙ୍କୁ ଏକ୍ସ କରି ଜଣେ ଦୁଇଜଣ କେହି କେହି ଏହାଠୁ ଅଧିକ ବିବାହ ମଧ୍ୟ କରିଛନ୍ତି। ବିଶିଷ୍ଟ ଆଇନଜୀବୀ ରାମ ଜେଠମାଲାନୀ, କପିଲ ସିବ୍ବଲ, ରାଜନେତା ଶଶି ଥରୁର, ମନୋଜ ତିଓ୍ୱାରୀ, ଦିଗବିଜୟ ସିଂହଙ୍କ ନାଁ ଏଠାରେ ଉଲ୍ଲେଖଯୋଗ୍ୟ। ଏହାଙ୍କ ପୂର୍ବରୁ ବି ଅନେକ ନାଁ ରହିଛି। ସିନେମା ଇଣ୍ଡଷ୍ଟ୍ରୀରେ ତ ଏହା ଏକ ସାଧାରଣ କଥାରେ ପରିଣତ ହେଲାଣି।
ଅଭିନେତାରୁ ରାଜନେତା ହୋଇଥିବା, ଭାରତୀୟ ଜନତା ପାର୍ଟି ସାଂସଦ ବିନୋଦ ଖାନ୍ନା ଦୁଇଟି ବିବାହ କରିଛନ୍ତି। ପ୍ରଥମ ପତ୍ନୀ ଗୀତାଞ୍ଜଳିଙ୍କୁ ୧୯୭୧ରେ ବିବାହ କରି ୧୯୮୫ରେ ଛାଡ଼ପତ୍ର ଦେଇଥିଲ। ତାଙ୍କ ଦ୍ୱିତୀୟ ପତ୍ନୀ କବିତାଙ୍କୁ ୧୯୯୦ରେ ବିବାହ କରିଥିଲେ।
ବିଶିଷ୍ଟ ଆଇନଜୀବୀ ତଥା ଭାରତୀୟ ଜନତା ପାର୍ଟି ସାଂସଦ ଓ କେନ୍ଦ୍ରମନ୍ତ୍ରୀ ରାମ ଜେଠମାଲାନୀଙ୍କ ପ୍ରଥମ ପତ୍ନୀଙ୍କ ନାମ ଦୁର୍ଗା ଜେଠମାଲାନୀ ଓ ଦ୍ୱିତୀୟ ପତ୍ନୀଙ୍କ ନାମ ରତ୍ନା ଜେଠମାଲାନୀ।
ସେହିପରି ଅନ୍ୟତମ ବିଶିଷ୍ଟ ଆଇନଜୀବୀ ଭାରତୀୟ ଜାତୀୟ କଂଗ୍ରେସ ସାଂସଦ ଓ କେନ୍ଦ୍ରମନ୍ତ୍ରୀ କପିଲ ସିବଲ ଦୁଇଟି ବିବାହ କରିଥିଲେ। ପ୍ରଥମ ପତ୍ନୀଙ୍କ ନାମ ନୀନା ସିବଲ ଓ ଦ୍ଵିତୀୟ ପତ୍ନୀଙ୍କ ନାମ ପ୍ରୋମିଲା ସିବଲ।
ଭାରତୀୟ ଜାତୀୟ କଂଗ୍ରେସ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଶଶି ଥରୁର ୩ଟି ବିବାହ କରିଛନ୍ତି। କିନ୍ତୁ ଏବେ ତାଙ୍କ ପାଖରେ କୌଣସି ପତ୍ନୀ ନାହାନ୍ତି। ତାଙ୍କ ପ୍ରଥମ ପତ୍ନୀଙ୍କ ତିଲୋତ୍ତମା ମୁଖାର୍ଜୀ। ଦ୍ୱିତୀୟ ପତ୍ନୀ କ୍ରିଷ୍ଟା ଗାଇଲ୍ସ। ତୃତୀୟ ପତ୍ନୀ ସୁନନ୍ଦା ପୁଷ୍କର ଯିଏକି ୨୦୧୪ରେ ମୃତ୍ୟୁବରଣ କରିଛନ୍ତି।
ଭାରତୀୟ ଜନତା ପାର୍ଟି ସାଂସଦ, ଭୋଜପୁରୀ ଅଭିନେତା ମନୋଜ ତିୱାରୀ ଦୁଇଟି ବିବାହ କରିଛନ୍ତି। ପ୍ରଥମ ପତ୍ନୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳୁନଥିବାବେଳେ ତାଙ୍କ ଦ୍ୱିତୀୟ ପତ୍ନୀ ହେଉଛନ୍ତି ସୁରଭି ତିୱାରୀ। ମନୋଜ ତାଙ୍କୁ ୨୦୨୦ରେ ବିବାହ କରିଛନ୍ତି।
ଲୋକ ଜନଶକ୍ତି ପାର୍ଟି ନେତା ରାମ ବିଳାସ ପାସୱାନ ଦୁଇଥର ବିବାହ କରିଥିଲେ। ତାଙ୍କ ପ୍ରଥମ ପତ୍ନୀ ରାଜକୁମାରୀ ଦେବୀଙ୍କୁ ସେ ୧୯୬୦ ଦଶକରେ ବିବାହ କରିଥିଲେ। ଦ୍ୱିତୀୟ ପତ୍ନୀ ରୀନା ଶର୍ମାଙ୍କୁ ୧୯୮୨ରେ ବିବାହ କରିଥିଲେ।
ଭାରତୀୟ ଜାତୀୟ କଂଗ୍ରେସ ନେତା ସାଂସଦ କେନ୍ଦ୍ରମନ୍ତ୍ରୀ ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଥିବା ଦିଗବିଜୟ ସିଂହ ଦୁଇଟି ବିବାହ କରିଛନ୍ତି। ତାଙ୍କ ପ୍ରଥମ ପତ୍ନୀଙ୍କ ସମ୍ପର୍କରେ କୌଣସି ସୂଚନା ନ ଥିବାବେଳେ ଦ୍ଵିତୀୟ ପତ୍ନୀ ଟିଭି ଆଙ୍କର ଅମୃତା ରାୟଙ୍କୁ ବିବାହ କରିଥିଲେ।
ତୃଣମୂଳ କଂଗ୍ରେସ ମହୂଆ ମଇତ୍ରା ପ୍ରଥମ ସ୍ୱାମୀ ଲାର୍ସ ବ୍ରୋରସନ ଛାଡ଼ପତ୍ର ଦେବା ପରେ ସେ ଜୟ ଅନନ୍ତ ଦେହଦ୍ରାଇଙ୍କ ସହିତ ଲିଭ୍ ଇନ୍ ରିଲେସନସିପରେ ଥିଲେ। ଗତ ମଇ ମାସରେ ସେ ବିଜେଡିର ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କୁ ଜର୍ମାନୀରେ ଦ୍ୱିତୀୟ ଥର ପାଇଁ ବିବାହ କରିଛନ୍ତି। ପିନାକୀଙ୍କର ଏହା ମଧ୍ୟ ପିନାକୀଙ୍କର ଦ୍ୱିତୀୟ ବିବାହ। ତାଙ୍କ ପ୍ରଥମ ପତ୍ନୀଙ୍କ ନାମ ସଙ୍ଗୀତା ମିଶ୍ର।
ମକ୍କଲ ନିଧି ମାଇୟମ ନେତା ତଥା ଅଭିନେତା କମଲ ହାସନ ଦୁଇଥା ବିବାହ କରିଥିବାବେଳେ ଜଣଙ୍କ ସହିତ ୧୨ ବର୍ଷ ଧରି ଲିଭ୍-ଇନ୍ ରିଲେସନସିପରେ ଥିଲେ। ତାଙ୍କ ପ୍ରଥମ ପତ୍ନୀଙ୍କ ନାମ ଭାନୀ ଗଣପତି, ଦ୍ୱିତୀୟ ପତ୍ନ ସାରିକା। ତୃତୀୟ ସାଥୀ ଗୌତମୀ ତାଡିମଲ୍ଲାଙ୍କ ସହ ଲିଭ୍-ଇନ୍ ରିଲେସନସିପରେ ୨୦୦୪-୨୦୧୬ ପର୍ଯ୍ୟନ୍ତ ଥିଲେ ବୋଲି ଚର୍ଚ୍ଚା ହୁଏ।
ବିଜେପି ସାଂସଦ କିରଣ ଖେର ଦୁଇଟି ବିବାହ କରିଛନ୍ତି। ପ୍ରଥମ ସ୍ୱାମୀଙ୍କ ନାମ ଗୌତମ ବେରୀ ଓ ଦ୍ଵିତୀୟ ସ୍ୱାମୀଙ୍କ ଅନୁପମ ଖେର। ଏଥିରୁ ଜଣାପଡ଼ୁଛି ଯେ କେବଳ ପୁରୁଷ ନେତା ନୁହନ୍ତି ମହିଳା ନେତମାନେ ମଧ୍ୟ ବହୁ ବିବାହରେ ବିଶ୍ୱାସ ରଖୁଛନ୍ତି।
ଇଏତ ଗଲା କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କ କଥା। ଏବେ ଆସନ୍ତୁ ଆଲୋଚନା କରିବା ମୁଖ୍ୟମନ୍ତ୍ରୀମାନଙ୍କର ବହୁ ବିବାହ କାହାଣୀ।
ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଥିବା ନାରାୟଣ ଦତ୍ତ ତିୱାରୀ ଦୁଇଟି ବିବାହ କରିଥିଲେ। ତାଙ୍କ ପ୍ରଥମ ପତ୍ନୀଙ୍କ ନାମ ସୁଶୀଳା ତିୱାରୀ ଓ ଦ୍ୱିତୀୟ ପତ୍ନୀଙ୍କ ନାମ ଉଜ୍ୱଳା ତିୱାରୀ। ଉଜ୍ୱଳାଙ୍କ ସହିତ ତାଙ୍କର ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ଥିଲା। ପରେ ବିବାଦ ହେବାରୁ ସେ ତାଙ୍କୁ ୮୮ ବର୍ଷ ବୟସରେ ବିବାହ କରିଥିଲେ। ଏପରିକି ଏନଡି ତିୱାରୀ ଯେତେବେଳେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଥିଲେ ସେକ୍ସ ସ୍କାଣ୍ଡାଲକୁ ନେଇ ବଦନାମ୍ ହୋଇଥିଲେ।
ଉତ୍ତରପ୍ରଦେଶର ଅନ୍ୟତମ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ନେତା ମୁଲାୟମ ସିଂହ ଯାଦବ ମଧ୍ୟ ଦୁଇଟି ବିବାହ କରିଥିଲେ। ପ୍ରଥମ ପତ୍ନୀଙ୍କ ନାମ ମାଳତୀ ଦେବୀ ହୋଇଥିବାବେଳେ ଦ୍ୱିତୀୟ ପତ୍ନୀଙ୍କ ନାମ ସାଧନା ଗୁପ୍ତା।
ଅଭିନେତାରୁ ରାଜନେତା ହୋଇଥିବା ତେଲୁଗୁ ଦେଶମ ପାର୍ଟିର ମୁଖିଆ ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଟି. ରାମା ରାଓଙ୍କ ପ୍ରଥମ ପତ୍ନୀଙ୍କ ନାମ ବାସବତାରକମ ନନ୍ଦମୁରୀ। ଦ୍ୱିତୀୟ ପତ୍ନୀ ହେଉଛନ୍ତି ଲକ୍ଷ୍ମୀ ପାର୍ବତୀ।
ଡିଏମକେ ମୁଖ୍ୟ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କରୁଣାନିଧିଙ୍କର ତିନି ଜଣ ପତ୍ନୀଥିଲେ। ପ୍ରଥମ ପତ୍ନୀଙ୍କ ନାମ ପଦ୍ମାବତୀ, ଦ୍ୱୀତିୟ ପତ୍ନୀଙ୍କ ନାମ ଦୟାଲୁ ଆମ୍ମାଲ, ତୃତୀୟ ପତ୍ନୀଙ୍କ ନାମ ରାଜଥିୟାମ୍ମାଲ।
ଆମ ଆଦମୀ ପାର୍ଟି ନେତା ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଦୁଇଟି ବିବାହ କରିଛନ୍ତି। ପ୍ରଥମ ପତ୍ନୀ ଇନ୍ଦରପ୍ରୀତି କୌର ହୋଇଥିବାବେଳେ ଦ୍ୱିତୀୟ ପତ୍ନୀ ଡକ୍ଟର ଗୁରପ୍ରୀତ କୌର।
କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚ୍.ଡି. କୁମାରସ୍ୱାମୀ ଦୁଇଟି ବିବାହ କରିଛନ୍ତି। ତାଙ୍କ ପ୍ରତମ ପତ୍ନୀଙ୍କ ନାମ ଅନିତା କୁମାରସ୍ୱାମୀ ହୋଇଥିବାବେଳେ ଦ୍ୱୀତିୟ ପତ୍ନୀଙ୍କ ନାମ ରାଧିକା। ରାଧିକା ମଧ୍ୟ ତିନିଥର ବିବାହ କରିଛନ୍ତି।
ଏ ତ ଗଲା ଜାତୀୟ ସ୍ତରର ରାଜନେତାଙ୍କ କଥା ଆମ ରାଜ୍ୟର ମଧ୍ୟ ଅନେକ ମନ୍ତ୍ରୀ ଓ ବିଧାୟକ ବହୁ ବିବାହ କରିଛନ୍ତି।
Also readhttps://purvapaksa.com/odisha-restricts-procurement-from-these-countries/
1 Comment
ରାହୁଲ କଣ ଭାବୁଛନ୍ତି ତାହା କହିପାରୁନାହାନ୍ତି ।ଯାହା କହୁଛନ୍ତି ତାହା କରିପାରୁନାହାନ୍ତି । So his Thought, Expression & Action not matching each other. It seems to me HE IS A FULL MAD POLTICIAN.😁