ଗତ ଆର୍ଥିକ ବର୍ଷରେ ଓମ୍ଫେଡ୍ ସର୍ବକାଳୀନ ରେକର୍ଡ ପରିମାଣର କାରବାର କରିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ୮୫୫କୋଟି ଟଙ୍କାର କାରବାର କରିଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ସମସ୍ତ ରେକର୍ଡକୁ ଭାଙ୍ଗି ୧୦୨୮ କୋଟି ଟଙ୍କାର କାରବାର କରିଛି। ଅର୍ଥାତ୍ ୧୭୩କୋଟି ଟଙ୍କାର ଅଧିକ କାରବାର କରିଥିବା ଓମ୍ଫେଡ୍ର ସାଧାରଣ ପରିଚାଳକ ସୂଚନା ଦେଇଛନ୍ତି।
ଚଳିତବର୍ଷ ଏହି କାରବାର ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗୋ, ମଇଁଷି ଓ ମାଈ ବାଛୁରୀ ପାଳନକୁ ପ୍ରୋତ୍ସାହନ ଦ୍ବାରା ଏହା ସମ୍ଭବ ହୋଇପାରିଛି। ଗତ ଜୁନ୍ ୧ରୁ ଦୁଗ୍ଧଚାଷୀଙ୍କୁ ଲିଟର ପିଛା ୩ ଟଙ୍କା ପ୍ରଦାନ କରିବା ପରେ ଚାଷୀମାନେ ଓମଫେଡ୍କୁ ଅଧିକ ଦେବା ଆରମ୍ଭ କରିଦେଇଛନ୍ତି । ଏବେ ଦୈନିକ ହାରାହାରି ୬ଲକ୍ଷ ଲିଟରରୁ ଅଧିକ ଦୁଗ୍ଧ ସଂଗ୍ରହ ଦୈନିକ ହାରାହାରି ୫ଲକ୍ଷ ୯୦ ହଜାର ଲିଟର ଦୁଗ୍ଧ ସଂଗ୍ରହ ହେଉଥିଲା।
ସେହିପରି ରାଜ୍ୟରେ ଦୁଗ୍ଧ ଉତ୍ପାଦନକୁ ଆଗାମୀ ୫ ବର୍ଷରେ ହିଗୁଣିତ କରିବାର ଲକ୍ଷ୍ୟ ନେଇ ମିଶନ ମୋଡ୍ରେ ଦିନକୁ ହାରାହାରି ୬ ଲକ୍ଷ ଲିଟର ଦୁଗ୍ଧ ସଂଗ୍ରହ କାର୍ଯ୍ୟକାରୀ ହେଉଛି କାମଧେନୁ ଯୋଜନା। ବର୍ତ୍ତମାନ ସୁଦ୍ଧା ସମଗ୍ର ରାଜ୍ୟରେ ୩ଲକ୍ଷ ଗୋପାଳକଙ୍କୁ ୭୧କୋଟିରୁ ଅଧିକ ଟଙ୍କାର ଅର୍ଥିକ ସହାୟତା ପ୍ରଦାନ କରାଯାଇଛି।
ଅନ୍ୟପକ୍ଷରେ, ଅରିଲୋସ୍ଥିତ ଓମଫେଡ୍ ଡାଏରୀରେ ପୂର୍ବରୁ ଆଇଓସିଏଲଠାରୁ ଏଲପିଜି ଗ୍ୟାସ୍ ସିଲିଣ୍ଡର୍ ଆସି ବ୍ୟବହାର ହେଉଥିଲା। ମାତ୍ର ଗତବର୍ଷଠାରୁ ଗେଲ୍ ଦୁଗ୍ଧ ଇଣ୍ଡିଆ ଲିମିଟେଡଠାରୁ ପାଇପ୍ ଯୋଗେ ପ୍ରାକୃତିକ ଗ୍ୟାସ ବ୍ୟବହାର କରାଯାଉଛି। ଏହାଦ୍ବାରା ମାସକୁ ୩୦ଲକ୍ଷରୁ ଅଧିକ ଟଙ୍କା ସଞ୍ଚୟ କରାଯାଇପାରୁଛି।
ହେଉଛି।
Also Readhttps://purvapaksa.com/13-districts-likely-to-witness-heavy-rainfall/
