Weather Report: ବଦଳିଲା ପାଗ । କଲବଲ କରୁଛି ତାତି । ଗରମରେ ଅସ୍ତବ୍ୟସ୍ତ ହେବେ ରାଜ୍ୟବାସୀ ।
ବର୍ଷା ପରେ ପୁଣି ବଢ଼ିଲା ତାତି । ଟାଣ ଖରାରେ ଅସ୍ତବ୍ୟସ୍ତ ହେଉଛନ୍ତି ରାଜ୍ୟବାସୀ । ଫେବୃଆରି ମାସ ନ ସରୁଣୁ ତାଣ୍ଡବ କରୁଛି ଖରା । ଆସନ୍ତା ୩ ଦିନ ପରେ ୨ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହାକୁ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି ।
କିଛି ଦିନ ହେବ ରାଜ୍ୟରେ ବର୍ଷା ଯୋଗୁଁ ତାତି କମ ରହିଥିଲା । ଏବେ ବର୍ଷାର ସତର୍କତା ହଟିବା ପରେ ସ୍ୱାଭାବିକ ହୋଇଛି ପାଗ । ଆଗକୁ ବୃଦ୍ଧି ହେବ ତାପମାତ୍ରା । ପୁଣି ଅନୁଭବ ହେବ ଅସମ୍ଭାଳ ତାତି । ସାଧାରଣତଃ ଫେବୃଆରି ମାସରେ ମଧ୍ୟ ଶୀତ ପ୍ରକୋପ ରହିଥାଏ । ତେବେ ଚଳିତ ବର୍ଷ ଏହି ଧାରାରେ ବିରାମ ଲାଗିଛି। ଶୀତ ଉଭାନ ହୋଇଯାଇଥିବା ବେଳେ ଫେବୃଆରି ଆରମ୍ଭରୁ ତାପମାତ୍ରା ବୃଦ୍ଧି ପାଇଛି । ରାଜ୍ୟରେ ୪ ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବା ବେଳେ ବୁଧବାର ଜାଗରରେ ପାଗ ସ୍ୱାଭାବିକ ରହିବା ନେଇ ଆକଳନ କରାଯାଇଛି ।
ALSO READ: https://purvapaksa.com/man-slaps-wife-to-death-for-not-cooking-chicken-for-dinner-in-dhenkanal/