PMIS: କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ସହଯୋଗରେ ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ସ୍କିମ୍ (PMIS) ୨୦୨୫କୁ ଉନ୍ମୋଚନ କରିଛନ୍ତି, ଯାହାକି ବେକାର ସ୍ନାତକମାନଙ୍କ କ୍ୟାରିୟରର ଆଶା ବଦଳାଇବାରେ ଲକ୍ଷ୍ୟ ରହିଛି।
କେନ୍ଦ୍ର ବଜେଟ୍ ୨୦୨୪-୨୫ରେ ଘୋଷିତ ହୋଇ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ବର୍ତ୍ତମାନ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକୁ ସ୍ନାତକୋତ୍ତରମାନଙ୍କୁ ଏହି ଯୋଜନାରେ ନାମ ଲେଖାଇବା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ସ୍କିମ୍ (PMIS) କ’ଣ?
ପିଏମ ଇଣ୍ଟର୍ନସିପ୍ ସ୍କିମ୍ ଭାରତର ଶ୍ରେଷ୍ଠ ୫୦୦ କମ୍ପାନୀରେ ୧୨ ମାସର ଇଣ୍ଟର୍ନସିପ୍ ପ୍ରଦାନ କରେ, ଯାହା ଏକାଡେମିକ୍ ଶିକ୍ଷା ଏବଂ ବଜାର ଚାହିଦା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ସହିତ ଯୁବକମାନଙ୍କୁ ଶିଳ୍ପ ଅଭିଜ୍ଞତା ହାସଲ କରିବାକୁ ସକ୍ଷମ କରିଥାଏ l
ଦେଶର ଯୁବକଙ୍କ ଭବିଷ୍ୟତରେ ଉନ୍ନତି ଆଣିବା ପାଇଁ ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ଏଥିପାଇଁ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି l ତେବେ ଇଣ୍ଟର୍ନସିପ୍ କରୁଥିବା ଯୁବକମାନେ ମାସକୁ ୫ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇଦେବେ ସାରାର l ଏହା ବ୍ୟତୀତ ଇଣ୍ଟର୍ନସିପ୍ ଆରମ୍ଭରେ ଅଗ୍ରୀମ ୬ ହଜାର ଟଙ୍କା ଦେବେ ସରକାର l ତେବେ ନୂଆକରି କ୍ୟାରିୟର ଆରମ୍ଭ କରୁଥିବା ଯୁବକମାନଙ୍କ ପାଇଁ ଏହି ଯୋଜନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l ଏହି ଯୋଜନା ମାଧ୍ୟମରେ ଆସନ୍ତା ୫ ବର୍ଷରେ ଏକ କୋଟି ଯୁବକଙ୍କୁ ଦକ୍ଷତା ତାଲିମ ପ୍ରଦାନ କରାଯିବ l ଏଥିପାଇଁ ମନ୍ତ୍ରଣାଳୟ ଏକ ପୋର୍ଟାଲ ଲଞ୍ଚ କରିଛି। ପ୍ରାର୍ଥୀମାନେ ପିଏମ ଇଣ୍ଟର୍ନସିପ୍ ସ୍କିମ୍ର ଅଫିସିଆଲ୍ ୱେବସାଇଟ୍ pminternship.mca.gov.in ମାଧ୍ୟମରେ ଅନ୍ଲାଇନ୍ରେ ଆବେଦନ କରିପାରିବେ।
ଯେଉଁମାନେ IIT, IIM, IISER, NID, IIIT, NLU ଭଳି ଶ୍ରେଷ୍ଠ ପ୍ରତିଷ୍ଠାନରୁ ସ୍ନାତକ ହାସଲ କରିଥିବା ଯୁବକମାନେ ଏହି ଯୋଜନାରେ ଆବେଦନ କରିପାରିବେ ନାହିଁ । ସିଏ, ସିଏମଏ, ସିଏସ, ଏମବିବିଏସ, ବିଡିଏସ, ଏମବିଏ, ମାଷ୍ଟର ଡିଗ୍ରୀ କିମ୍ବା ଉଚ୍ଚଶିକ୍ଷା ପାଇଥିବା ଯୁବକମାନେ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ ନାହିଁ । ସରକାରୀ ଯୋଜନାରେ ଦକ୍ଷତା ତାଲିମ ନେଉଥିବା ଯୁବକମାନେ ମଧ୍ୟ ଏହି ଯୋଜନାର ଲାଭ ପାଇପାରିବେ ନାହିଁ । ଏହାସହ ଯେଉଁ ପ୍ରାର୍ଥୀଙ୍କ ପରିବାରର ବାର୍ଷିକ ଆୟ ୮ ଲକ୍ଷ ଟଙ୍କାରୁ ଅଧିକ ସେମାନେ ଏହି ଯୋଜନାର ଲାଭ ପାଇପାରିବେ ନାହିଁ ।
ଏହି ଯୋଜନା ଅଧୀନରେ, ମନୋନୀତ ପ୍ରାର୍ଥୀମାନଙ୍କୁ ପ୍ରତି ମାସରେ ୫,୦୦୦ ଟଙ୍କା ମିଳିବ । ଯାହା ମଧ୍ୟରୁ୪,୫୦୦ ଟଙ୍କା କେନ୍ଦ୍ର ସରକାର ଏବଂ ୫୦୦ ଟଙ୍କା CSR ପାଣ୍ଠିରୁ ଯୋଗାଇ ଦିଆଯିବ।
ALSO READ: https://purvapaksa.com/over-2-lakh-subhadra-beneficiaries-to-get-5th-phase-money-today/