ଓଡ଼ିଶାରେ ବିବାହ ପର୍ଯ୍ୟଟନ (ୱେଡିଂ ଟୁରିଜିମ) କ୍ଷେତ୍ର ବିକାଶ ପାଇଁ ଦ୍ୱାର ଉନ୍ମୁକ୍ତ
ବିଶ୍ୱ ଦରବାରରେ ଓଡ଼ିଶା ପର୍ଯ୍ୟଟନକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଲଣ୍ଡନ ଏକ୍ସେଲ ସେଣ୍ଟରରେ ଅନୁଷ୍ଠିତ ୱାର୍ଲïଡ ଟୁରିଜିମ ମାର୍କେଟ(ଡବ୍ଲଟିଏମ)- ୨୦୨୪ରେ ଓଡ଼ିଶା ପାଭିଲିୟନକୁ ଉଦ୍ଘାଟନ କରିଛନ୍ତି । ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ୟୁନାଇଟେଡ କିଙ୍ଗଡମ୍ର ଭାରତୀୟ ହାଇ-କମିଶନର ବିକ୍ରମ ଦୋରାଇସ୍ୱାମୀଙ୍କ ସହ ତେଲେଙ୍ଗନା ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଜୁପଲି କ୍ରୀଷ୍ଣା ରାଓ ଓ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟର ମହାନିର୍ଦ୍ଦେଶିକା ମୁଗ୍ଧା ସିହ୍ନା ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀମତୀ ପରିଡାଙ୍କୁ ସମ୍ମାନିତ କରାଯାଇଥିଲା । ଏହା ସହ ଶ୍ରୀମତୀ ପରିଡା ଅନ୍ୟ ପ୍ରତିଷ୍ଠିତ ରାଜ୍ୟର ପର୍ଯ୍ୟଟନ ପାଭିଲିୟନକୁ ମଧ୍ୟ ପରିଦର୍ଶନ କରିଥିଲେ ।
ଓଡ଼ିଶା ପର୍ଯ୍ୟଟନର ବିକାଶ ନିମନ୍ତେ ଶ୍ରୀମତୀ ପରିଡାଙ୍କ ନେତୃତ୍ୱରେ ଲଣ୍ଡନ ଗସ୍ତ କରିଥିବା ଉଚ୍ଚସ୍ତରୀୟ ପ୍ରତିନିଧିବୃନ୍ଦ ୟୁକେସ୍ଥିତ ପ୍ରମୁଖ ନିବେଶକ, ଅଂଶୀଦାର ଓ ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରିଥିଲେ । ଏହି ବୈଠକରେ ପ୍ରତିନିଧିବୃନ୍ଦ ଇନ୍ଦସ୍ ଏକ୍ସପେରିଏନ୍ସର ନିର୍ଦ୍ଦେଶକ ମିଷ୍ଟର ୟାଶୀନ ଜାରଗରଙ୍କ ସହ ୟୁକେ ମାର୍କେଟରେ ଓଡ଼ିଶା ପର୍ଯ୍ୟଟନର ବିକାଶକୁ ପ୍ରୋତ୍ସାହିତ କରିବା ବିଷୟରେ ଆଲୋଚନା କରାଯାଇଥିଲା । ଏହା ସହ ସିଗ୍ନେଚର ହସ୍ପିଟାଲିଟି ଗ୍ରୁପର ପ୍ରତିଷ୍ଠାତା ଓ ସିଇଓ ରମେଶ ଅରୋରାଙ୍କ ସହ ଓ ପିଆଇଓ ଚାମ୍ବର ଅଫ କମର୍ସ୍ ଆଣ୍ଡ ଇଣ୍ଡଷ୍ଟ୍ରୀ(ପିଆଇଓସିସିଆଇ)ର ସେକ୍ରେଟାରୀ ଓ ଇଣ୍ଟରନେସନାଲ କୋଡିନେଟର ତଥା ପିଆଇଓ ଟିଭିର ଚେୟାରମ୍ୟାନ, ମ୍ୟାନେଜିଂ ଡାଇରେକ୍ଟର ମନୀଷ ଗୁପ୍ତାଙ୍କ ସହ ମଧ୍ୟ ପ୍ରତିନିଧିବୃନ୍ଦ ଆଲୋଚନା କରିଥିଲେ । ଆଲୋଚନାରେ ବିଶେଷ କରି ପର୍ଯ୍ୟଟନ ବିଭାଗର ପୁନଃବିକାଶ ଓ ବିଭାଗ ଅଧିନସ୍ଥ ସମ୍ପତ୍ତି ପାଇଁ ପୁଞ୍ଜିନିବେଶ, ୟୁରୋପିୟାନ ବଜାରରେ ଓଡ଼ିଶାର ପର୍ଯ୍ୟଟନର ଲୋକାଦୃତି ବୃଦ୍ଧି ଓ ଆତିଥ୍ୟ କ୍ଷେତ୍ରରେ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ଲଣ୍ଡନର ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ସ୍କାଏ ନ୍ୟୁଜ ଏବଂ ଏନ୍ବିସି ଚ୍ୟାନେଲ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କ ସାକ୍ଷାତକାର ମଧ୍ୟ ନେଇଥିଲେ । ଏହି ସାକ୍ଷାତକାରରେ ଶ୍ରୀମତୀ ପରିଡା ଓଡ଼ିଶାରେ ପର୍ଯ୍ୟଟନର ଅପାର ସମ୍ଭାବନା ଓ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ନୀତି ବିଷୟରେ ତଥ୍ୟ ରଖିଥିଲେ । ଓଡ଼ିଶାର ସାଂସ୍କୃତିକ ଐତିହ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସମୃଦ୍ଧ ପରମ୍ପରା ସମସ୍ତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ୟୁକେ ଓ ୟୁରୋପିଆନ ପର୍ଯ୍ୟଟନର ଅଂଶୀଦାର ଓ ନିବେଶକମାନଙ୍କୁ ଓଡ଼ିଶା ପର୍ଯ୍ୟଟନରେ ପୁଞ୍ଜିନିବେଶ କରିବା ପାଇଁ ଆମେ ଆଶାବାଦୀ ଅଛୁ । ଓଡ଼ିଶାର ସଂସ୍କୃତିକୁ ପ୍ରୋତ୍ସାହିତ କରି ଓଡ଼ିଶା ସହ ଆଉଥରେ ଯୋଡିହବା ପାଇଁ ଜାନୁଆରି ୮-୧୦ରେ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବା ପାଇଁ ଶ୍ରୀମତୀ ପରିଡା ୟୁକେରେ ଅବସ୍ଥିତ ପ୍ରବାସୀ ଓଡିଆମାନଙ୍କୁ ନିମନ୍ତ୍ରଣ କରିଛନ୍ତି ।
ଓଡ଼ିଶାର ପ୍ରତିନିଧିବୃନ୍ଦ ଏସ୍ଆଇଟିଏ, ଇଣ୍ଡିଆର ମ୍ୟାନେଜିଂ ଡାଇରେକ୍ଟର ଓ ଫିକି ଟୁରିଜିମ ସବ-କମିଟିର ଅଧ୍ୟକ୍ଷ ଦୀପକ ଦେଭାଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ଏହା ସହ ପ୍ରତିନିଧିବୃନ୍ଦ ପ୍ରମୁଖ ବିବାହ ପର୍ଯ୍ୟଟନ ଶିଳ୍ପ ୱେଡିଂଲାଇନ ଇଭେଣ୍ଟସ୍ ଆଣ୍ଡ ହସ୍ପିଟାଲିଟିର ଏମ୍ଡ଼ି ଚେତନ ବୋହୋରାଙ୍କ ସହ ଓଡ଼ିଶାରେ ବିବାହ ପର୍ଯ୍ୟଟନ ଶିଳ୍ପର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସମର୍ଥ ବର୍ମା, ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଲବନ୍ତ ସିଂ ଓଡ଼ିଶା ଭ୍ରମଣ ସହ ଓଡ଼ିଶାରେ ବିବାହ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଫାମ୍ ଟ୍ରିପ ନିମନ୍ତେ ୟୁକେ ପ୍ରତିନିଧିଙ୍କୁ ଓଡ଼ିଶାକୁ ଆମନ୍ତ୍ରଣ କରିଛନ୍ତି । ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ଅନୁ ଗର୍ଗ ଓଡ଼ିଶାରେ ହେବାକୁ ଥିବା ମେକ୍ ଇନ ଇଣ୍ଡିଆ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମଧ୍ୟ ନିମନ୍ତ୍ରଣ କରିଥିଲେ । ଓଡ଼ିଶା ପର୍ଯ୍ୟଟନର ପ୍ରତିନିଧିମାନେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଲଣ୍ଡନରେ ଅନୁଷ୍ଠିତ ୱାର୍ଲï ଟୁରିଜିମ ମାର୍କେଟ(ଡବ୍ଲଟିଏମ)ରେ ଉପସ୍ଥିତ ରହିବେ ।
1 Comment
Pingback: ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟରୁ ଭାରତକୁ ମିଳିପାରେ ଏହି ୫ଟି ଫାଇଦା, ଜାଣନ୍ତୁ କ୍ଷତି ବିଷୟରେ - purvapaksa.com