- ଓଡ଼ିଶାକୁ ଜିତାଇଲେ ବ୍ରୋଞ୍ଜ ପଦକ
- ଜାତୀୟ କ୍ରୀଡ଼ାକୁ ଯୋଗ୍ୟତା ଅର୍ଜନ କଲେ
Gymnast Ritika: ବ୍ୟକ୍ତିଗତ ବର୍ଗରେ ଋତିକାଙ୍କ ପ୍ରଦର୍ଶନ ଚିତାକର୍ଷକ ରହିଥିଲା। ସେ ୩ଟି ବ୍ୟକ୍ତିଗତ ଇଭେଣ୍ଟରେ ଭାଗ ନେଇଥିଲେ। ଭଲ୍ଟ ବା ଭଲ୍ଟିଂ ଟେବୁଲରେ ସେ ପଞ୍ଚମ ସ୍ଥାନ ଅଧିକାର କରିଥିବାବେଳେ ବାଲାନ୍ସ ବିମରେ ଚତୁର୍ଥ ଓ ଫ୍ଲୋର ଏକ୍ସରସାଇଜରେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ତାଙ୍କ ପ୍ରଦର୍ଶନ ବଳରେ ଓଡ଼ିଶା ଦଳର ପଏଣ୍ଟ ୧୬୨.୮୦ରେ ପହଞ୍ଚି ପାରିଥିଲା।ଋତିକା ସମ୍ପ୍ରତି କଳିଙ୍ଗ ଷ୍ଟାଡ଼ଇୟମ ସ୍ଥିତ ହାଇପରଫର୍ମାନ୍ସ ସେଣ୍ଟରରେ ପ୍ରଶିକ୍ଷଣ ନେଉଛନ୍ତି।
ଓଡିଶାର ଉଦୀୟମାନ ଜିମ୍ନାଷ୍ଟ ଋତିକା ଦାସ ଗତ ମାସରେ ଅନୁଷ୍ଠିତ ଜାତୀୟ ସିନିୟର ମହିଳା ଆର୍ଟିଷ୍ଟିକ ଚାମ୍ପିଅନସିପରେ ଦ୍ଦାର ପ୍ରଦର୍ଶନ କରି ଓଡିଶାକୁ ଦଳଗତ ବ୍ରୋଞ୍ଜ ପଦକ ଜିତାଇଛନ୍ତି। ସୁରଟରେ ଅନୁଷ୍ଠିତ ଜାତୀୟ ମହିଳା ଆର୍ଟିଷ୍ଟିକ ଜିମ୍ନାଷ୍ଟିକ ଚାମ୍ପିଅନସିପ(୨୦୨୪-୨୫)ରେ ଋତିକା ଦାସ ସିନିୟର୍ ବୟସ ବର୍ଗରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ଓଡିଶା ଦଳ ପ୍ରଥମ ଥର ୧୬୨.୮୦ ପଏଣ୍ଟ ରଖି ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ ହାସଲ କରି ଇତିହାସ ସ୍ତୃଷ୍ଟି କରିଥିବାବେଳେ ରେଲୱେ ଦଳ ୧୭୫.୯୦ ରଖି ପ୍ରଥମ ଓ ମହାରାଷ୍ଟ୍ର ୧୬୬.୦୫ ରଖି ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି। ଋତିକା ଓଡ଼ିଶା ଦଳ ପାଇଁ ପଞ୍ଚମ ସ୍ଥାନରେ ରହିଥିଲେ। ସେ ୩ଟି ଇଭେଣ୍ଟ ଯଥା: ଭଲ୍ଟ, ବାଲାନ୍ସ ବିମ୍ ଓ ଫ୍ଲୋର ଏକ୍ସସରସାଇଜରେ ଅଂଶ ଗ୍ରହଣ କରି ଦଳଗତ ଭାବରେ ଭଲ୍ଟିଙ୍ଗ ଟେବୁଲରେ ପଞ୍ଚମ ସ୍ଥାନ, ବାଲାନ୍ସ ବିମରେ ଚତୁର୍ଥ ସ୍ଥାନ ଓ ଫ୍ଲୋର ଏକ୍ସରସାଇଜରେ ୨ୟ ସ୍ଥାନ ଅଧିକାର କରିବା ସହିତ ଆସନ୍ତା ଫ୍ରେବୃଆରୀରେ ଉତ୍ତରାଖଣ୍ଡରେ ହେବାକୁ ଥିବା ନ୍ୟାସନାଲ୍ ଗେମ୍ ପାଇଁ ଓଡ଼ିଶା ଦଳ ତରଫରୁ ଚୟନ ହୋଇ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଆଶାୟୀ ହୋଇଛନ୍ତି।
ସୂଚନାଯୋଗ୍ୟ, ଗତ ଅକ୍କୋବର ମାସରେ ମହାରାଷ୍ଟ୍ରରେ ଅନୁଷ୍ଠିତ ହୋଇଥିବା ଜାତୀୟ ସିବିଏସି ଜିମ୍ନାଷ୍ଟିକ୍ ପ୍ରତିଯୋଗିତାରେ ଦିଲ୍ଲୀ ପବ୍ଲିକ ସ୍କୁଲ ତରଫରୁ ୧୯ବର୍ଷରୁ କମ ବାଳିକା ବର୍ଗରେ ଚାମ୍ପିଅନ ହୋଇଥିବା ସହିତ ଆସନ୍ତା ଫ୍ରେବୃୟାରୀ ମାସ ୨ ଓ ୩ ତାରିଖରେ କଲିକତା ଠାରେ ହେବାକୁ ଥିବା ଏସ.ଜି.ଏଫ.ଆଇ ଜାତୀୟ ଚାମ୍ପିଅନସିପ ପାଇଁ ମଧ୍ୟ ଯୋଗ୍ୟ ବିବେଚିତ ହେବା ସହ ନଭେମ୍ବରରେ ହୋଇଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ଚାମ୍ପିଅନ ହୋଇଥିଲେ। ଏହା ସହିତ ଜୟପୁର, କୋରାପୁଟ ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଜିମ୍ନାଷ୍ଟିକ ପ୍ରତିଯୋଗିତାରେ ଭଲ୍ଟରେ ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ ହାସଲ କରିବା ସହିତ ସୁରଟରେ ହୋଇଥିବା ଓପନ ନ୍ୟାସନାଲ ପାଇଁ ଓଡିଶା ଦଳରେ ସାମିଲ ହୋଇଥିଲେ।
ମାତ୍ର ୬ ବର୍ଷ ବୟସରୁ ଜେ ଏ ମ ସ୍ପୋର୍ଟ ଏକାଡେମୀରେ ରିତିକା ତାଙ୍କର ଜିମ୍ନାଷ୍ଟିକ କ୍ୟାରିୟର ଆରମ୍ଭ କରିଥିଲେ। ବର୍ତ୍ତମାନ୍ ସେ କଳିଙ୍ଗ ଷ୍ଟାଡିୟମରେ ଥିବା ଉଚ୍ଛ ପ୍ରଦର୍ଶନେକନ୍ଦ୍ରରେ ପ୍ରଶିକ୍ଷଣ ଓ ଅଭ୍ୟାସ ଜାରି ରଖବଛନ୍ତି।
ତାଙ୍କର ଏହି କୃତିତ୍ୱ ପାଇଁ ଭୁବନେଶ୍ୱର ଜିଲ୍ଲା ଜିମ୍ନାଷ୍ଟିକ ସଂଘର ସଭାପତି ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ, ସମ୍ପାଦକ ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ସେଠୀ, ସହ ସମ୍ପାଦକ ଶ୍ରୀଯୁକ୍ତ ଗୁରୁ ପ୍ରସାଦ ପଟ୍ଟନାୟକ, ଉପ ସଭାପତି ଶ୍ରୀମତୀ ମୀରା ରାଣୀ ଦାସ , ଶ୍ରୀଯୁକ୍ତ ଯଶୋବନ୍ତ ଦାସଙ୍କ ସହିତ ଅନ୍ୟ ସଦସ୍ୟ ମାନେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରି ଆଶୀର୍ବାଦ ପ୍ରଦାନ କରିଛନ୍ତି।
previous article: https://purvapaksa.com/india-need-a-win-in-sydney-to-stay-in-contention/
ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ: ଗୋଟିଏ ସ୍ଥାନ ପାଇଁ ଦୌଡ଼ରେ ଭାରତ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା