Sikandar: ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ‘ସିକନ୍ଦର’ ଇଦ୍ ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମର ରିଲିଜ ଡେଟ କୁ ନେଇ ପ୍ରଯୋଜକ ମାନେ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି । ଜାଣନ୍ତୁ କେଉଁ ଦିନ ରିଲିଜ୍ ହେଉଛି ଫିଲ୍ମ ?
ସଲମାନ ଖାନ ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ସିକନ୍ଦର’କୁ ପ୍ରଶଂସକମାନେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଫିଲ୍ମଟି ଇଦ୍ ଦିନ ବଡ ପରଦାରେ ରିଲିଜ ହେବାକୁ ଯାଉଛି, କିନ୍ତୁ ଏହାର ସଠିକ ତାରିଖ କୁ ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ । ଫିଲ୍ମର ତାରିଖକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଅନେକ ଦ୍ୱନ୍ଦ୍ୱ ରହିଛି । ଏହି ଫିଲ୍ମ ଶୁକ୍ରବାର କିମ୍ବା ଶନିବାର ନୁହେଁ ବରଂ ଏହି ଦିନ ରିଲିଜ ହେବ । ରିଲିଜ୍ ତାରିଖ ପାଇଁ ଆମ ସହିତ ରୁହନ୍ତୁ ..
ଏହି ଦିନ ଫିଲ୍ମ ରିଲିଜ ହେବ
ମାର୍ଚ୍ଚ ୩୦ରେ ରିଲିଜ୍ ହେବାକୁ ଥିବା ଫିଲ୍ମ ‘ସିକନ୍ଦର’ର ରିଲିଜ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି। ବଲିଉଡ ହଙ୍ଗାମାର ରିପୋର୍ଟ ଅନୁଯାୟୀ, ପ୍ରଯୋଜକମାନେ ରବିବାର ସିନେମା ହଲ୍ ରେ ଫିଲ୍ମ ‘ସିକନ୍ଦର’ ରିଲିଜ୍ କରିବାକୁ ଯୋଜନା କରିଛନ୍ତି। ତେବେ ଇଦ୍ ତାରିଖ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନଥିବା ବେଳେ ଫିଲ୍ମ ମାର୍ଚ୍ଚ ୩୦, ରବିବାରରେ ରିଲିଜ୍ ହେବ।
ସଲମାନ ଖାନଙ୍କ ଅଭିନୀତ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଏଆର ମୁରୁଗାଦୋସ । ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି ସାଜିଦ ନାଡିଆଡୱାଲା । ଏହି ଫିଲ୍ମରେ ସଲମାନ ଖାନଙ୍କ ବିପକ୍ଷରେ ନଜର ଆସିବେ ରଶ୍ମିକା ମନ୍ଦାନା । ଏହାବ୍ୟତୀତ କାଜଲ ଅଗ୍ରୱାଲ, ସୁନୀଲ ସେଟ୍ଟୀ, ସତ୍ୟରାଜ ଏବଂ ଶରମନ ଯୋଶୀଙ୍କ ଭଳି କଳାକାରମାନେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।