Neha Kakkar: ପ୍ରସିଦ୍ଧ ଗାୟିକା ନେହା କକ୍କର, ତାଙ୍କୁ କିଏ ନ ଜାଣେ । ଛୋଟ ଠାରୁ ବଡ଼ ସମସ୍ତେ ନେହାଙ୍କର ବବଲୀ ଅନ୍ଦାଜ ପାଇଁ ବେଶ କରନ୍ତି । ପ୍ରାୟଃ ସେ କୌଣସି ନ କୌଣସି କାରଣରୁ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ ମଧ୍ୟ ସୋସିଆଲ୍ ମିଡିଆରେ ନେହା କକ୍କରଙ୍କ ଏକ ଭିଡିଓ ଭାଇରାଲ୍ ହେଉଛି। ଏହି ଭିଡିଓରେ, ଗାୟିକା ମଞ୍ଚରେ ପହଞ୍ଚିବା ମାତ୍ରେ ଭୋ ଭୋ ହୋଇ କାନ୍ଦି ପକାଉଛନ୍ତି। ତେବେ ଘଟଣା କ’ଣ ଜାଣିବା ପାଇଁ ପୂରା ଖବର ଦେଖନ୍ତୁ।
ମେଲବୋର୍ଣ୍ଣରେ ନେହା କକ୍କରଙ୍କର ଏକ ମ୍ୟୁଜିକ୍ କନ୍ସର୍ଟ ରଖାଯାଇଥିଲା । ସେଠାରେ ସେ ତିନି ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ। ଭାଇରାଲ୍ ହେଉଥିବା ଏହି ଭିଡିଓରେ ଦେଖାଯାଏ ଯେ ନେହା ମଞ୍ଚରେ ପହଞ୍ଚିବା ମାତ୍ରେ ପ୍ରଶଂସକମାନେ ତାଙ୍କୁ ସ୍ୱାଗତ କରୁଛନ୍ତି । ଏହା ଦେଖି ସେ ତାଙ୍କ ଲୁହକୁ ରୋକିପାରି ନ ଥିଲେ ଆଉ କାନ୍ଦିପକାଇଥିଲେ। ଗାୟିକା ଭିଡ଼କୁ ବହୁତ କ୍ଷମା ମାଗିଥିଲେ ଏବଂ କହିଥିଲେ ଯେ, “ଆପଣ ସମସ୍ତେ ବହୁତ ସୁନ୍ଦର। ଆପଣମାନେ ଏତେ ସମୟ ଧରି ଅପେକ୍ଷା କରି ରହିଛନ୍ତି। ଆଜି ପର୍ଯ୍ୟନ୍ତ ମୁଁ କାହାକୁ ଅପେକ୍ଷା କରେଇ ନାହିଁ, କାରଣ ମୁଁ ଏହାକୁ ଘୃଣା କରେ।” ସେ ଏଥିପାଇଁ କ୍ଷମା ମାଗିଛନ୍ତି ଏବଂ କହିଛନ୍ତି ଯେ ସେ ଆଜି ସନ୍ଧ୍ୟାକୁ କେବେବି ଭୁଲି ପାରିବେ ନାହିଁ।
ତେବେ କିଛି ପ୍ରଶଂସକ ଗାୟକଙ୍କ ପ୍ରତି ଅସନ୍ତୋଷ ବ୍ୟକ୍ତ କରୁଥିବା ଶୁଣିବାକୁ ମିଳେ। ଶୋ’କୁ ବିଳମ୍ବରେ ଆସିବା ପରେ ଜଣେ ପ୍ରଶଂସକ କହିଥିଲେ ଯେ ଏହା ଭାରତ ନୁହେଁ, ଆପଣ ଅଷ୍ଟ୍ରେଲିଆରେ ଅଛନ୍ତି। ଅନ୍ୟ ଜଣେ ପାଟି କରି କହିଥିଲେ ନିଜ ହୋଟେଲକୁ ଯାଇ ଆରାମ କର। ଆଉ କିଛି ତାଙ୍କୁ ପରିହାସ କରି କହିଲା, “ବହୁତ ଭଲ ଅଭିନୟ! ଏହା ଇଣ୍ଡିଆନ୍ ଆଇଡଲ୍ ନୁହେଁ। ତୁମେ ପିଲାମାନଙ୍କ ସହିତ ପ୍ରଦର୍ଶନ କରୁନାହଁ।”