ରାଜ୍ୟ ସରକାର ସଡ଼କ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୋହନ ମାଝୀ ସରକାର ଏକ ନୂଆ ଘୋଷଣା କରିଛନ୍ତି। ‘ନମୋ ଏକ୍ସପ୍ରେସ ୱେ’ ନିର୍ମାଣ କରି ଓଡ଼ିଶାର ପଶ୍ଚିମ ଓ ଦକ୍ଷିଣ ଅଞ୍ଚଳକୁ ସଂଯୋଗ କରିବାକୁ ସରକାର ଯୋଜନା କରୁଛନ୍ତି। ଜୁନ୍ ୧୬ ସୁଦ୍ଧା ଏକ ପ୍ରାରମ୍ଭିକ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ବ୍ରହ୍ମପୁରକୁ ସମ୍ବଲପୁର ସହିତ ସଂଯୋଗ କରିବ ଏକ୍ସପ୍ରେସୱେ
ସୂତ୍ରରୁ ଜଣାପଡ଼ିଛି ଯେ, ଏହି ଏକ୍ସପ୍ରେସୱେ ବ୍ରହ୍ମପୁରରୁ ସମ୍ବଲପୁର ପର୍ଯ୍ୟନ୍ତ ବିସ୍ତାରିତ ହେବ, ଯାହା ଏକ ପ୍ରମୁଖ ଆଞ୍ଚଳିକ କରିଡରରେ ସଂଯୋଗକୁ ଉନ୍ନତ କରିବ। ତେବେ, ପ୍ରୋଜେକ୍ଟର ନାମରୁ ‘ବିଜୁ’ ଶବ୍ଦ ହଟାଇବାକୁ ନେଇ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଅନ୍ୟାନ୍ୟ ଯୋଜନା ପରି ସମାନ ଏହି ଯୋଜନାରେ ନାମ ପରିବର୍ତ୍ତନ ପରେ ବିଜେଡି ରାଜ୍ୟ ସରକାରଙ୍କୁ ‘ସଂକୀର୍ଣ୍ଣ ମାନସିକତା’ ଦେଖାଇଥିବାର ଅଭିଯୋଗ କରିଛି, କିନ୍ତୁ ବିଜେପି ପକ୍ଷରୁ ଏହାର ଜବାବରେ କୁହାଯାଇଛି ଯେ, ଆମ ଫୋକସ ରାଜନୀତି ନୁହେଁ, ବିକାଶ ଉପରେ ରହିଛି। ପ୍ରୋଜେକ୍ଟ ସମାପ୍ତି ପରେ, ନମୋ ଏକ୍ସପ୍ରେସୱେ ବ୍ରହ୍ମପୁରକୁ ସମ୍ବଲପୁର ସହିତ ସଂଯୋଗ କରିବ, ଏହାର ଆନୁମାନିକ ଖର୍ଚ୍ଚ ପ୍ରାୟ ୭୦୦୦ କୋଟି ଟଙ୍କା ହେବ ଏବଂ ଏହା ଜାତୀୟ ରାଜପଥ ପ୍ରାଧିକରଣ (NHAI) ସହଯୋଗରେ ନିର୍ମାଣ ହେବ। ଯଦିଓ ଏକ ବିସ୍ତୃତ ପ୍ରୋଜେକ୍ଟ ରିପୋର୍ଟ (DPR) ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ, ଏହା ଶୀଘ୍ର ଚୂଡ଼ାନ୍ତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯିବ ବୋଲି ଜଣା ପଡିଛି। ତେବେ ଏହି ଏକ୍ସପ୍ରେସୱେ ଦ୍ବାରା ବିଭିନ୍ନ ବର୍ଗର ଲୋକ ସୁବିଧା ପାଇପାରିବେ ବୋଲି ଆଶା କରଯାଇଛି।
୨୦୨୩ ମାର୍ଚ୍ଚରେ, ପୂର୍ବ ବିଜେଡି ନେତୃତ୍ୱାଧୀନ ସରକାର ରାଉରକେଲାରୁ କୋରାପୁଟ ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସୱେ ଆରମ୍ଭ କରିଥିଲେ। ରାଉରକେଲାରୁ ସମ୍ବଲପୁର ଏବଂ କଳାହାଣ୍ଡିର ଅମ୍ବାପାଣି ପର୍ଯ୍ୟନ୍ତ କାର୍ଯ୍ୟ ପ୍ରାୟ ସମ୍ପୂର୍ଣ୍ଣ ହୋଇଛି, ଏବେ କଳାହାଣ୍ଡିରୁ କୋରାପୁଟର ଚଣ୍ଡିଲି ପର୍ଯ୍ୟନ୍ତ କାମ ଜାରି ରହିଛି, ଯାହାର ମୋଟ ଲମ୍ବ ୬୫୦ କିଲୋମିଟର ହେବ। ନୂଆ ସରକାର ମଧ୍ୟ ବ୍ରହ୍ମପୁରରୁ କୋରାପୁଟ ପର୍ଯ୍ୟନ୍ତ ଏକ ଗ୍ରୀନଫିଲ୍ଡ ହାଇୱେ ଯୋଜନା କରୁଛନ୍ତି। ନମୋ ଏକ୍ସପ୍ରେସୱେ ଆରମ୍ଭ ହେଉଥିବାବେଳେ, ଏହା ପୂର୍ବ ରାଉରକେଲା-କୋରାପୁଟ କରିଡରର ଏକ ଅଂଶ ହେବ ନା ସ୍ୱାଧୀନ ଭାବେ ନମୋ ଏକ୍ସପ୍ରେସୱେ ନାମ ବହନ କରିବ, ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।
ବିଜେଡି ଦେହରେ ଯାଉନି!
ବିଜେଡି ବିଧାୟକ ଅରୁଣ ସାହୁ ପ୍ରୋଜେକ୍ଟରୁ ବିଜୁ ପଟ୍ଟନାୟକଙ୍କ ନାମ ହଟାଇବାକୁ ନେଇ ମୋହନ ସରକାରକୁ ଟାର୍ଗେଟ କରିବା ସହ ଉଦ୍ଦେଶ୍ୟମୂଳକ ଭବେ ଏଭଳି ପ୍ରୟାସ ହେଉଛି ବୋଲି ଅଭିଯୋଗ କରିଛନ୍ତି। “ଏହା ସରକାରଙ୍କ ହୀନମନ୍ୟତାକୁ ପ୍ରତିଫଳିତ କରୁଛି” ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ, ଭାଜପା ନେତାମାନେ ରାଜନୀତି ଛାଡି ବିକାଶକୁ ସ୍ୱାଗତ କରିବାକୁ ଅନୁରୋଧ କରିଛନ୍ତି। ବର୍ତ୍ତମାନ, ବିଜୁ ଏକ୍ସପ୍ରେସୱେ ବନାମ ନମୋ ଏକ୍ସପ୍ରେସୱେ ପ୍ରସଙ୍ଗ କିପରି ପ୍ରଗତି ଆଣୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।
“ଏକ୍ସପ୍ରେସୱେ ପରି, ଏହା ଏକ ନୂତନ ପ୍ରକାରର ରାସ୍ତା ସଂଯୋଗୀକରଣ ହେବାକୁ ଯାଉଛି, ଯାହା ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହା ନିଶ୍ଚିତ ଭାବରେ ଏହି ଅଞ୍ଚଳରେ ବାଣିଜ୍ୟ ଏବଂ ବିକାଶର ଅନ୍ୟାନ୍ୟ ଦିଗକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସଂଯୋଗକାରୀ କାରକ ହେବ ବୋଲି,” ପୂର୍ତ୍ତ ମନ୍ତ୍ରୀ ପୃପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇ କହିଛନ୍ତି।
Also read https://purvapaksa.com/one-year-of-mohan-majhi-government-future-roadmap/
One year of Mohan Majhi government: Future roadmap ।। ମୋହନ ମାଝୀ ସରକାରର ଏକ ବର୍ଷ : ଭବିଷ୍ୟତ ରୋଡମ୍ୟାପ୍