Naga-Sobhita Wedding: ଆଜି ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା ସେମାନଙ୍କ ସମ୍ପର୍କକୁ ଏକ ନୂଆ ନାମ ଦେବାକୁ ଯାଉଛନ୍ତି ।
ଆଜି ଅର୍ଥାତ୍ ୪ ନଭେମ୍ବରରେ, ସେମାନେ ବିଶେଷ ଅତିଥିମାନଙ୍କ ମଧ୍ୟରେ ବିବାହ କରିବାକୁ ଯାଉଛନ୍ତି । ଦୁହେଁ ଆଜି ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ଘନିଷ୍ଠ ବନ୍ଧୁ ଏବଂ ପରିବାରବର୍ଗଙ୍କ ଉପସ୍ଥିତିରେ ବିବାହ କରିବେ । ସମସ୍ତ ରୀତିନୀତି ଓ ସମାରୋହକୁ ଅନୁସରଣ କରି ବିବାହ କରିବେ । ଆଜି ସେ କେଉଁ ପୋଷାକ ପିନ୍ଧିବାକୁ ଯାଉଛନ୍ତି ଯାହାକୁ ସମସ୍ତେ ଦେଖିବାକୁ ଆଗ୍ରହୀ । ସୂଚନାନୁସାରେ, ରାମ ଚରଣ, ମହେଶ ବାବୁ, ଅଲୁ ଅର୍ଜୁନଙ୍କ ସମେତ ଅନେକ ତାରକା ଏହି ବିବାହ ଉତ୍ସବରେ ଯୋଗଦେବାକୁ ଯାଉଛନ୍ତି ।
ଏହି ବିବାହର ରୀତିନୀତି ୮ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ଏବଂ ତେଲୁଗୁ ବ୍ରାହ୍ମଣ ପରମ୍ପରା ଅନୁଯାୟୀ ହେବ । ବିଶେଷ କଥା ହେଉଛି ଅନ୍ନପୂର୍ଣ୍ଣା ଷ୍ଟୁଡିଓ ନାଗାଙ୍କ ଜେଜେବାପା ତଥା ସ୍ୱର୍ଗତ ଅଭିନେତା ଆକକିନେନି ନାଗେଶ୍ୱରା ରାଓଙ୍କର ।ଏହି ଷ୍ଟୁଡ଼ିଓ ହାଇଦ୍ରାବାଦର ବନଜାରା ହିଲସରେ ନିର୍ମିତ ଏବଂ ବହୁତ ସୁନ୍ଦର । ଏହା ୨୨ ଏକର ଷ୍ଟୁଡ଼ିଓ, ଯାହା ସହିତ ଏହି ପରିବାର ଭାବପ୍ରବଣ ଭାବରେ ସଂଯୁକ୍ତ । ସେଥିପାଇଁ ନାଗା ଚୈତନ୍ୟ ଏହି ବଡ଼ ଦିନ ପାଇଁ ଏହାକୁ ବାଛିଛନ୍ତି ।
ନାଗା ଚୈତନ୍ୟ ତାଙ୍କ ବିବାହରେ ପଞ୍ଚା ପିନ୍ଧିବାକୁ ଯାଉଛନ୍ତି । ଅନ୍ୟପଟେ ଶୋଭିତା ଏହି ବିଶେଷ ଦିନ ପାଇଁ ପାରମ୍ପାରିକ ରେଶମ ଶାଢ଼ୀ ପିନ୍ଧିବାକୁ ଯାଉଛନ୍ତି । ରିପୋର୍ଟ ଅନୁଯାୟୀ, ଶୋଭିତାଙ୍କ ଏହି ଶାଢ଼ୀରେ ସୁନା ଜରି କାମ କରାଯାଇଛି । ଶୋଭିତାଙ୍କ ବିଷୟରେ ଆହୁରି ମଧ୍ୟ କୁହାଯାଉଛି ଯେ, ସେ ତାଙ୍କ ବିବାହ ଦିନ ତାଙ୍କ ଜେଜେମା ଏବଂ ମା’ଙ୍କ ଅଳଙ୍କାର ପିନ୍ଧିବାକୁ ଯାଉଛନ୍ତି । ନାଗା ଏବଂ ଶୋଭିତା ସେମାନଙ୍କ ବିବାହକୁ ସ୍ୱତନ୍ତ୍ର କରିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି । ନିଜ ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ମଧ୍ୟରେ ଶୋଭିତା ଏବଂ ନାଗାଙ୍କ ବିବାହ ହେବାକୁ ଯାଉଛି । ଚିରଞ୍ଜୀବୀ, ରାମଚରଣ ଏବଂ ଉପସାନା, ମହେଶ ଏବଂ ନମ୍ରତା, ପ୍ରଭାସ, ଏସ୍ ରାଜାମ ମୌଲି, ପିଭି ସିନ୍ଧୁ, ନୟନଥାରା, ଆକକିନେନି ପରିବାର ଏବଂ ଶୋଭିତାଙ୍କ ପରିବାର ଏହି ଦମ୍ପତିଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଛନ୍ତି ।
ଅକ୍ଟୋବର ୨୦୨୧ ରେ ନାଗା ଚୈତନ୍ୟ ସାମନ୍ଥାଙ୍କଠାରୁ ଛାଡ଼ପତ୍ର ନେଇଥିଲେ । କିଛି ମାସ ପରେ ଅଭିନେତା ଶୋଭିତାଙ୍କୁ ତାଙ୍କ ହାଇଦ୍ରାବାଦ ଘରେ ଅତିଥି ସତ୍କାର କରିଥିବାର ଦେଖିବାକୁ ମିଳିଥିଲା । ଅନେକ ରିପୋର୍ଟରୁ ଜଣାପଡ଼ିଥିଲା ଯେ, ଏହା ଏକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଥିଲା । ଏହି ସମୟ ମଧ୍ୟରେ ଶୋଭିତାଙ୍କୁ ତାଙ୍କ ନୂଆ ଘରେ ମଧ୍ୟ ଦେଖାଇଥିଲେ। ଅନେକ ଯିବାବେଳେ ସେମାନଙ୍କୁ ଏକାଠି ଦେଖିଥିଲେ, ଯାହା ସେମାନଙ୍କ ଡେଟିଂର ଗୁଜବକୁ ସତ କରିଥିଲା । ଏହାକୁ ନେଇ ପରବର୍ତ୍ତୀ ସମୟରେ ଦୁହେଁ ଦୁହିଁଙ୍କୁ ସମ୍ପର୍କରେ ବିବାହର ମୋହର ଲଗାଇଥିଲେ ।