ନୂଆ ବର୍ଷ ହେଉ କି ବଡ଼ଦିନ ଏହି ପିକନିକ ଋତୁରେ ପର୍ଯ୍ୟଟନ ସ୍ଥଳୀକୁ ସବୁବେଳେ ଲୋକଙ୍କ ସୁଅ ଛୁଟିଥାଏ । ମନଲୋଭା ପରିବେଶ ଓ ବଣଭୋଜି ପର୍ଯ୍ୟଟକଙ୍କୁ ଦେଇଥାଏ ଅସରନ୍ତି ଖୁସି । ଆଉ ପ୍ରାକୃତିକ ପରିବେଶରେ ସେଲଫି ନେବାରେ ମଜି ଯାଆନ୍ତି ପର୍ଯ୍ୟଟକ । ସେଥିପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀମାନଙ୍କରେ ପର୍ଯ୍ୟଟକଙ୍କର ଭିଡ ବେଶ ଲାଗି ରହେ । ସେହିଭଳି ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ହେଉଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶିମିଳିପାଳ ପାଦଦେଶରେ ଅବସ୍ଥିତ ମାଛକାନ୍ଦଣା ଜଳ ପ୍ରପାତ ।
ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଜଳପ୍ରପାତ । ପାହାଡ ଜଙ୍ଗଲ ଓ ଝରଣାର ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ କରିଥାଏ ବିମୋହିତ । ସତେ ଯେମିତି ଏହି ପ୍ରାକୃତିକ ପରିବେଶ ପର୍ଯ୍ୟଟକମାନଙ୍କର ପିକନିକ ଋତୁର ଠିକଣା ପାଲଟିଛି । ନିଜର କାର୍ଯ୍ୟ ବ୍ୟସ୍ତତା ଭିତରେ ଏହି ମନଲୋଭା ପରିବେଶ କ୍ଷଣିକ ପାଇଁ ପର୍ଯ୍ୟଟକଙ୍କୁ ଦେଇଥାଏ ଅସରନ୍ତି ଆନନ୍ଦ । ସମସ୍ତେ ଏହି ସୁନ୍ଦର ପରିବେଶକୁ ଉପଭୋଗ କରିବା ପାଇଁ ଅପେକ୍ଷା କରିଥାନ୍ତି ଶୀତ ଋତୁକୁ ।
କପ୍ତିପଦା ବ୍ଲକରେ ଏହି ମାଛକାନ୍ଦଣା ଜଳପ୍ରପାତ ଅବସ୍ଥିତ ଥିବାବେଳେ ଉଦଳା ଠାରୁ ୧୬ କିଲୋମିଟର ରାସ୍ତା ଗଲେ ମନଭଙ୍ଗା ଗାଁରେ ପଡ଼େ ଏହି ସୁନ୍ଦର ଜଳପ୍ରପାତ । ଥରେ ଏହି ପ୍ରାକୃତିକ ପରିବେଶକୁ ଯିଏ ଆସିଛି ସେ ଆଉ ଥରେ ଆସିବା ପାଇଁ ନିଶ୍ଚୟ ମନ ବଳାଇଛି । ବିଶେଷ କରି ବଡ଼ଦିନ ଠାରୁ ଜାନୁୟାରୀ ଶେଷ ପର୍ଯ୍ୟନ୍ତ ରଥରେ ପର୍ଯ୍ୟଟକମାନଙ୍କର ବେଶ ଅଧିକ ଭିଡ ଲାଗି ରହିଥାଏ । କିଏ ପରିବାର ସହ ତ ଆଉ କିଏ ସାଙ୍ଗସାଥୀ ମାନଙ୍କ ସହ ମିଶି ଏହି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ବଣଭୋଜିର ବେଶ ମଜା ନେଇଥାନ୍ତି ।
ଯିଏ ଥରେ ଆସିଛି ପୁଣି ସାଙ୍ଗସାଥୀ ଓ ପରିବାରଙ୍କୁ ନେଇ ଏହି ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ପାଇଁ ପୁଣି ଆସିଥାନ୍ତି । ତେବେ ୟୁଟ୍ୟୁବ ଦେଇଛି ଏହି ମାଛକାନ୍ଦଣା ଜଳପ୍ରପାତକୁ ପ୍ରକୃତ ପରିଚୟ । ୟୁଟ୍ୟୁବରେ ଲୋକମାନେ ଏହି ସୁନ୍ଦର ପ୍ରାକୃତିକ ପରିବେଶକୁ ଦେଖି ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଆସନ୍ତି । କିଏ ବଣଭୋଜି କରିବାରେ ବ୍ୟସ୍ତ ଥାଏ ତ ଆଉ କିଏ ମୋନଲଭା ପରିବେଶରେ ହଜିଯାଇ ସେଲ୍ଫି ନେବାରେ ବ୍ୟସ୍ତ ।
ତେବେ ଏହି ଜଳପ୍ରପାତରେ ପାନୀୟ ଜଳ ଓ ଗମନାଗମନର ସୁବିଧା ହୋଇ ପାରିଲେ ଆହୁରି ଭିଡ ଲାଗି ରହିବ ବୋଲି କହିଛନ୍ତି ପର୍ଯ୍ୟଟକ । ତେବେ କେବଳ ଏ ଅଞ୍ଚଳ ନୁହେଁ ବାଲେଶ୍ଵର, ଭୁବନେଶ୍ୱର, କଟକ, ବିହାର ଓ ବଙ୍ଗୀୟ ପର୍ଯ୍ୟଟକମାନେ ମଧ୍ୟ ଏହି ସୁନ୍ଦର ମାଛକାନ୍ଦଣା ଜଳପ୍ରପାତକୁ ଆସି ଏଠାରେ ବଣଭୋଜି କରି ବେଶ ମଜା ନେଇଥାନ୍ତି ।
ଏୟାର ଇଣ୍ଡିଆ ଏକ୍ସପ୍ରେସ ‘ନ୍ୟୁ ଇୟର ସେଲ, ମାତ୍ର ୧୪୪୮ ଟଙ୍କାରେ ମିଳୁଛି ଫ୍ଲାଇଟ୍ ଟିକେଟ