ଭାରତୀୟ ଦଳର ପୂର୍ବତନ ପେସ୍ ବୋଲର ମୁନାଫ ପଟେଲ ଆଗାମୀ ଆଇପିଏଲ୍ ସିଜନ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ବୋଲିଂ କୋଚ୍ ନିଯୁକ୍ତ ହୋଇଛନ୍ତି । ସେ ପ୍ରଥମ କରି କୋଚ ଭୂମିକାରେ ଅବତ୍ତୀର୍ଣ୍ଣ ହେବେ ।
ନୂଆ ସିଜନ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ସମସ୍ତ କୋଚିଂ ସଦସ୍ୟଙ୍କୁ ବିଦା କରି ସମ୍ପୂର୍ଣ୍ଣ ନୂଆ ଟିମ୍ ଗଠନ କରିଛି । ହେମାଙ୍ଗ ବଦାନି ମୁଖ୍ୟ କୋଚ ଓ ବେଣୁ ଗୋପାଳ ରାଓ ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି ।
ରିଭର୍ସ ସୁଇଂ ଓ ୟର୍କର ବଲ ପକାଇବାରେ ସିଦ୍ଧହସ୍ତ ମୁନାଫ ୨୦୧୮ରେ କ୍ରିକେଟରୁ ଅବସର ନେଇଥିଲେ । ଏହା ପୂର୍ବରୁ ସେ ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ ରାଜସ୍ଥାନ ରୟାଲ୍ସ, ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ଓ ୨୦୧୭ରେ ଗୁଜରାଟ ଲାୟନ୍ସ ପକ୍ଷରୁ ଖେଳିଥିଲେ । ୨୦୧୩ରେ ସେ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଦଳର ସଦସ୍ୟ ରହିଥିଲେ ।
ନୂଆ ସିଜନ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ମୁଖ୍ୟ କୋଚ୍ ରିକି ପଣ୍ଟିଂଙ୍କ ସମେତ ସମସ୍ତ ସହକାରୀ କୋଚଙ୍କୁ ବିଦା କରିଥିଲା । ଜେମ୍ସ ହୋପ୍ସ ଦଳର ବୋଲିଂ କୋଚ୍ ରହିଥିଲେ। ତାଙ୍କ ସ୍ଥାନରେ ମୁନାଫ କାର୍ଯ୍ୟ କରିବେ ।
Previous article : https://purvapaksa.com/spicy-pitch-prepared-for-first-test/