Monkeypox : ଭାରତରେ ମଙ୍କିପକ୍ସ ର ବିପଦ ଏପର୍ଯ୍ୟନ୍ତ ଟଳିନାହିଁ। କିଛି ମାତ୍ରାରେ ନିୟନ୍ତ୍ରଣ ଥିବା ସତ୍ତ୍ୱେ ଡବ୍ଲୁଏଚ୍ଓ ସମସ୍ତ ଦେଶକୁ ଚେତାବନୀ ଦେଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ଏହି ଭୂତାଣୁ ଏବେ ବି ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି । ମଙ୍କିପକ୍ସକୁ ହାଲୁକା ଭାବରେ ନେବା ଉଚିତ ନୁହେଁ।
ବିଶେଷଜ୍ଞଙ୍କ ମତରେ ଭାରତ ସମେତ ବିଶ୍ୱର ଅନେକ ଦେଶରେ ମଙ୍କିପକ୍ସ ମାମଲା ସାମନାକୁ ଆସିଛି । ତେବେ କଙ୍ଗୋରେ ପ୍ରତି ସପ୍ତାହରେ ମଙ୍କିପକ୍ସ ରୋଗୀ ଚିହ୍ନଟ ହେଉଛନ୍ତି। ଏହି ଭୂତାଣୁର ଷ୍ଟ୍ରେନ୍ ମଧ୍ୟ କ୍ରମାଗତ ଭାବେ ବଦଳୁଛି। ତେବେ କଙ୍ଗୋରେ ପ୍ରତି ସପ୍ତାହରେ ଏହାର ରୋଗୀ ଚିହ୍ନଟ ହେଉଛନ୍ତି। ଏହି ଭୂତାଣୁର ଷ୍ଟ୍ରେନ୍ ମଧ୍ୟ କ୍ରମାଗତ ଭାବେ ବଦଳୁଛି।
ଭାରତରେ ମଙ୍କିପକ୍ସ ର ବିପଦ ଏପର୍ଯ୍ୟନ୍ତ ଟଳିନାହିଁ। କିଛି ମାତ୍ରାରେ ନିୟନ୍ତ୍ରଣ ଥିବା ସତ୍ତ୍ୱେ ଡବ୍ଲୁଏଚ୍ଓ ସମସ୍ତ ଦେଶକୁ ଚେତାବନୀ ଦେଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ଏହି ଭୂତାଣୁ ଏବେ ବି ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି । ମଙ୍କିପକ୍ସକୁ ହାଲୁକା ଭାବରେ ନେବା ଉଚିତ ନୁହେଁ । ବିଶେଷଜ୍ଞଙ୍କ ମତରେ କଙ୍ଗୋକୁ ବାଦ୍ ଦେଲେ ଅନ୍ୟ ଦେଶରେ କିଛି ଦିନ ହେବ ସଂକ୍ରମଣ କମ୍ ରହିଛି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ କାହିଁକି ଏହି ଭୂତାଣୁ କୁ ନେଇ ସତର୍କ ରହିବାକୁ କୁହାଯାଉଛି।
ଆସନ୍ତୁ ଜାଣିବା ମଙ୍କିପକ୍ସ ମହାମାରୀରୁ କିପରି ଦୂରେଇ ରହିବା
ଭାରତରେ ସମେତ ବିଶ୍ୱରେ ଅନେକ ଦେଶରେ ମଙ୍କିପକ୍ସ ମାମଲା ଆସୁଛି । ତେବେ କଙ୍ଗୋରେ ପ୍ରତି ସପ୍ତାହରେ ଏହାର ରୋଗୀ ଚିହ୍ନଟ ହେଉଛନ୍ତି। ଏହି ଭୂତାଣୁର ଷ୍ଟ୍ରେନ୍ ମଧ୍ୟ କ୍ରମାଗତଭାବେ ବଦଳୁଛି। ଏବେ ଏହି ବିପଦ କ୍ଲେଡ ଆଇବିରୁ ଆସିଛି । ଯଦିଓ ଏହାର ଟିକାକୁ ଅନୁମୋଦନ ମିଳିଛି, କିନ୍ତୁ ଆଫ୍ରିକାର କେତେକ ଦେଶରେ କ୍ରମାଗତ ସଂକ୍ରମଣକୁ ଦୃଷ୍ଟିରେ ରଖି ଡବ୍ଲୁଏଚ୍ଓ ଏହାକୁ ସ୍ୱାସ୍ଥ୍ୟ ଜରୁରୀକାଳୀନ ଘୋଷଣା କରିଛି। ଭାରତ ଏବେ ବି ଏହି ମହାମାରୀ ବିପଦଠାରୁ ବହୁ ଦୂରରେ ଥିବା ବେଳେ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ଏହାକୁ ନେଇ ସତର୍କ ଅଛନ୍ତି।
ମଙ୍କିପକ୍ସ କ’ଣ
ମଙ୍କିପକ୍ସ ହେଉଛି ଏକ ଭୂତାଣୁ ଯାହା ମାଙ୍କଡ଼ଙ୍କଠାରୁ ମଣିଷକୁ ବ୍ୟାପିଥାଏ । ଏହାପରେ ଏହା ମଣିଷଠାରୁ ମଣିଷକୁ ବ୍ୟାପିବାରେ ଲାଗିଛି। ମଙ୍କିପକ୍ସ ଶରୀରରେ ଜ୍ୱର ସୃଷ୍ଟି କରିଥାଏ । ଏହା ଦ୍ୱାରା ଶରୀରରେ ଦାଗ ସୃଷ୍ଟି ହୋଇଥାଏ। ଏହି ଭୂତାଣୁ ମୁଖ୍ୟତଃ ଶାରୀରିକ ସଂସ୍ପର୍ଶରେ ଆସିବା ଦ୍ୱାରା ବ୍ୟାପିଥାଏ ।
ମଙ୍କିପକ୍ସର ସଂଘାତିକ ଲକ୍ଷଣ
ଶରୀରର ତାପମାତ୍ରା ବଢ଼ିଯାଇ ଜ୍ୱର ହେବା । ମୁଣ୍ଡ ବିନ୍ଧିବା ଆରମ୍ଭ ହୋଇଥାଏ । ମାଂସପେଶୀରେ ଯନ୍ତ୍ରଣା ହୋଇଥାଏ ।ଚର୍ମରେ କଳା ଦାଗ ବା ବ୍ରଣ ହୋଇଯିବା । ଆଖି ଫୁଲି ଯାଏ । ନାକ ପାଟି ରୁ ରକ୍ତସ୍ରାବ ହେବା ।
ମଙ୍କିପକ୍ସ ହେବାର କାରଣ
ମଙ୍କିପକ୍ସ ହେଲେ ଭୂତାଣୁ ସଂସ୍ପର୍ଶରେ ଆସିବା । ସଂକ୍ରମିତ ପଶୁଙ୍କ ସଂସ୍ପର୍ଶରେ ଆସିବା । ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ମଙ୍କିପକ୍ସ ବିଶ୍ରାମ ନେବା । ଜ୍ୱର କମାଇବା ପାଇଁ ଔଷଧ ଖାଇବା ଉଚିତ । ଚର୍ମରେ ଦାଗ ଓ ବ୍ରଣ ର ଚିକିତ୍ସା ପାଇଁ ଆଣ୍ଟିବାୟୋଟିକ ଔଷଧ ଖାଇବା । ସଂକ୍ରମିତ ପଶୁଙ୍କଠାରୁ ଦୂରେଇ ରୁହନ୍ତୁ । ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଦୂରତା ରଖନ୍ତୁ ।
କେତେକ ସୁପାରିସ ମଧ୍ୟରେ ଜନସ୍ୱାସ୍ଥ୍ୟ ଏବଂ ସାମାଜିକ ପଦକ୍ଷେପଗୁଡ଼ିକୁ ସ୍ଥାନୀୟ ପରିପ୍ରେକ୍ଷୀରେ ଅନୁକୂଳ କରି ଗୋଷ୍ଠୀ ସୁରକ୍ଷା ବୃଦ୍ଧି କରିବା, କ୍ଲିନିକାଲ ଯତ୍ନ ପ୍ରଦାନ ପାଇଁ ମାର୍ଗଦର୍ଶନ ଏବଂ ସମ୍ବଳ ପ୍ରଦାନ କରିବା ଏବଂ ଆହୁରି ଅନେକ ଅନ୍ତର୍ଭୁକ୍ତ।
ଡବ୍ଲ୍ୟୁଏଚଓ ଆଗାମୀ ଦିନ ଏବଂ ସପ୍ତାହରେ ବିଶ୍ୱ ସ୍ତରୀୟ ପ୍ରତିକ୍ରିୟାରେ ସମନ୍ୱୟ ରକ୍ଷା କରିବା, ପ୍ରତ୍ୟେକ ପ୍ରଭାବିତ ଦେଶ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବା ଏବଂ ସଂକ୍ରମଣକୁ ରୋକିବା, ସଂକ୍ରମିତଙ୍କ ଚିକିତ୍ସା କରିବା ଏବଂ ଜୀବନ ବଞ୍ଚାଇବା ପାଇଁ ଆମର ଭୂମିଗତ ଉପସ୍ଥିତିର ଉପଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ ।
also read https://purvapaksa.com/break-up-signs/