Biju Legacy: ବଦଳିବ କି ପ୍ରବାଦ ପୁରୁଷଙ୍କ ପ୍ରତିଚ୍ଛବି। କେନ୍ଦ୍ରରେ ବିଜେପି ଶାସନକୁ ଆସିଲାପରେ ଜବାହରଲାଲ୍ ନେହରୁଙ୍କ ପାଇଁ ସୃଷ୍ଟି କରାଯାଇଥିବା ପ୍ରତିଚ୍ଛବିକୁ ଯେମିତି ପରିବର୍ତ୍ତନ କରାଯାଇଥିଲା ତାହାର ପୁନରାବୃତ୍ତି ଓଡ଼ିଶାରେ ହେବ କି?
ବିଜୁ ପଟ୍ଟନାୟକଙ୍କ ଜନ୍ମଦିବସକୁ ପଞ୍ଚାୟତିରାଜ ଦିବସଭାବେ ଗ୍ରହଣ କରିବା ନେଇ ଓଡ଼ିଶା ସରକାରଙ୍କ ପ୍ରତ୍ୟାଖ୍ୟାନ ପରେ ଏହି ପ୍ରଶ୍ନ ଏବେ ଚର୍ଚ୍ଚା ହେଉଛି। ପ୍ରଶ୍ନ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତିର ଜନକ ମହାତ୍ମା ଗାନ୍ଧି ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଉଚିତ ମାନ୍ୟତା ଦେବା ଲାଗି କରିଥିବା ପ୍ରୟାସ ଏଠାରେ କିପରିଭାବେ ଲାଗୁ ହେବ?
ବିଜେପି ସହିତ ବିଜୁ ପଟ୍ଟନାୟକଙ୍କ ସମ୍ପର୍କ ଆଦୌ ଭଲ ନ ଥିଲା। ୧୯୮୦ ମସିହାରେ ବିଜେପି ଗଠନ ହୋଇଥିଲା। ସେତେବେଳେ ବିଜେପିକୁ ସାଇନବୋର୍ଡ ପାଟି ବୋଲି ବିଜୁ ପଟ୍ଟନାୟକ କହି ତାତ୍ସଲ୍ୟ କରିଥିଲେ। ଏପରିକି ବିଜେପି ନେତାମାନଙ୍କୁ ମଣିଷ ବୋଲି ଗଣୁ ନ ଥିଲେ।
୧୯୯୦ ମସିହାରେ ବିଜୁ ପଟ୍ଟନାୟକ ରାଜ୍ୟରେ କ୍ଷମତାକୁ ଆସି ମୁଖ୍ୟମନ୍ତ୍ରୀ ହେବା ପରେ ବିଜେପିର କେନ୍ଦ୍ରନେତାମାନଙ୍କୁ ମଧ୍ୟ ଅଣଦେଖା କରୁଥିଲେ। ୧୯୯୪ରେ ଭୁବନେଶ୍ୱରରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ସେହି ସମୟରେ ବିଜୁ ପଟ୍ଟନାୟକଙ୍କ ସରକାର ବିଜେପି ସଭା କରିବା ପାଇଁ ପଡ଼ିଆ ଦେଇନଥିଲେ। ତେଣୁ ସେମାନେ ୟୁନିଟ୍-୧ ସ୍କୁଲ ପଡ଼ିଆରେ ସୀମିତ ଜାଗା ମଧ୍ୟରେ ସଭା କରିବାକୁ ବାଧ୍ୟ ହୋଇଥିଲେ।
କଥା ଏତିକିରେ ସରିନଥିଲା। ୧୯୯୫ ନିର୍ବାଚନରେ ବିଜୁ ପଟ୍ଟନାୟକଙ୍କ ବିରୋଧରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ସୌମ୍ୟରଂଜନ ପଟ୍ଟନାୟକ। ସୌମ୍ୟଙ୍କ ପାଇଁ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ପ୍ରଚାର କରିବାକୁ ଆସିଥିଲେ। ସେତେବେଳେ ମଧ୍ୟ ତାଙ୍କୁ ବିଜୁ ବାବୁଙ୍କ ସରକାର ପଡ଼ିଆ ନ ଦେବାରୁ ଆଡ଼ଭାନୀ ସହିଦ ନଗର ଦୁର୍ଗାପୂଜା ପଡ଼ିଆରେ ସଭା କରିବାକୁ ବାଧ୍ୟ ହୋଇଥିଲେ। ବିଜେପି ପ୍ରତି ବିଜୁ ପଟ୍ଟନାୟକଙ୍କ ଅସୌଜନ୍ୟ ବ୍ୟବହାର କାରଣରୁ ୧୯୯୬ ନିର୍ବାଚନରେ ବିଜେପି ଜନତା ଦଳ ସହିତ ମେଣ୍ଟ ନ କରି ତାହାକୁ ଭାଙ୍ଗି ୧୯୯୭ରେ ବିଜୁ ଜନତା ଦଳ ଗଠନରେ ସହାୟକ ହୋଇଥିଲା।
ରାଜ୍ୟରେ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି-ବିଜେପି ମେଣ୍ଟ ସରକାର ଥିଲା। ୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ନବୀନଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଅନେକ ଯୋଜନା ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିଥିଲା।
ବିଜେପି ୨୦୨୪ ନିର୍ବାଚନରେ ଆସିବା ପରେ ବିଜୁ ଲିଗାସୀକୁ ଭାଙ୍ଗିବା ପାଇଁ ଲାଗିପଡ଼ିଛନ୍ତି। ବିଜୁଙ୍କ ନାମରେ ଚାଲିଥିବା ୨୧ଟି ଯୋଜନାର ନାମ ପରିବର୍ତ୍ତନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ କହିସାରିଛନ୍ତି।
ସଦ୍ୟତମ ପଦକ୍ଷେପ ଅନୁସାରେ ଆସନ୍ତାକାଲି ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ହେବାକୁ ଥିବା ପଞ୍ଚାୟତିରାଜ ଦିବସ ପାଳନ ଉତ୍ସବକୁ ଏପ୍ରିଲ ୨୪କୁ ଘୁଞ୍ଚାଇ ଦେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
ଓଡ଼ିଶାର ଦେଓମାଲିରେ ସୁଟିଂ କରିବେ ମହେଶ ବାବୁ ଏବଂ ପ୍ରିୟଙ୍କା ଚୋପ୍ରା