ଏଯାଏଁ ପାଣ୍ଡିଆନ ମାର୍କା ଅଧିକାରୀ ଚଳାଉଛନ୍ତି ମୋହନ ସରକାର । କେବଳ ପ୍ରଶାସନିକ କ୍ଷେତ୍ର ନୁହଁ ଆଇନ ଶୃଙ୍ଖଳା ବିଶୈଷ କରି ଯେଉଁ ବିଭାଗରେ ଟଙ୍କା ପଇସା କାରବାର ଅଛି । ଯେଉଁ ବିଭାଗ ହାତରେ ପୁରା ପୋଲିସ ସିସଟମର ପୋଷ୍ଟିଂ ଏବଂ ଟ୍ରାନ୍ସଫରିଂର ଭାର ଅଛି ସେ ବିଭାଗରେ ଏମାନେ ହୋଇଛନ୍ତି ସର୍ବେସର୍ବା । ଏମିତି ଦୁଇ ଆଇପିଏସ ଅଫିସରଙ୍କ କଥା ଆଜି ମୁଁ ଆପଣଙ୍କୁ କହିବି ଯେଉଁମାନେ ଏବେ ମୋହନ ସରକାରଙ୍କ ଆଇନ ଶୃଙ୍ଖଳାକୁ ପାଣ୍ଡିଆନଙ୍କ ଇସାରରେ ଚଳାଉଥିବା କଥା ଚର୍ଚ୍ଚା ହେଉଛି ।
https://www.youtube.com/watch?v=JMsB38IBTRo
ଏହି ଦୁଇ ଅଫିସର୍ ୫ ବର୍ଷରୁ ଅଧିକ ସମୟ ଧରି ଦୁଇ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ବସିଛନ୍ତି। ଆଶ୍ଚର୍ଯ୍ୟ କଥା ପୋଲିସ ବିଭାଗରେ IIC ଠୁ ନେଇ ପୋଲିସ ଡ଼ିଜିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ବଦଳି ସାରିଲାଣି ହେଲେ ଏହି ଦୁଇ ବାବୁ କାହିଁକି ଗାଦି ମାଡିବସିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। IPS ପ୍ରବୀଣ କୁମାର ପୋଲିସ ବିଭାଗର ଟ୍ରାନ୍ସଫର ଆଉ ପୋଷ୍ଟିଂ ଦେଖୁଥିବା ବେଳେ ଏଥିରେ ଅନିୟମିତତା କରି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ରୋଜଗାର କରିବା ସହ ବିଭିନ୍ନ IPS ଅଧିକାରିଙ୍କଠୁ ବାବୁ ମୋଟା ଚାନ୍ଦା ଆଦାୟ କରୁଛନ୍ତି ବୋଲି ଅଭିଯୋଗ ହେଉଛି। ଅନ୍ୟପଟେ IPS YATINDRA KOYEL କୋଟି କୋଟି ଟଙ୍କାର ଟେଣ୍ଡର ପ୍ରୋକୋୟରମେଣ୍ଟ ୫ ବର୍ଷ ହେବ ଦେଖୁଛନ୍ତି।

ଯେଉଁଠି ଗତ ୫ ବର୍ଷରେ ହଜାର ହଜାର କୋଟି ଟଙ୍କାର ଟେଣ୍ଡରରେ ୧୦ ପ୍ରତିଶତ ଟଙ୍କାର କାର୍ଯ୍ୟ ଓଡ଼ିଆ କମ୍ପାନୀ ଆଜି ଯାଏଁ କାମ ପାଇନାହାନ୍ତି। ଆଉ ଟେଣ୍ଡର ପ୍ରକ୍ରିୟାରେ ଯେ କେତେ ଟଙ୍କା ଏହି ଆଇପିଏସ ବାବୁ ହଡପ କରିଛନ୍ତି ତାହା ଆକଳନ କରିବା ସମ୍ଭବ ନୁହେଁ | ଏହି ଦୁଇ IPS ଅଫିସର୍ ପୂର୍ବତନ BJD ନେତା ଭି. କେ ପଣ୍ଡିଆନଙ୍କ ସହ ଅତି ଘନିଷ୍ଠ ଥିଲେ। ଆଉ ପଣ୍ଡିଆନଙ୍କ ଘନିଷ୍ଠ ଏହି ଦୁଇ ସହଯୋଗୀଙ୍କ ଫୋଟୋ ଦିନେ ଓଡ଼ିଶା ଖବର କାଗଜର ଶିରୋନାମା ପାଲଟିଥିଲା।

IPS YATINDRA କୋୟେଲ୍ କଂଗ୍ରେସ ନେତା କମଳନାଥଙ୍କର ଅତ୍ୟନ୍ତ ଖାସ ଅନୁଗାମୀ ଅଫିସର୍ ଥିଲେ। ଯେଉଁଥିପାଇଁ ତାଙ୍କୁ ମଧ୍ୟପ୍ରଦେଶ ନେବା ପାଇଁ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଚିଠି ଲେଖୁଥିଲେ କମଳନାଥ। ସେତେବେଳେ ମଧ୍ୟ ପ୍ରଦେଶରେ କଂଗ୍ରେସ ସରକାର ଭାଙ୍ଗିବା ପରେ ସେ ଆଉ ମଧ୍ୟପ୍ରଦେଶ ଯାଇ ନଥିଲେ। ସବୁଠୁ ଆଶ୍ଚର୍ଯ୍ୟ ହେଉଛି ଆଇପିଏସ୍ ୟତୀନ୍ଦ୍ର କୋୟେଲ ଦିଲ୍ଲୀ ଯାଇଥିବା ବେଳେ କେନ୍ଦ୍ର ସରକାର ପୁଣି ୧୫ ଦିନ ମଧ୍ୟରେ ତାଙ୍କୁ ତଡିଦେଇଥିବା ବେଳେ ଓଡ଼ିଶା ଫେରି ପୁଣି ସମାନ ADG ବ୍ୟବସ୍ଥା ରେ କାର୍ଯ୍ୟ କରିବା ସେତେବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ଦୁଇ IPS ଅଫିସର୍ ଙ୍କ ପାଇଁ ପୋଲିସ୍ ବିଭାଗରେ ଅନେକ IPS ଅଧିକାରୀ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଓ ପୋଲିସ୍ ବିଭାଗରେ ବ୍ୟାପକ ମାତ୍ରାରେ ଦୁର୍ନୀତି ମଧ୍ୟ ହେଉଛି। ତେଣୁ ଏହି ଘଟଣା ଉପରେ ତର୍ଜମା କରି ତୁରନ୍ତ ନିଷ୍ପତି ନେବାର ଆବଶ୍ୟକତା ଅଛି।
You Can Also Read -: https://purvapaksa.com/odisha-govt-spent-6-crore-rupees-in-9-months-to-buy-mosquito-repellent/

STAND WITH TRUTH

