Mo Bus: ଜଣ ସାଧାରଣଙ୍କୁ ରାସ୍ତାରେ ଚାଲିବାକୁ ଏବେ ଡ଼ର ଲଗୁଛି । କାରଣ କେତେବେଳେ କେଉଁ ସମୟରେ ମୋ ବସ କାହା ଉପରେ ଚଢିଯିବ କିଏ ଜାଣିଛି ।
ଦିନକୁ ଦିନ ଏହି ଘଟଣା ବଢ଼ିବାରେ ଲାଗିଛି। ଖବର କାଗଜ, ସୋସିଆଲ ମିଡ଼ିଆ, ଟିଭି ସବୁଠାରେ ମୋ ବସ ଦୁର୍ଘଟଣାର ଖବର ଦେଖିବାକୁ ମିଳୁଛି । କେତେବେଳେ ଡ୍ରାଇଭରର ବେପରୁଆପଣ, କେତେବେଳେ ସ୍ପିଡ୍ ଡ୍ରାଇଭ୍ ପାଇଁ ବାରମ୍ବାର ଦୁର୍ଘଟଣା ଘଟାଉଥିବା ମୋ-ବସ୍ କୁ ନେଇ ଚିନ୍ତା ବଢ଼ିଚାଲିଛି । କେତେବେଳେ ଛୋଟପିଲା ଉପରେ ଚଢିଗଲାଣି ତ ପୁଣି କେତେବେଳେ ରାସ୍ତାରେ ପଥଚାରୀକୁ ଧକ୍କା ଦେଲାଣି।
ଏବେ ଏହି ଲିଷ୍ଟରେ ଆଉ ଏକ ଗୁର୍ଘଟଣା ଯୋଗ ହୋଇଛି । ଭୁବନେଶ୍ୱର ତମାଣ୍ଡୋ ଥାନା ଅଧୀନ ଓଭରବ୍ରିଜ୍ ତଳେ ଶୁକ୍ରବାର ରାତିରେ ଏକ ମୋ ବସ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, କଳିଙ୍ଗ ନଗର ଡିପୋକୁ ବସ୍ଟି ଯିବାବେଳେ ଦୁର୍ଘଟଣା ଘଟିଥିଲା । ତମାଣ୍ଡୋ ଥାନା ଡି.ଏନ. ରେଗାଲିଆ ଓଭରବ୍ରିଜ ତଳେ ଜଣେ ମହିଳାଙ୍କୁ ଧକ୍କା ଦେଇ ୧୦୦ ମିଟର ଘୋଷାଡ଼ି ନେଇଥିଲା ମୋ ବସ୍ । ଫଳରେ ଘଟଣା ସ୍ଥଳରେ ହିଁ ମହିଳାଙ୍କ ପ୍ରାଣ ଚାଲି ଯାଇଥିଲା । ମୋ ବସ୍ ଭୁବନେଶ୍ୱର ଟାଉନରୁ କଳିଙ୍ଗ ନଗର ଡିପୋ ଆଡକୁ ଯାଉଥିଲା । ନାଇଟ୍ କୋଚ୍କୁ କିଛି ଲୋକ ଅପେକ୍ଷାରତ ଥିଲେ ।
ତାଙ୍କୁ ସ୍କୁଟିରେ ଛାଡିବାକୁ ଆସିଥିବା ୪ ଜଣ ଲୋକ ସର୍ଭିସ ରୋଡ଼୍ ଦେଇ ଫେରୁଥିଲେ । ସେହି ସମୟରେ ଜାତୀୟ ରାଚଜପଥ ତଳକୁ ଖସୁଥିବା ମୋ ବସ୍ ପ୍ରଥମେ ଗୋଟିଏ ସ୍କୁଟିକୁ ଧକ୍କା ଦେବା ପରେ ପୁଣି ଅନ୍ୟ ଏକ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବସ୍ ଟି ଅନ୍ୟ ଏକ ଦୁଇ ଚକିଆ ଯାନକୁ ଧକ୍କା ଦେଇଥିଲା, ଯେଉଁଥିରେ ଯାତ୍ରୀମାନେ ଗୁରୁତର ଆହତ ହୋଇଥିଲେ।
ସେ କହିଛନ୍ତି, “ମୁଁ ଏକ ବଡ଼ ଧରଣର ଦୁର୍ଘଟଣାର ଶବ୍ଦ ଶୁଣିଲି ଏବଂ ଦେଖିଲି ଯେ ଦ୍ରୁତ ଗତିରେ ଆସୁଥିବା ମୋ ବସ୍ ଜଣେ ମହିଳାଙ୍କୁ ପିଟିଛି ଏବଂ ଏକ ଗାଡିକୁ ଟାଣି ନେଇଛି। ଏଥିରେ ୪ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ବୋଲି ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୋ ବସ୍ ଡ୍ରାଇଭରକୁ ଗିରଫ କରିଥିଲା । ହେଲେ ଏହି ଘଟଣା ପରେ ପୋଲିସ ପହଞ୍ଚିବାରେ ବିଳମ୍ବ ହେବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା । ମୃତକ ଓ ଆହତଙ୍କ ପରିଚୟ ଜାଣିବା ପାଇଁ ତଦନ୍ତ ଜାରି ରହିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ ଲୋକେ ବସ୍ ଭଙ୍ଗାରୁଜା କରିଥିଲେ। ଶେଷ ରିପୋର୍ଟ ଆସିବା ପର୍ଯ୍ୟନ୍ତ କର୍ତ୍ତୃପକ୍ଷଙ୍କ ଠାରୁ କୌଣସି ଅତିରିକ୍ତ ମତାମତ ମିଳିପାରିନାହିଁ।
ଅନ୍ୟପଟେ ନନ୍ଦନକାନନରେ ଏକ ମୋ ବସ୍ ଜଣେ ନାବାଳିକାଙ୍କୁ ହତ୍ୟା କରିବାର ସପ୍ତାହକ ପରେ ପୁଣି ଥରେ ଘଟିଛି ଆଉ ଏକ ଦୁର୍ଘଟଣା । ଗତ ନଭେମ୍ବର ମାସରୁ ଆଜି ପର୍ଯ୍ୟନ୍ତ ୩ ମାସରେ ୬୯ଟି ଦୁର୍ଘଟଣା ଘଟାଇଛି ମୋ ବସ୍। ଯେଉଁଥିରେ ୨୮ଟି ଗୁରୁତର ଦୁର୍ଘଟଣା ସହ ଏକାଧିକ ଲୋକଙ୍କ ଜୀବନ ଗଲାଣି ଚକା ତଳେ। ନୂତନ ସରକାର ଆସିବା ପରେ ୮ ଜଣ ମୋ ବସ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବେଳେ ପ୍ରାୟ ପାଖା ପାଖି ୫୦ ଲୋକ ମୋ ବସ ଦୁର୍ଘଟଣାରେ ଆଘାତ ହୋଇଛନ୍ତି ।
ହେଲେ କ’ଣ ପାଇଁ ଦିନକୁ ଦିନ ବଢ଼ି ଚାଲିଛି ଏଭଳି ଦୁର୍ଘଟଣା ? କ’ଣ ସରକାର ଦେଖି ବି ଅଣଦେଖା କରୁଛି କି ? ଏହା ଏବେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ALSO READ: https://purvapaksa.com/cm-announces-lakhpati-didi-sahayika-yojana-for-shg-women/
ଏସଏଚଜି ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷପତି ଦିଦି ସହାୟିକା ଯୋଜନା ଘୋଷଣା