Meta Teen Account: ମେଟା ‘ଟୀନ୍ ଅକାଉଣ୍ଟସ୍’ ବ୍ୟବସ୍ଥାକୁ ବର୍ତ୍ତମାନ ଫେସବୁକ ଓ ମେସେଞ୍ଜରରେ ମଧ୍ୟ ଲାଗୁ କରିଦେଇଛି। ଏହି ପଦକ୍ଷେପର କାରଣ ହେଉଛି ମେଟା ଉପରେ ଲମ୍ବା ସମୟରୁ ଆରୋପ ଲାଗିଆସୁଛି ଯେ ଅଳ୍ପ ବୟସର ବ୍ୟବହାରକାରୀଙ୍କୁ ସାଇବର୍ ଆକ୍ରମଣରୁ ସୁରକ୍ଷା କରିବା ପାଇଁ ମେଟା କିଛି କରୁନାହାନ୍ତି ।
ଏହି ବିଶେଷତା ପ୍ରଥମେ ଇନଷ୍ଟାଗ୍ରାମରେ ଆରମ୍ଭ ହୋଇଛି ଏବଂ ବର୍ତ୍ତମାନ ଏହା ଅନ୍ୟ ପ୍ଲାଟଫର୍ମଗୁଡିକରେ ମଧ୍ୟ ଲାଗୁ କରାଯାଉଛି। ଏଥିରେ ଉତ୍କୃଷ୍ଟ ପ୍ରାଇଭେସି ସେଟିଂଗସ୍ ଏବଂ ପ୍ୟାରେଣ୍ଟ୍ କଣ୍ଟ୍ରୋଲ୍ ଶାମିଲ ଅଛି, ଯାହା ମାତାପିତାଙ୍କୁ ତାଙ୍କର ଶିଶୁମାନଙ୍କର ସୋସିଆଲ୍ ମିଡିଆ ଗତିବିଧି ଉପରେ ନଜର ରଖିବାରେ ସମର୍ଥ ହେବେ।
କାହିଁକି ଆବଶ୍ୟକତା ଅଛି
ମେଟାର ଏହି ନିଷ୍ପତ୍ତି ସେଇ ସମୟରେ ଆସିଛି ଯେତେବେଳେ କିଛି ଅମେରିକୀୟ ସଂସଦ Kids Online Safety Act (KOSA) ଭଳି କାନୁନଗୁଡିକୁ ଲାଗୁ କରିବାରେ ସକ୍ରିୟ ଥିଲେ |ଯାହାର ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କୁ ସୋସିଆଲ ମିଡିଆର ହାନି ଠାରୁ ସୁରକ୍ଷିତ ରଖିବା। ମେଟା ସହିତ ଟିକ୍ଟକ୍ (ByteDance) ଓ ୟୁଟ୍ୟୁବ (Google) ଭଳି କମ୍ପାନି ଉପରେ ସ୍କୁଲ ଛୁଆଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ ବୋଲି ଅନେକ ମାମଲା ରୁଜୁ କରାଯାଇଛି ।
ସୂଚନା ଅନୁସାରେ, ୨୦୨୩ ମସିହାରେ ଅମେରିକାର ୩୩ ରାଜ୍ୟଗୁଡିକ, ଯେଉଁଥିରେ କ୍ୟାଲିଫୋର୍ନିଆ ଓ ନ୍ୟୁୟୋର୍କ ମଧ୍ୟ ଅଛି, ମେଟା ଉପରେ ଏହି ଆରୋପ ଲାଗିଛି ଯେ ମେଟା ଲୋକମାନଙ୍କୁ ଭୁଲ ତଥ୍ୟ ପ୍ରଦାନ କରୁଛି।
ମେଟା କଣ କହିଛି
ମେଟା କହିଛି ଯେ ବର୍ତ୍ତମାନ 16 ବର୍ଷରୁ କମ୍ ବୟସର ୟୁଜର୍ସକୁ ଲାଇଭ୍ ଯିବା ପାଇଁ ମାତା-ପିତାଙ୍କର ଅନୁମତି ନେବା ଦରକାର। ଏହା ସହିତ, ଡାଇରେକ୍ଟ ମ୍ୟାସେଜରେ ଯଦି କୌଣସି ନ୍ୟୁଡ୍ ଛବି ମିଳିଥାଏ, ତେବେ ସେହି ଛବି କମ୍ପାନୀ ଆପଣଙ୍କ ପାଇଁ ନିଜରୁ ଧୁଣ୍ଡଳା (ବ୍ଲର) କରିଦେବ।